ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

ଏଫଏମସି ଭାରତରେ ଆଖୁ ଚାଷୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ପ୍ରି-ଏମର୍ଜେଣ୍ଟ ତୃଣନାଶକ ଆରମ୍ଭ କରିଛି

ମୁମ୍ବାଇ, ଜୁନ୍ 27, 2022 - ଏଫଏମସି ଇଣ୍ଡିଆ, ଏକ କୃଷି ବିଜ୍ଞାନ କମ୍ପାନୀ, ଆଖୁ ଫସଲ ପାଇଁ ଏକ ନୂଆ ପ୍ରି-ଏମର୍ଜେଣ୍ଟ ତୃଣନାଶକ ଅଷ୍ଟ୍ରାଲ® ତୃଣନାଶକ ଆରମ୍ଭ କରିବାକୁ ଘୋଷଣା କରିଛି. ଅଷ୍ଟ୍ରାଲ୍® ତୃଣନାଶକ ଆଖୁର ଗୁରୁତ୍ୱପୂର୍ଣ୍ଣ ବିକାଶ ପର୍ଯ୍ୟାୟରେ ବାଳୁଙ୍ଗା ନିୟନ୍ତ୍ରଣର ବ୍ୟାପକ-ସ୍ପ୍ରେକ୍ଟ୍ରମ୍‍ ଏକ ନୂଆ ସ୍ତର ପ୍ରଦାନ କରିଥାଏ, ଯାହା ଉନ୍ନତ ଫସଲ ପାଇଁ ଏକ ଦୃଢ ସ୍ଥାପନା ସୁନିଶ୍ଚିତ କରିଥାଏ।

ଭାରତ ପୃଥିବୀରେ ଆଖୁ ଉତ୍ପାଦନ କ୍ଷେତ୍ରରେ ଦ୍ୱିତୀୟ ସବୁଠାରୁ ବଡ ଉତ୍ପାଦନକାରୀ ଅଟେ ତଥାପି, ପ୍ରତ୍ୟେକ ବର୍ଷ, ଆଖୁ ଚାଷୀମାନେ ବାଳୁଙ୍ଗା କାରଣରୁ ବହୁ ଫସଲ ନଷ୍ଟ କରନ୍ତି, ଏବଂ ବିଭିନ୍ନ ଘାସ ଓ ପତ୍ର ବାଳୁଙ୍ଗା ନିୟନ୍ତ୍ରଣ କରିବା ପାଇଁ ଏକ ବଡ଼ ଆହ୍ୱାନ ହୋଇଥାଏ ଇଣ୍ଡିଆନ୍‍ କାଉନ୍ସିଲ୍‍ ଅଫ୍‍ ଏଗ୍ରିକଲଚରାଲ୍‍ ରିସର୍ଚ୍ଚ - ସୁଗାରକେନ୍‍ ବ୍ରିଡିଙ୍ଗ୍‍ ଇନଷ୍ଟିଚ୍ୟୁଟ୍‍ (ଆଇସିଏଆର – ଏସବିଆଇ) ଏହା ଆକଳନ କରିଛି ଯେ ଆଖି ଉତ୍ପାଦନରେ ହ୍ରାସ 10 ପ୍ରତିଶତରୁ 70 ପ୍ରତିଶତ ପର୍ଯ୍ୟନ୍ତ ରହିଛି ଯାହାକି କ୍ଷେତରେ ପ୍ରଭାବିତ କରୁଥିବା ବିଭିନ୍ନ ବାଳୁଙ୍ଗା ପ୍ରଜାତିର ପ୍ରକୃତି ଓ ତୀବ୍ରତା ଉପରେ ନିର୍ଭର କରିଥାଏ।

australଅଷ୍ଟ୍ରାଲ୍® ତୃଣନାଶକର ଅନନ୍ୟ ଦ୍ୱିପାକ୍ଷିକ କାର୍ଯ୍ୟଧାରା ଆଖୁରେ ଗୁରୁତର ଫସଲ-ବାଳୁଙ୍ଗା ପ୍ରତିଯୋଗିତା ଅବଧି ସମୟରେ ବାଳୁଙ୍ଗା ମୁକ୍ତ ସ୍ଥିତି ପ୍ରଦାନ କରିଥାଏ ଏହି ଅଭିନବ ମାଲିକାନା ଉତ୍ପାଦ ସଲ୍ୟୁସନ ମାଟି ଉପରେ ସଂରକ୍ଷଣର ଏକ ସ୍ତର ସୃଷ୍ଟି କରେ, ଯାହା ଫସଲର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ବାଳୁଙ୍ଗା ବଢିବାରେ ବାଧା ସୃଷ୍ଟି କଏ, ଫଳରେ ଅଧିକ ସଂଖ୍ୟକ ସୁସ୍ଥ ଟିଲର୍ ହୋଇଥାଏ ଏବଂ ଏହା ଫଳରେ ଆଖୁରେ ଅଧିକ ଅମଳ ମିଳିଥାଏ।

ଏଫଏମସି ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ରବି ଆନ୍ନାଭାରାପୁ କହିଛନ୍ତି, "ଏଫଏମସି ରେ, ଆମେ ଏକ ସଶକ୍ତ ଗବେଷଣା ଓ ବିକାଶ ପାଇପଲାଇନ୍ ଦ୍ୱାରା ପରିଚାଳିତ ଅଟୁ, ଯାହାକି ଭାରତୀୟ କୃଷକମାନେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକର ସମାଧାନ କରିବା ପାଇଁ ନବୀନତମ ଓ ସ୍ଥାୟୀ ସମାଧାନ ପ୍ରସ୍ତୁତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଟେ ଆଖୁ ଚାଷୀମାନଙ୍କ ପାଇଁ ଅଷ୍ଟ୍ରାଲ® ତୃଣନାଶକ ଯୋଗାଇଦେବା ପ୍ରଯୁକ୍ତି-ଚାଳିତ, ବୈଜ୍ଞାନିକ ସମାଧାନ ମାଧ୍ୟମରେ ଏକ ଉନ୍ନତ ଫଳାଫଳ ପ୍ରାପ୍ତ କରିବା ପାଇଁ ଆମର ପ୍ରତିଶ୍ରୁତିବଦ୍ଧତାର ପ୍ରମାଣ ଅଟେ ଆମର ଭରସା ଅଷ୍ଟ୍ରାଲ୍® ତୃଣନାଶକ ଚାଷୀମାନଙ୍କୁ ବାଳୁଙ୍ଗା ଠାରୁ ସୁରକ୍ଷା ପ୍ରଦାନ କରିବା ସହ ଏକ ଉତ୍ତମ ଅମଳ ପାଇବାରେ ସାହାଯ୍ୟ କରିବ ଯାହାକି ସେମାନଙ୍କର ଆୟ ବୃଦ୍ଧି କରିବାରେ ନିଶ୍ଚୟ ସହାୟକ ହେବ”।

ଅଷ୍ଟ୍ରାଲ୍® ତୃଣନାଶକ ଆଗାମୀ ଋତୁ ପାଇଁ ସାରା ଦେଶରେ ଅଗ୍ରଣୀ ଖୁଚୁରା ଦୋକାନରେ 500g ଏବଂ 1kg ପ୍ୟାକ୍ ରେ ଉପଲବ୍ଧ ହେବ। 

ଏଫଏମସି ବିଷୟରେ

ଏଫଏମସି କର୍ପୋରେସନ୍ ହେଉଛି ଏକ ବିଶ୍ୱସ୍ତରୀୟ କୃଷି ବିଜ୍ଞାନ କମ୍ପାନୀ ଯାହାକି କୃଷକମାନଙ୍କୁ ପରିବର୍ତ୍ତନଶୀଳ ପରିବେଶ ସହିତ ଖାପ ଖୁଆଇ ବିଶ୍ୱରେ ଥିବା ଲୋକମାନଙ୍କ ପାଇଁ ଭୋଜନ, ଖାଦ୍ୟ, ଫାଇବର ଏବଂ ଇନ୍ଧନ ଉତ୍ପାଦନରେ ସାହାଯ୍ୟ କରେ. ଏଫଏମସି ର ଅଭିନବ ଫସଲ ସୁରକ୍ଷା ସମାଧାନ - ଜୈବିକ, ଶସ୍ୟ ପାଇଁ ପୋଷଣ, ଡିଜିଟାଲ୍ ଏବଂ ସଠିକ୍ ଚାଷକୁ ଅନ୍ତର୍ଭୁକ୍ତ କରି କୃଷକ, ଫସଲ ପରାମର୍ଶଦାତା ଏବଂ ଟର୍ଫ ଏବଂ କୀଟନାଶକ ପରିଚାଳନା କରୁଥିବା ପେଶାଦାରମାନଙ୍କୁ ପରିବେଶକୁ ସୁରକ୍ଷା ଦେବା ସହିତ ସେମାନଙ୍କର କଠିନ ଆର୍ଥିକ ଆହ୍ୱାନର ସମ୍ମୁଖୀନ ହେବାରେ ସାହାଯ୍ୟ କରିଥାଏ. ବିଶ୍ୱବ୍ୟାପୀ 100 ରୁ ଅଧିକ ସ୍ଥାନରେ ପ୍ରାୟ 6,400 କର୍ମଚାରୀଙ୍କ ସହିତ, ଏଫଏମସି ନୂଆ ତୃଣନାଶକ, କୀଟନାଶକ ଏବଂ କବକନାଶକ ସକ୍ରିୟ ଉପାଦାନ ପ୍ରସ୍ତୁତି, ଉତ୍ପାଦ ନିର୍ମାଣ ଏବଂ ଅଗ୍ରଣୀ ଜ୍ଞାନକୌଶଳର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ, ଯାହା କ୍ରମାଗତ ଭାବରେ ବିଶ୍ୱର ଉନ୍ନତି କରିବାରେ ସହାୟକ ହେବ। ଭିଜିଟ୍ କରନ୍ତୁ fmc.com ଏବଂ ag.fmc.com/in/en ଅଧିକ ଜାଣିବା ପାଇଁ ଏବଂ ଏଫଏମସି ଇଣ୍ଡିଆକୁ ଅନୁସରଣ କରିବା ପାଇଁ ଫେସବୁକ୍® ଏବଂ ୟୁଟ୍ୟୁବ୍®.