ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

ଏଫଏମସି ଇଣ୍ଡିଆ ଟମାଟୋ ଓ ଭେଣ୍ଡି ଚାଷୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ନୂଆ କୀଟନାଶକ କର୍ପ୍ରିମା ଆରମ୍ଭ କରିଛି

ଏଫଏମସି ଇଣ୍ଡିଆ ଆଜି ଘୋଷଣା କରିଛି ଯେ ଏହା ଏକ ନୂତନ ଅନୁସନ୍ଧାନ-ଭିତ୍ତିକ କୀଟନାଶକ କର୍ପ୍ରିମା™ ଆରମ୍ଭ କରିଛି. ଏଫଏମସି ର ବିଶ୍ୱ ଅଗ୍ରଣୀ ରାଇନାକ୍ସିପାୟାର® କୀଟନାଶକ ନିୟନ୍ତ୍ରଣ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଚାଳିତ, କର୍ପ୍ରିମା™ ଫ୍ରୁଟ୍‍ ବୋରର୍‍, ଯାହାକି ଭାରତୀୟ କୃଷକମାନେ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ ସମସ୍ୟା ମଧ୍ୟରୁ ଗୋଟିଏ, ରୁ ଉତ୍ତମ ଫସଲ ସୁରକ୍ଷା ଯୋଗାଇବ।

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭେଜିଟେବଲ୍ ରିସର୍ଚ୍ଚ ଅନୁଯାୟୀ, ଦେଶରେ ଟମାଟୋ ଚାଷୀମାନେ ଫ୍ରୁଟ୍‍ ବୋରର୍‍ କାରଣରୁ ପ୍ରତିବର୍ଷ ସେମାନଙ୍କ ଅମଳର 65ପ୍ରତିଶତ ପର୍ଯ୍ୟନ୍ତ ହରାଉଛନ୍ତି. ଏହି କୀଟର ସଂକ୍ରମଣ ଫୁଲର ପତନ ଓ ଉଦ୍ଭିଦ ସ୍ୱାସ୍ଥ୍ୟ ଖରାପ ହେବାର କାରଣ ହୋଇଥାଏ ଯାହାଫଳରେ ଖରାପ ଗୁଣବତ୍ତାଯୁକ୍ତ ଫଳ ଉତ୍ପାଦନ ହୁଏ, ଯାହା ଫସଲ ଅମଳ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ।

କମ୍ପାନୀର ଖୁଚୁରା ବ୍ୟବସାୟୀ ତଥା ସ୍ଥାନୀୟ ଅଂଶୀଦାରଙ୍କ ସହ ଏଫଏମସି ଇଣ୍ଡିଆର ଅଧ୍ୟକ୍ଷ ରବି ଆନ୍ନାଭରାପୁଙ୍କର ଉପସ୍ଥିତିରେ ରାୟପୁରରେ ଏହି ନୂତନ ଅଫର ଆରମ୍ଭ କରାଯାଇଥିଲା. ଉତ୍ପାଦର ଉଦ୍ଘାଟନ ପରେ ଅତିଥିମାନଙ୍କ ପାଇଁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ଏବଂ ଜ୍ଞାନସମ୍ବଳିତ ଅଧିବେଶନ ଆୟୋଜିତ ହୋଇଥିଲା। 

ଏଫଏମସି ଇଣ୍ଡିଆ ଭେଣ୍ଡି ଓ ଟମାଟୋ ଚାଷୀମାନଙ୍କ ପାଇଁ ନୂଆ କୀଟନାଶକ କର୍ପ୍ରିମା ଆରମ୍ଭ କରିଛିଏଫଏମସି ଇଣ୍ଡିଆ ଭେଣ୍ଡି ଓ ଟମାଟୋ ଚାଷୀମାନଙ୍କ ପାଇଁ ନୂଆ କୀଟନାଶକ କର୍ପ୍ରିମା ଆରମ୍ଭ କରିଛି

ରାୟପୁରରେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ଏଫଏମସି ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ରବି ଆନ୍ନାଭାରାପୁକହିଛନ୍ତି, “ଗତ ବର୍ଷ ଦେଶରେ ଏକ ଉଦ୍ୟାନ କୃଷି ଉଦ୍ୟାନ କୃଷି ଫସଲ ଉତ୍ପାଦନ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଥିଲା। ଅବଶ୍ୟ, ପ୍ରତିବର୍ଷ ଟମାଟୋ ଓ ଭେଣ୍ଡି ଚାଷୀମାନେ ଫ୍ରୁଟ୍‍ ବୋରର୍‍ କୀଟ, ରୋଗ ଏବଂ ଅମଳ-ପରବର୍ତ୍ତୀ କ୍ଷତି ଏବଂ ଅନ୍ୟାନ୍ୟ କାରଣରୁ ଅନେକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏଫଏମସି ରେ, ସ୍ଥାୟୀ ଉତ୍ପାଦ ଓ ସମାଧାନ ଆଣି କୃଷକମାନେ ସମ୍ମୁଖୀନ ହେଉଥିବା ଆହ୍ୱାନର ସମାଧାନ ପାଇଁ ଆମେ ଅଭିନବତାର ଉପଯୋଗ କରୁ। ଏଫଏମସି କର୍ପ୍ରିମା™ ତିଆରି କରି କୃଷକଙ୍କ ଫସଲ ସୁରକ୍ଷା ଆବଶ୍ୟକତା ପୂରଣ କରିବା ପାଇଁ ଅଭିନବ ସମାଧାନ ପ୍ରଦାନ କରିବାକୁ ନିଜର ଥିବା ପ୍ରତିବଦ୍ଧତାର ପ୍ରମାଣ ଦେଇଛି। ମୋର ଏହା ବିଶ୍ୱାସ ରହିଛି ଯେ କର୍ପ୍ରିମା™ ଟମାଟୋ ଓ ଭେଣ୍ଡି ଚାଷୀଙ୍କୁ ଅଧିକ ଅମଳ ଏବଂ ଉନ୍ନତ ଗୁଣବତ୍ତା ମାଧ୍ୟମରେ ସେମାନଙ୍କ ଆୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ"

ଚାଷୀମାନଙ୍କୁ ଦୀର୍ଘକାଳୀନ କୀଟନାଶକ ନିୟନ୍ତ୍ରଣ ଓ ପୁଞ୍ଜି ବିନିଯୋଗ ଉପରେ ଉତ୍ତମ ରିଟର୍ଣ୍ଣ ପ୍ରଦାନ କରିବାରେ ଅଭିନବ କୀଟନାଶକ କର୍ପ୍ରିମା™ ସକ୍ଷମ ହେବା ସହିତ ଫୁଲ ଓ ଫଳ ବଜାୟ ରଖିବାରେ ସାହାଯ୍ୟ କରେ, ଫଳସ୍ୱରୂପ ଉତ୍ତମ ଗୁଣବତ୍ତା ସହିତ ଅଧିକ ଅମଳ ମିଳିଥାଏ. ରାଇନାକ୍ସିପାୟାର® ଆକ୍ଟିଭ୍ ଦ୍ୱାରା ସଞ୍ଚାଳିତ କର୍ପ୍ରିମା™, ଫ୍ରୁଟ୍‍ ବୋରର୍‍ କୀଟରୁ ଉତ୍କୃଷ୍ଟ ଏବଂ ଦୀର୍ଘସ୍ଥାୟୀ ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥାଏ ଯାହାଫଳରେ ଏହା ଚାଷୀମାନଙ୍କର ସେମାନଙ୍କ ଫସଲକୁ ସୁରକ୍ଷା ଦେବା ପାଇଁ ହେଉଥିବା ସମୟ, ଖର୍ଚ୍ଚ ଏବଂ ପ୍ରୟାସକୁ ବଞ୍ଚାଇଥାଏ।

ଚଳିତ ମାସ ଆରମ୍ଭରେ, ପାଞ୍ଚଟି ଭାଷାରେ - ହିନ୍ଦୀ, ମରାଠୀ, ତାମିଲ, ତେଲୁଗୁ ଓ କନ୍ନଡରେ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମ ମାଧ୍ୟମରେ କର୍ପ୍ରିମା™ ଆରମ୍ଭ କରାଯାଇଥିଲା ଓ ଏଥିରେ ବହୁ ସଂଖ୍ୟାରେ ଚାଷୀ, ଖୁଚୁରା ବ୍ୟବସାୟୀ ଓ ବିତରଣକାରୀମାନେ ଯୋଗ ଦେଇଥିଲେ।

 

 

ଛତିଶଗଡରେ ଏହି ଉଦଘାଟନ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସମେତ ଭାରତର ପନିପରିବା କେନ୍ଦ୍ରସ୍ଥଳୀରେ ତିନୋଟି-ସହରରେ ଦେଶବ୍ୟାପୀ ଉନ୍ମୋଚନ ର ଏକ ଅଂଶ ଅଟେ. ଏହି ଉନ୍ମୋଚନ ଅନେକ ଆଞ୍ଚଳିକ ଗଣମାଧ୍ୟମ ସଂଗଠନର ଦୃଷ୍ଟି ଆକର୍ଷଣ କରିଛି।

ଏଫଏମସି ଇଣ୍ଡିଆ ଟମାଟୋ ଓ ଭେଣ୍ଡି ଚାଷୀମାନଙ୍କ ପାଇଁ ନୂଆ କୀଟନାଶକ କର୍ପ୍ରିମା ଆରମ୍ଭ କରିଛି​

6gm, 17gm ଓ 34gm ପ୍ୟାକ୍ ରେ ଆରମ୍ଭ କରାଯାଇଥିବା କର୍ପ୍ରିମା™ କ୍ଷୁଦ୍ର, ମାର୍ଜିନାଲ୍ ଓ ବଡ଼ ଚାଷୀଙ୍କ ଫସଲ ସୁରକ୍ଷା ଆବଶ୍ୟକତାକୁ ପୂରଣ କରିବ. କର୍ପ୍ରିମା™ ଏବେ ଅଗ୍ରଣୀ ରିଟେଲ୍ ଷ୍ଟୋର୍ ଗୁଡିକରେ ଉପଲବ୍ଧ ଅଛି।

ଅଧିକ ସୂଚନା ପାଇଁ, ଦୟାକରି ଦେଖନ୍ତୁ କର୍ପ୍ରିମା™ କୀଟନାଶକ | ଏଫଏମସି ଏଜି ଇଣ୍ଡିଆ (FMC Ag IN)