ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

ଏଫଏମସି ଇଣ୍ଡିଆ କୀଟ ପରିଚାଳନା ଓ ମୃତ୍ତିକା ଉର୍ବରତା ପାଇଁ ତିନୋଟି ନୂଆ ଉତ୍ପାଦ ଆରମ୍ଭ କରିଛି

ହାଇଦ୍ରାବାଦ, ସେପ୍ଟେମ୍ବର 5, 2022: ଏଫଏମସି ଇଣ୍ଡିଆ, ଏକ କୃଷି ବିଜ୍ଞାନ କମ୍ପାନୀ, ଆଜି ଭାରତୀୟ କୃଷକମାନଙ୍କୁ ଉତ୍ତମ ମାନର ଉତ୍ପାଦ ଓ ଏକ ଉନ୍ନତ ମୃତ୍ତିକା ପ୍ରୋଫାଇଲ୍ ଜରିଆରେ ଉତ୍ତମ ଅମଳ ହାସଲ କରିବା ପାଇଁ ତିନୋଟି ନୂଆ ଉତ୍ପାଦ ସହିତ ଏହାର ପୋର୍ଟଫୋଲିଓ ବିସ୍ତାର କରିବା ଘୋଷଣା କରିଛି।

1

ଆରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ଏଫଏମସି ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ରବି ଆନ୍ନାଭାରାପୁ କହିଛନ୍ତି, "ଏଫଏମସି ଇଣ୍ଡିଆ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ କୃଷକମାନଙ୍କୁ ସେବା ପ୍ରଦାନ କରିଆସିଛି, ଏବଂ ଆମେ ଭାରତୀୟ କୃଷିରେ ସ୍ଥିରତାରେ ଯୋଗଦାନ କରିବା ସହିତ ସେମାନଙ୍କୁ ସମୃଦ୍ଧି ଦିଗରେ ଆଗେଇନେବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଟୁ. ଆଜି ଆରମ୍ଭ କରାଯାଇଥିବା ନୂତନ ସମାଧାନଗୁଡ଼ିକ ଏଫଏମସି ର ବହୁ-ବର୍ଷର ଗବେଷଣାର ପରିଣାମ ଅଟେ ଯାହାକି କୃଷକଙ୍କ ପାଇଁ ରହିଥିବା ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା ସହିତ ସେଗୁଡ଼ିକ ନିମନ୍ତେ କଷ୍ଟମାଇଜ୍‌ଡ ଇନୋଭେସନ୍ ଜରିଆରେ ପ୍ରଭାବୀ ଓ ଶୀଘ୍ର ସମାଧାନ ଯୋଗାଇବାରେ ସାହାଯ୍ୟ କରିଥାଏ.”



ଟାଲଷ୍ଟାର® ପ୍ଲସ୍ କୀଟନାଶକ ହେଉଛି ବ୍ୟାପକ ଭାବେ ବ୍ୟବହୃତ ହେଉଥିବା ଏକ ଅଭିନବ ପ୍ରିମିକ୍ସ, ଯାହାକି ଚିନାବାଦାମ, କପା ଓ ଆଖୁ ଫସଲ ଚାଷ କରୁଥିବା ଭାରତୀୟ କୃଷକମାନଙ୍କ ପାଇଁ ପାଇଁ ଏକ ବଡ଼ ସମସ୍ୟା ହୋ‍ଇ ରହିଥିବା ଶୋଷକ ଏବଂ ଚୋବାଇ ଖାଉଥିବା କୀଟଙ୍କ ଠାରୁ ସୁରକ୍ଷା ପ୍ରଦାନ କରିଥାଏ. ଏହି ଉତ୍ପାଦ କୃଷକମାନଙ୍କୁ ବାଦାମରେ ହେଉଥିବା ହ୍ୱାଇଟ୍‍ ଗ୍ରବ୍, ଥ୍ରିପ୍ସ ଏବଂ ଆଫିଡ୍ସ; କପାରେ ହେଉଥିବା ଗ୍ରେ ୱିଭିଲ୍, ମିଲି ବଗ୍, ଜାସିଡ୍ସ, ହ୍ଵାଇଟ୍ ଫ୍ଲାଏ, ଥ୍ରିପ୍ସ ଓ ଆଫିଡ୍ସ; ଆଖୁ ଫସଲରେ ହେଉଥିବା ଉଇ ଓ ଆର୍ଲି ଶୁଟ୍ ବୋରରଙ୍କ ସହିତ ଲଢ଼େଇ କରିବା ପାଇଁ ଏକ ଉତ୍ତମ ସାଧନ ପ୍ରଦାନ କରିଥାଏ. ଟାଲଷ୍ଟାର® ପ୍ଲସ୍ କୀଟନାଶକ ସାରା ଦେଶରେ ଅଗ୍ରଣୀ ରିଟେଲ୍ ଷ୍ଟୋର୍ ରେ ଉପଲବ୍ଧ ରହିଛି।

2



ପେଟ୍ରା® ବାୟୋସଲ୍ୟୁସନ୍ ହେଉଛି ମାଟିର ଭୌତିକ ଓ ଜୈବିକ ଗୁଣ ଉନ୍ନତ କରିବା ପାଇଁ ପ୍ରତିକ୍ରିୟାଶୀଳ କାର୍ବନ୍ ପ୍ରଯୁକ୍ତି ଦ୍ୱାରା ସଂଚାଳିତ ଏକ ନୂଆ ପିଢ଼ିର କଷ୍ଟମାଇଜ୍‌ଡ ସଲ୍ୟୁସନ୍. ଏହା ମାଟିରେ ଦିଆଯାଇଥିବା ଫସଫରସ୍ କୁ ଏକତ୍ର କରି ଅତ୍ୟାବଶ୍ୟକୀୟ ହେଡଷ୍ଟାର୍ଟ ପ୍ରଦାନ କରିଥାଏ. ଜୈବିକ ମାମଲାରେ ସୁରକ୍ଷିତ, ପେଟ୍ରା® ବାୟୋ ସଲ୍ୟୁସନ୍‍ ମୃତ୍ତିକା ସୂକ୍ଷ୍ମଜୀବୀଙ୍କ ପାଇଁ ଖାଦ୍ୟର ଏକ ଉତ୍ସ ଭାବରେ କାର୍ଯ୍ୟ କରିଥାଏ, ଏହା ସହିତ ପୋଷକ ତତ୍ତ୍ୱର ଅବଶୋଷଣ କରିବାରେ, ମୃତ୍ତିକାର ଗଠନରେ ସୁଧାର ଆଣିବାରେ ଏବଂ ମୃତ୍ତିକାର ଉର୍ବରତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ. ଏହା ବ୍ୟବହାର କରିବା ସହଜ, ଅଧିକାଂଶ ଫସଲ ପାଇଁ ଉପଯୁକ୍ତ, ଏବଂ ସ୍ୱାସ୍ଥ୍ୟକର ମୃତ୍ତିକା, ମୂଳ ଓ ଗଛ ପାଇଁ ଏକ ଦୃଢ ମୂଳଦୁଆ ଗଠନ କରିଥାଏ. ଡିସେମ୍ବର 2022 ରେ ପେଟ୍ରା® ବାୟୋସଲ୍ୟୁସନ୍ ବିକ୍ରି ପାଇଁ ଉପଲବ୍ଧ ହେବ।



କ୍ୟାଜବୋ® ଫସଲ ପୋଷଣ, ଏକ ବିଶେଷ ମାଇକ୍ରୋନ୍ୟୁଟ୍ରିଏଣ୍ଟ ସଲ୍ୟୁସନ, ଯାହାକି କ୍ୟାଲସିୟମ୍, ଜିଙ୍କ୍ ଏବଂ ବୋରନ୍ ପରି ଆବଶ୍ୟକ ଉପାଦାନଗୁଡ଼ିକୁ ପୂରଣ କରି ଫସଲଗୁଡ଼ିକୁ ପ୍ରଭାବୀ ରୂପରେ ପୋଷଣ ପ୍ରଦାନ କରିଥାଏ ଏବଂ ଅଧିକାଂଶ ଫସଲରେ ଏକାଧିକ ଅଭାବ ଓ ସମ୍ବନ୍ଧିତ ବିକାର ସଠିକ୍ କରିବା ପାଇଁ କାର୍ଯ୍ୟ କରିଥାଏ। ଏହା ପାରମ୍ପରିକ କ୍ୟାଲସିୟମ୍ ସମାଧାନ ତୁଳନାରେ ଉତ୍ତମ ଦକ୍ଷତା ପ୍ରଦାନ କରିଥାଏ ଯେତେବେଳେ

ଉପଯୁକ୍ତ ମାତ୍ରାରେ ଏବଂ ଫସଲ ଅଭିବୃଦ୍ଧି ଚକ୍ରର ସଠିକ୍ ପର୍ଯ୍ୟାୟରେ ବ୍ୟବହାର କରାଯାଇଥାଏ। କ୍ୟାଜବୋ® ଫସଲ ପୋଷଣ ଫଳର ଗୁଣବତ୍ତା ବୃଦ୍ଧିରେ ଓ ଶସ୍ୟକୁ ଭଲ ଭାବେ ସଂରକ୍ଷଣ କରିବାରେ ସାହାଯ୍ୟ କରିଥାଏ. ଡିସେମ୍ବର 2022 ରେ କ୍ୟାଜବୋ® ଫସଲ ପୋଷଣ ବିକ୍ରି ପାଇଁ ଉପଲବ୍ଧ ହେବ।

3



ଏଫଏମସି ଇଣ୍ଡିଆର ଭାରତୀୟ କୃଷକମାନଙ୍କ ସହାୟତା ଏହାର ବ୍ୟାପକ ଉତ୍ପାଦ ପ୍ରଦାନ କରିବା ପର୍ଯ୍ୟନ୍ତ ସୀମିତ ନୁହେଁ. କମ୍ପାନୀ ବର୍ଷ ସାରା କୃଷକମାନଙ୍କ ପାଇଁ ଅନୁକୂଳିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚଳାଇବା ଜାରି ରଖିଛି, ସାରା ଭାରତରେ ଉତ୍ପାଦିତ ସମସ୍ତ ପ୍ରକାରର ଫସଲ ସାମିଲ କରିବା ପାଇଁ ଉତ୍ତମ କୃଷିଗତ ଅଭ୍ୟାସକୁ ପ୍ରୋତ୍ସାହିତ କରୁଛି. ଉଦାହରଣ ସ୍ୱରୂପ, ଧାରଣଯୋଗ୍ୟ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବା ପାଇଁ କମ୍ପାନୀ ଏକ ମଡେଲ୍ ଗ୍ରାମ କାର୍ଯ୍ୟକ୍ରମରେ ପ୍ରଫେସର ଜୟଶଙ୍କର ତେଲେଙ୍ଗାନା ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟ (ହାଇଦ୍ରାବାଦ) ସହ ଭାଗୀଦାରୀ କରିଛି. ଏହା ସହିତ, ଏଫଏମସି ଇଣ୍ଡିଆ ନିଜର ଫ୍ଲାଗଶିପ୍ କମ୍ୟୁନିଟି ଆଉଟରିଚ୍ ପ୍ରୋଗ୍ରାମ୍ ପ୍ରୋଜେକ୍ଟ ସମର୍ଥ ମାଧ୍ୟମରେ ଗ୍ରାମୀଣ ସମ୍ପ୍ରଦାୟଗୁଡ଼ିକୁ ସ୍ୱଚ୍ଛ ଓ ସୁରକ୍ଷିତ ପାନୀୟ ଜଳ ଯୋଗାଇବା ପାଇଁ କାର୍ଯ୍ୟ କରୁଛି. ଏହା ଦେଶରେ 57 ରୁ ଅଧିକ ରିଭର୍ସ ଓସମୋସିସ୍ ୱାଟର୍‍ ପ୍ଲାଣ୍ଟ ସ୍ଥାପନ ସହିତ 100,000 ରୁ ଅଧିକ କୃଷକ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଛି।



ଏଫଏମସି ବିଷୟରେ

ଏଫଏମସି କର୍ପୋରେସନ୍ ହେଉଛି ଏକ ବିଶ୍ୱସ୍ତରୀୟ କୃଷି ବିଜ୍ଞାନ କମ୍ପାନୀ ଯାହାକି କୃଷକମାନଙ୍କୁ ପରିବର୍ତ୍ତନଶୀଳ ପରିବେଶ ସହିତ ଖାପ ଖୁଆଇ ବିଶ୍ୱରେ ଥିବା ଲୋକମାନଙ୍କ ପାଇଁ ଭୋଜନ, ଖାଦ୍ୟ, ଫାଇବର ଏବଂ ଇନ୍ଧନ ଉତ୍ପାଦନରେ ସାହାଯ୍ୟ କରେ. ଏଫଏମସି ର ଅଭିନବ ଫସଲ ସୁରକ୍ଷା ସମାଧାନ - ଜୈବିକ, ଶସ୍ୟ ପାଇଁ ପୋଷଣ, ଡିଜିଟାଲ୍ ଏବଂ ସଠିକ୍ ଚାଷକୁ ଅନ୍ତର୍ଭୁକ୍ତ କରି କୃଷକ, ଫସଲ ପରାମର୍ଶଦାତା ଏବଂ ଟର୍ଫ ଏବଂ କୀଟନାଶକ ପରିଚାଳନା କରୁଥିବା ପେଶାଦାରମାନଙ୍କୁ ପରିବେଶକୁ ସୁରକ୍ଷା ଦେବା ସହିତ ସେମାନଙ୍କର କଠିନ ଆର୍ଥିକ ଆହ୍ୱାନର ସମ୍ମୁଖୀନ ହେବାରେ ସାହାଯ୍ୟ କରିଥାଏ. ବିଶ୍ୱବ୍ୟାପୀ 100 ରୁ ଅଧିକ ସ୍ଥାନରେ ପ୍ରାୟ 6,400 କର୍ମଚାରୀଙ୍କ ସହିତ, ଏଫଏମସି ନୂଆ ତୃଣନାଶକ, କୀଟନାଶକ ଏବଂ କବକନାଶକ ସକ୍ରିୟ ଉପାଦାନ ପ୍ରସ୍ତୁତି, ଉତ୍ପାଦ ନିର୍ମାଣ ଏବଂ ଅଗ୍ରଣୀ ଜ୍ଞାନକୌଶଳର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ, ଯାହା କ୍ରମାଗତ ଭାବରେ ବିଶ୍ୱର ଉନ୍ନତି କରିବାରେ ସହାୟକ ହେବ. ଅଧିକ ଜାଣିବା ପାଇଁ fmc.com ଓ ag.fmc.com/in/en କୁ ଯାଆନ୍ତୁ ଓ ଫେସବୁକ୍® ଏବଂ ୟୁଟ୍ୟୁବ୍® ରେ ଏଫଏମସି ଇଣ୍ଡିଆକୁ ଫଲୋ କରନ୍ତୁ।