ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

କୋରାଜେନ୍® କୀଟନାଶକ

କୋରାଜେନ୍® କୀଟନାଶକ ହେଉଛି ଏକ ସସ୍ପେନସନ୍‍ କନସେଣ୍ଟ୍ରେଟ୍‍ ରୂପରେ ଆନ୍ଥ୍ରାନିଲିକ୍‍ ଡାୟାମାଇଡ୍ ବ୍ରୋଡ୍ ସ୍ପେକ୍ଟ୍ରମ୍ କୀଟନାଶକ. କୋରାଜେନ୍® କୀଟନାଶକ ମୁଖ୍ୟତଃ ଲାର୍ଭିସାଇଡ୍ ଭାବରେ ଲେପିଡୋପ୍ଟେରାନ୍ କୀଟଗୁଡ଼ିକ ଉପରେ ସକ୍ରିୟ ଅଟେ. କୋରାଜେନ୍® କୀଟନାଶକ ସକ୍ରିୟ ଉପାଦାନ ରାଇନାକ୍ସିପାୟାର® ଆକ୍ଟିଭ୍ ଦ୍ୱାରା ସଞ୍ଚାଳିତ ଯାହାକି ଅନ୍ୟ କୀଟନାଶକ ପାଇଁ ପ୍ରତିରୋଧୀ କୀଟଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟ ପଦ୍ଧତି ଅଛି. ଏହା ମଧ୍ୟ ଅଣ-ଲକ୍ଷ୍ୟ ଆର୍ଥରୋପଡ୍ ପାଇଁ ଚୟନିତ ଓ ସୁରକ୍ଷିତ ଅଟେ ଏବଂ ପ୍ରାକୃତିକ ପାରାସିଟୋଇଡ୍, ପ୍ରିଡେଟର୍ ଓ ପଲିନେଟର୍ ଗୁଡ଼ିକୁ ସଂରକ୍ଷିତ ରଖିଥାଏ. ଏହି ଆଟ୍ରିବ୍ୟୁଟ୍ ଗୁଡ଼ିକ କୋରାଜେନ୍® କୀଟନାଶକ କୁ ଏକୀକୃତ କୀଟ ପରିଚାଳନା (ଆଇପିଏମ) କାର୍ଯ୍ୟକ୍ରମ ପାଇଁ ଏକ ଉତ୍ତମ ଉପକରଣ ବନାଇଥାଏ ଏବଂ ଉତ୍ପାଦନକାରୀମାନଙ୍କୁ ଖାଦ୍ୟ ଖୁଚୁରା ବ୍ୟବସାୟୀ ଓ ଉପଭୋକ୍ତାଙ୍କ ଚାହିଦା ପୂରଣ କରିବା ଉଚ୍ଚ ମାନର ଉତ୍ପାଦ ପ୍ରଦାନ କରିବା ଉଦ୍ଦେଶ୍ୟରେ କୀଟ ପରିଚାଳନାରେ ଅଧିକ ସହାୟତା ପ୍ରଦାନ କରିଥାଏ।

ସଂକ୍ଷିପ୍ତ ସୂଚନା

  • ଏକ ଅଭିନବ ପ୍ରଯୁକ୍ତିବିଦ୍ୟା ଯାହା ଏକ ଦଶନ୍ଧିରେ ଲକ୍ଷ ଲକ୍ଷ କୃଷକମାନଙ୍କର ଭରସାର ପାତ୍ର ହୋ‍ଇପାରିଛି
  • କୀଟ ରୁ ଉତ୍ତମ ସୁରକ୍ଷା ପ୍ରଦାନ କରିଥାଏ, ଯାହାକି ଫସଲ ଗୁଡ଼ିକୁ ସର୍ବାଧିକ ଉତ୍ପାଦନ ସାମର୍ଥ୍ୟ ହାସଲ କରିବାରେ ସକ୍ଷମ କରିଥାଏ
  • କୀଟ ଠାରୁ ଦୀର୍ଘକାଳୀନ ସୁରକ୍ଷା ପ୍ରଦାନ କରିଥାଏ
  • ଏକୀକୃତ କୀଟ ପରିଚାଳନା (ଆଇପିଏମ) ପାଇଁ ଏକ ସର୍ବୋତ୍ତମ ହୋ‍ଇଥାଏ

ସକ୍ରିୟ ଉପାଦାନ

  • ରିନେକ୍ସିପିଅର® ଦ୍ଵାରା ସଞ୍ଚାଳିତ ଆକ୍ଟିଭ୍ - କ୍ଲୋରାଣ୍ଟ୍ରାନିଲିପ୍ରୋଲ୍ 18.5% ଡବ୍ଲ୍ୟୁ/ଡବ୍ଲୁ ଏସସି

ଲେବଲ୍ ଏବଂ ଏସ୍‌ଡିଏସ୍

4 ଲେବଲ୍ ଉପଲବ୍ଧ

ସହାୟକ ଡକୁମେଣ୍ଟ

ଉତ୍ପାଦର ସଂକ୍ଷିପ୍ତ ବିବରଣୀ

କୋରାଜେନ୍® ରିନେକ୍ସିପିଅର® ଆକ୍ଟିଭ୍ ଦ୍ଵାରା ସଞ୍ଚାଳିତ କୀଟ ନିୟନ୍ତ୍ରଣ କରୁଥିବା କୀଟନାଶକ ଔଷଧ ଅଟେ ଯାହାକି ସମୂହ 28 ମାଧ୍ୟମରେ କାର୍ଯ୍ୟ କରୁଥିବା କୀଟନାଶକ ମଧ୍ୟରେ ସବୁଠାରୁ ନୂଆ ବୈଜ୍ଞାନିକ ଉଦ୍ଭାବନ, ଯାହା ଫଳରେ ଲକ୍ଷ୍ୟସ୍ଥ କୀଟ ଗୁଡ଼ିକରୁ ଉତ୍ତମ ସୁରକ୍ଷା ପ୍ରଦାନ କରିଥାଏ। ଏହି ଉଦ୍ଭାବନ ଆର୍ଥିକ ଭାବରେ ମହତ୍ତ୍ଵପୂର୍ଣ୍ଣ ବିଚାର କରାଯାଉଥିବା ଲିପିଡୋପ୍ଟେରା ସହିତ ଅନ୍ୟାନ୍ୟ ପ୍ରଜାତି କୁ ନିୟନ୍ତ୍ରିତ କରିଥାଏ। ଏହି ଔଷଧ ବିଶେଷ ଗୁଣ ଯୋଗୁଁ ଫସଲ ଉପରେ ଖୁବ ଶୀଘ୍ର କାମ କରିଥାଏ, ବହୁତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ, ଏବଂ ଦୀର୍ଘ ସମୟ ପାଇଁ ନିୟନ୍ତ୍ରଣ ପ୍ରଦାନ କରିଥାଏ। ଏହା ଲକ୍ଷ୍ୟ କରାଯାଇନଥିବା ଜୀବ ଗୁଡ଼ିକ ଉପରେ ମଧ୍ୟ ସୁରକ୍ଷା ପ୍ରଦାନ କରିବ। ମୁଖ୍ୟତଃ କୀଟ ଦ୍ଵାରା ଖାଇଯାଇଥିବା ଯୋଗୁଁ କୋରାଜେନ୍® ଅପରିପକ୍ୱ ରୁ ବୟସ୍କ ଅବସ୍ଥା ପର୍ଯ୍ୟନ୍ତ ସମସ୍ତ ଚରଣରେ କୀଟ କୁ ନଷ୍ଟ କରିଥାଏ, ଯାହାଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଫସଲର ସୁରକ୍ଷା ନିଶ୍ଚିତ ହୋଇଥାଏ। ଖାଇବା ଆରମ୍ଭ କରିଥିବା କୀଟ ଗୁଡ଼ିକ ମିନିଟ୍ ରେ ହିଁ ଖାଇବା ବନ୍ଦ କରିଥାଏ ଏବଂ ଅବଶିଷ୍ଟ କାର୍ଯ୍ୟ ପ୍ରତିଯୋଗୀ ବିକଳ୍ପ ଅପେକ୍ଷା ଫସଲକୁ ଅଧିକ ସମୟ ରକ୍ଷା କରିଥାଏ। ଉତ୍ପାଦନକାରୀ ମାନଙ୍କ ପାଇଁ ଉପଲବ୍ଧ ଅନେକ ସମାଧାନଗୁଡ଼ିକ ମଧ୍ୟରୁ ଏହା ଏଭଳି ଏକ ସମାଧାନ ଯାହାକୁ ବିଭିନ୍ନ ଫସଲ ଉପରେ ବ୍ୟାପକ ଭାବରେ ବ୍ୟବହାର କରାଯାଇଥାଏ। ଲକ୍ଷ୍ୟସ୍ଥ ଫସଲକୁ ରୋଗରୁ ରକ୍ଷା କରିବା ପାଇଁ ଉତ୍ପାଦନକାରୀ ମାନଙ୍କ ମଧ୍ୟରେ ଏହା ହେଉଛି ଏକ ସର୍ବୋତ୍ତମ ବିକଳ୍ପ।

ଫସଲ

ଫସଲଗୁଡିର ଏକ ଆନୁଷ୍ଠାନିକ ତାଲିକା, ଆବଶ୍ୟକୀୟ କୀଟନାଶକ, ବ୍ୟବହାର ପାଇଁ ନିର୍ଦ୍ଦେଶାବଳୀ, ପ୍ରତିବନ୍ଧକ ଏବଂ ସାବଧାନତା ପାଇଁ ସର୍ବଦା ଉତ୍ପାଦ ଲେବଲ୍ ଦେଖନ୍ତୁ. ଆବଶ୍ୟକୀୟ ଫଳାଫଳ ପାଇଁ, ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ଧ୍ୟାନର ସହ ପଢ଼ନ୍ତୁ ଏବଂ ଅନୁସରଣ କରନ୍ତୁ।

ଏହି ଉତ୍ପାଦର ବ୍ୟବହାର ଆମର ନିୟନ୍ତ୍ରଣ ବାହାରେ ହୋ‍ଇଥିବାରୁ, ଆମେ ଉତ୍ପାଦର ଏକକ ଗୁଣବତ୍ତା ବ୍ୟତୀତ ଅନ୍ୟ କୌଣସି ଆଶ୍ୱାସନା ଦେଇ ନ ଥାଉ।

ସଂପୂର୍ଣ୍ଣ ଫସଲ ତାଲିକା

  • ଆଖୁ
  • ସୋୟାବିନ୍
  • ମକା
  • ଚିନାବାଦାମ
  • ଚଣା
  • ଧାନ
  • ହରଡ଼
  • ବିରି
  • କପା
  • ବନ୍ଧାକୋବି
  • ଲଙ୍କା
  • ଟମାଟୋ
  • ବାଇଗଣ
  • କଲରା
  • ଭେଣ୍ଡି