ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
20147
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

ଏସିଆରେ, ବିଶେଷ କରି ଭାରତରେ, କୃଷି କ୍ଷେତ୍ରରେ ମହିଳାମାନେ ହେଉଛନ୍ତି ଏକ ପ୍ରଭାବୀ ପରିଚାଳନାକାରୀ. ଗ୍ରାମୀଣ ଭାରତରେ, ନିଜର ଜୀବିକା ପାଇଁ କୃଷି ଉପରେ ନିର୍ଭର କରୁଥିବା ମହିଳାମାନଙ୍କର ସଂଖ୍ୟା 84% ରୁ ଅଧିକ ଅଟେ. ମହିଳାମାନଙ୍କ ଭିତରେ ପ୍ରାୟ 33% ହେଉଛନ୍ତି କୃଷକ ଓ ପ୍ରାୟ 47% ହେଉଛନ୍ତି କୃଷି ଶ୍ରମିକ (ଦେଶରେ ପଶୁପାଳନ, ମତ୍ସ୍ୟପାଳନ ଏବଂ ଖାଦ୍ୟ ଉତ୍ପାଦନରେ ସହାୟକ ବ୍ୟତୀତ). 2009 ରେ 94% ମହିଳା କୃଷି ଶ୍ରମିକ ଭାବେ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଜଡିତ ଥିଲେ।

ଶ୍ରମ ବଳ ରେ ସେମାନଙ୍କର ପ୍ରଭୁତ୍ଵ ଥିବା ସତ୍ତ୍ୱେ, ଭାରତରେ ମହିଳାମାନଙ୍କୁ ଏବେ ମଧ୍ୟ ବେତନ, ଜମି ଅଧିକାର ଏବଂ ସ୍ଥାନୀୟ କୃଷକ ସଂଗଠନରେ ପ୍ରତିନିଧିତ୍ୱ କ୍ଷେତ୍ରରେ ଅନେକ ସମସ୍ୟା ର ସାମ୍ନା କରିବାକୁ ପଡ଼ିଥାଏ. ଏହାଛଡା, ସେମାନଙ୍କର ସଶକ୍ତିକରଣ ର ଅଭାବ କାରଣରୁ ସେମାନଙ୍କର ପିଲାମାନଙ୍କୁ ପାଇଁ ଶିକ୍ଷା ପ୍ରାପ୍ତି ପାଇଁ କମ୍ ସୁଯୋଗ ମିଳିବା ସହିତ ସେମାନଙ୍କୁ ଖରାପ ପାରିବାରିକ ସ୍ୱାସ୍ଥ୍ୟ ପରି ନକାରାତ୍ମକ ବାହ୍ୟ କାରକର ସାମ୍ନା କରିବାକୁ ପଡ଼ିଥାଏ।

ଉପରୋକ୍ତ କଥାକୁ ଧ୍ୟାନରେ ରଖି, ଏଫଏମସି ଭାରତରେ କୃଷି କ୍ଷେତ୍ରରେ ମହିଳାମାନଙ୍କ ମଧ୍ୟରେ ଦକ୍ଷତା ନିର୍ମାଣ କରିବା ପାଇଁ ଗୋଟିଏ କାର୍ଯ୍ୟକ୍ରମ ଉପରେ କାମ କରୁଛି ଯାହାଦ୍ୱାରା ସେମାନେ ନିଜ ଗୋଡ଼ ରେ ନିଜେ ଠିଆ ହୋଇପାରିବେ ଓ ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିପାରିବେ।