ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
43215
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

ଏଫଏମସି ର ଉଦ୍ୟୋଗ-ଅଗ୍ରଣୀ ରାଇନାକ୍ସିପାୟାର®️ ଆକ୍ଟିଭ କୀଟ ନିୟନ୍ତ୍ରଣ ପ୍ରଯୁକ୍ତିବିଦ୍ୟା ବେଷ୍ଟ ବ୍ରାଣ୍ଡ କନକ୍ଲେଭ୍ 2023 ରେ ମାନ୍ୟତା ପ୍ରାପ୍ତ ହୋ‍ଇଛି

ମୁମ୍ବାଇ, 21 ଡିସେମ୍ବର 2023: ଏଫଏମସି ଇଣ୍ଡିଆ, ଏକ କୃଷି ବିଜ୍ଞାନ କମ୍ପାନୀ ଏବଂ ଏହାର ଉଦ୍ୟୋଗ-ଅଗ୍ରଣୀ କୀଟ ନିୟନ୍ତ୍ରଣ ପ୍ରଯୁକ୍ତିବିଦ୍ୟା ରାଇନାକ୍ସିପାୟାର®️ ଆକ୍ଟିଭ କୁ ବେଷ୍ଟ ବ୍ରାଣ୍ଡ କନକ୍ଲେଭ୍ 2023 ରେ କୃଷି କ୍ଷେତ୍ରରେ ସର୍ବୋତ୍ତମ ବ୍ରାଣ୍ଡ ଭାବରେ ମାନ୍ୟତା ପ୍ରଦାନ କରାଯାଇଛି. ଭାରତର ଅଗ୍ରଣୀ ମିଡିଆ ଗ୍ରୁପ୍ ଦ ଟାଇମ୍‌ସ ଗ୍ରୁପ୍ ର ଏକ ଅଂଶ ଦ ଇକୋନୋମିକ୍ ଟାଇମ୍‌ସ (ଇଟି) ଏଜ୍ ଦ୍ୱାରା ଆୟୋଜିତ ଏହି ମାନ୍ୟତା ଏଫଏମସି ର ରାଇନାକ୍ସିପାୟାର®️ ଆକ୍ଟିଭ ଭାରତର କୃଷି ଉଦ୍ୟୋଗରେ ଉଲ୍ଲେଖନୀୟ ପ୍ରଭାବ ପକାଇବାର ଏକ ପ୍ରମାଣ ଅଟେ।

ET Edge

ରାଇନାକ୍ସିପାୟାର® ଆକ୍ଟିଭ୍ କୀଟ ନିୟନ୍ତ୍ରଣ ଆର୍ମିୱର୍ମ, ଲୁପର୍, ସିଲଭର୍‌ଲିଫ୍ ହ୍ଵାଇଟ୍‌ଫ୍ଲାଏ ନିମ୍ଫ, ଲିଫ୍‌ମାଇନର୍ ଲାର୍ଭା ଏବଂ ଆହୁରି ଅନେକ କୀଟ ଗୁଡ଼ିକ ଉପରେ ବ୍ୟାପକ-ସ୍ପେକ୍ଟ୍ରମ୍ ନିୟନ୍ତ୍ରଣ ପ୍ରଦାନ କରିଥାଏ. ଏହା ହେଉଛି ଭାରତର ଦୁଇଟି ଅଗ୍ରଣୀ ଫସଲ ସୁରକ୍ଷା ଉତ୍ପାଦ ବ୍ରାଣ୍ଡ, କୋରାଜେନ୍® କୀଟନାଶକ ଏବଂ ଫରଟେରା® କୀଟନାଶକ ପଛରେ ଥିବା ପ୍ରେରକ ଶକ୍ତି. ଏହି ଫ୍ଲାଗଶିପ୍ ବ୍ରାଣ୍ଡ ମାଧ୍ୟମରେ, ରାଇନାକ୍ସିପାୟାର® ଆକ୍ଟିଭ ଦେଶର 16 ଟି ପ୍ରମୁଖ ଫସଲରେ ଉତ୍କୃଷ୍ଟ ଫସଲ ସୁରକ୍ଷା ଯୋଗାଇଥାଏ. ଏକ ଦଶନ୍ଧି ରୁ ଅଧିକ ସମୟ ଧରି, ଏହା ଅତୁଳନୀୟ ଦକ୍ଷତା ସହିତ କୃଷକମାନଙ୍କୁ ସେବା ପ୍ରଦାନ କରିଛି ଏବଂ ଭାରତରେ ଲକ୍ଷ ଲକ୍ଷ କୃଷକଙ୍କ ପାଇଁ ଏହା ସବୁଠାରୁ ଭରସାଯୋଗ୍ୟ ବିକଳ୍ପ ହୋ‍ଇଛି।

ଏଫଏମସି ଇଣ୍ଡିଆ ଓ ଦକ୍ଷିଣ-ପଶ୍ଚିମ ଏସିଆର ଅଧ୍ୟକ୍ଷ ଶ୍ରୀଯୁକ୍ତ ରବି ଆନ୍ନାଭରାପୁ, କହିଛନ୍ତି, "ଆମେ କୃଷି କ୍ଷେତ୍ରରେ ସର୍ବଶ୍ରେଷ୍ଠ ବ୍ରାଣ୍ଡଗୁଡିକ ମଧ୍ୟରୁ ଗୋଟିଏ ଭାବରେ ରାଇନାକ୍ସିପାୟାର® ଆକ୍ଟିଭ ପାଇଁ ସମ୍ମାନୀତ ହୋଇଥିବାରୁ ଖୁବ୍‍ ଖୁସି ଲାଗୁଛି. ଏହାଦ୍ୱାରା କେବଳ ରାଇନାକ୍ସିପାୟାର® ଆକ୍ଟିଭ ବ୍ରାଣ୍ଡର ଯୋଗଦାନ ସାମନାକୁ ଆସି ନାହିଁ ବରଂ କୃଷିର ସ୍ଥିର ବିକାଶ ପାଇଁ ଅଭିନବ ଫସଲ ସୁରକ୍ଷା ସମାଧାନର ଗୁରୁତ୍ୱକୁ ବୁଝାଯାଇଛି. ଆମେ କୃଷକମାନଙ୍କ ସହିତ ଭାଗୀଦାରୀ କରିବା ଓ ସେମାନଙ୍କୁ ଉନ୍ନତ, ବୈଜ୍ଞାନିକ ଭାବରେ ପ୍ରମାଣିତ ଓ ସ୍ଥାୟୀ ଫସଲ ସମାଧାନ ସହିତ ସୁସଜ୍ଜିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଟୁ, ଯାହା ସେମାନଙ୍କର ଉତ୍ପାଦକତା ଓ ଲାଭ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।

ଏଫଏମସି ଦ୍ୱାରା ରାଇନାକ୍ସିପାୟାର® ଆକ୍ଟିଭ୍‍ 10 ଟି ଭିନ୍ନ ଉଦ୍ୟୋଗରେ 120 ରୁ ଅଧିକ କମ୍ପାନୀର କଠୋର ମୂଲ୍ୟାଙ୍କନ ପରେ ଏକ ସର୍ବୋତ୍ତମ ବ୍ରାଣ୍ଡ ଭାବରେ ଉଭା ହୋଇଛି. ସେମାନଙ୍କର ପ୍ରୋଫାଇଲ୍ ଗୁଡ଼ିକର ବିକ୍ରି କାରବାର, ବଜାର ଆକାର, ବ୍ରାଣ୍ଡ ରିକଲ୍, ଗ୍ରାହକ ସମୀକ୍ଷା, ଉଦ୍ୟୋଗରେ ଯୋଗଦାନ ଏବଂ ସମଗ୍ର ବଜାର ପ୍ରଭାବ ଆଧାରରେ ସ୍ୱତନ୍ତ୍ର ଭାବରେ ସମୀକ୍ଷା କରାଯାଇଥିଲା।  

ଇଟି ଏଜ୍ ବେଷ୍ଟ ବ୍ରାଣ୍ଡ୍ସ ଲକ୍ଷ୍ୟସ୍ଥ କୀଟ ବିପକ୍ଷରେ ଦୀର୍ଘସ୍ଥାୟୀ ଏବଂ ଦ୍ରୁତ କାର୍ଯ୍ୟକାରୀ ସୁରକ୍ଷା ପାଇଁ ଉଦ୍ୟୋଗର ଅଗ୍ରଣୀ ଉପାଦାନ ଭାବରେ ରାଇନାକ୍ସିପାୟାର® ଆକ୍ଟିଭ୍ କୁ ଅଧିକ ଶକ୍ତିଶାଳୀ ଭାବେ କାର୍ଯ୍ୟ କରିବାକୁ ପ୍ରଶଂସା କରିଛି. ଏହା 2008 ରେ ଭାରତରେ ବ୍ୟବହାର ପାଇଁ ପଞ୍ଜୀକୃତ ହୋଇଥିଲା ଏବଂ ଆଜି 120 ରୁ ଅଧିକ ଦେଶରେ ଉପଲବ୍ଧ ରହିଛି।

ଏଫଏମସି ର ସବୁଠାରୁ ଶକ୍ତିଶାଳୀ ଗବେଷଣା ଓ ବିକାଶ ପାଇପଲାଇନ୍ ଗୁଡିକ ମଧ୍ୟରୁ ଗୋଟିଏ ଅଛି ଓ ଏହା କୃଷି ଉଦ୍ୟୋଗ ମଧ୍ୟରେ ଫସଲ ସୁରକ୍ଷା କ୍ଷେତ୍ରରେ ଅଭିନବ ଉତ୍କର୍ଷତା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଛି. ସ୍ଥାୟୀ ପ୍ରଯୁକ୍ତିବିଦ୍ୟା ସହିତ କୃଷକମାନଙ୍କୁ ସହାୟତା ପ୍ରଦାନ କରି, ଏଫଏମସି ପୃଥିବୀ ଉପରେ ସର୍ବନିମ୍ନ ପ୍ରଭାବ ସହିତ ଏକ ସୁରକ୍ଷିତ, ନିରାପଦ ଏବଂ ସ୍ଥାୟୀ ଖାଦ୍ୟ ଯୋଗାଣରେ ଯୋଗଦାନ କରୁଛି।

ଏଫଏମସି ବିଷୟରେ

ଏଫଏମସି କର୍ପୋରେସନ୍ ହେଉଛି ଏକ ବିଶ୍ୱସ୍ତରୀୟ କୃଷି ବିଜ୍ଞାନ କମ୍ପାନୀ ଯାହା ବଦଳୁଥିବା ପରିବେଶ ଅନୁରୂପ ଆଗକୁ ବଢି ଦୁନିଆରେ ବଢୁଥିବା ଜନସଂଖ୍ୟା ପାଇଁ ଖାଦ୍ୟ, ଚାରା, ଫାଇବର୍ ଓ ଇନ୍ଧନ ଉତ୍ପାଦନ କରିବାରେ ଉତ୍ପାଦକମାନଙ୍କ ସାହାଯ୍ୟ କରିବା ପାଇଁ ସମର୍ପିତ ଅଛି. ଏଫଏମସି ର ଅଭିନବ ଫସଲ ସୁରକ୍ଷା ସମାଧାନ - ଜୈବିକ, ଶସ୍ୟ ପାଇଁ ପୋଷଣ, ଡିଜିଟାଲ୍ ଏବଂ ସଠିକ୍ ଚାଷକୁ ଅନ୍ତର୍ଭୁକ୍ତ କରି କୃଷକ, ଫସଲ ପରାମର୍ଶଦାତା ଏବଂ ଟର୍ଫ ଏବଂ କୀଟନାଶକ ପରିଚାଳନା କରୁଥିବା ପେଶାଦାରମାନଙ୍କୁ ପରିବେଶକୁ ସୁରକ୍ଷା ଦେବା ସହିତ ସେମାନଙ୍କର କଠିନ ଆର୍ଥିକ ଆହ୍ୱାନର ସମ୍ମୁଖୀନ ହେବାରେ ସାହାଯ୍ୟ କରିଥାଏ. ବିଶ୍ୱସ୍ତରରେ ଏକ ଶହରୁ ଅଧିକ ସ୍ଥାନରେ ପ୍ରାୟ 6,600 ଜଣ କର୍ମଚାରୀଙ୍କ ସହିତ, ଏଫଏମସି ନୂଆ ତୃଣନାଶକ, କୀଟନାଶକ ଏବଂ କବକନାଶକ ସକ୍ରିୟ ଉପାଦାନ, ଉତ୍ପାଦ ପ୍ରସ୍ତୁତି ଏବଂ ଅଗ୍ରଣୀ ପ୍ରଯୁକ୍ତି ଆବିଷ୍କାର କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଟେ, ଯାହା ଏହି ଗ୍ରହ ପାଇଁ କ୍ରମାଗତ ଭାବରେ ଉତ୍ତମ ରହିଥାଏ. ଭିଜିଟ୍ କରନ୍ତୁ fmc.com ଏବଂ ag.fmc.com/in/en ଅଧିକ ଜାଣିବା ପାଇଁ ଏବଂ ଏଫଏମସି ଇଣ୍ଡିଆକୁ ଅନୁସରଣ କରିବା ପାଇଁ ଫେସବୁକ୍® ଏବଂ ୟୁଟ୍ୟୁବ୍®.

 

***