ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

କ୍ରାଇଟେଲ୍® ତୃଣନାଶକ

ଯେଉଁ କୃଷକମାନେ ସିଧା ବୁଣାଯାଇଥିବା ଧାନ (ଡିଏସ୍‌ଆର୍) ରେ ଘାସ ବାଳୁଙ୍ଗା ପାଇଁ ସମାଧାନ ଖୋଜୁଛନ୍ତି, ସେମାନଙ୍କ ପାଇଁ କ୍ରାଇଟେଲ୍® ତୃଣନାଶକ ହେଉଛି ସର୍ବୋତ୍ତମ ପସନ୍ଦ. କ୍ରାଇଟେଲ୍® ତୃଣନାଶକ ହେଉଛି ସମ୍ପର୍କ ବିଧି ଦ୍ଵାରା ଧାନ ଗଛରେ ଘାସ ବାଳୁଙ୍ଗା ନିୟନ୍ତ୍ରଣ କରିବା ପାଇଁ ଏକ ଚୟନିତ ଭାବରେ ବ୍ୟବହାର କରାଯାଉଥିବା ଉପାୟ।

ସଂକ୍ଷିପ୍ତ ସୂଚନା

  • ବୁଣାଯାଇଥିବା ଧାନ (ଡିଏସଆର) ରେ ବର୍ଷିକିଆ ଓ ଦୀର୍ଘସ୍ଥାୟୀ ଘାସ ଉପରେ ଉତ୍କୃଷ୍ଟ ନିୟନ୍ତ୍ରଣ
  • ଅଧିକ କଷ୍ଟରେ ନିୟନ୍ତ୍ରଣ ହେଉଥିବା ବାଳୁଙ୍ଗା ଉପରେ ଅତ୍ୟଧିକ ପ୍ରଭାବୀ
  • 2 ଘଣ୍ଟା ପର୍ଯ୍ୟନ୍ତ ବର୍ଷାରେ ଧୋଇ ନହେବାର ନୂଆ ଟେକ୍ନୋଲୋଜି ସମ୍ମିଳିତ
  • ଘାସ ବାଳୁଙ୍ଗା ନିୟନ୍ତ୍ରଣ ପାଇଁ ଉତ୍କୃଷ୍ଟ କାର୍ଯ୍ୟ କରିଥାଏ ଯାହାର ଫଳସ୍ଵରୂପ 7-10 ଦିନ ମଧ୍ୟରେ ବାଳୁଙ୍ଗା ଶୁଖି ମରିଯାଇଥାଏ

ସକ୍ରିୟ ଉପାଦାନ

  • ମେଟାମିଫପ୍

ଲେବଲ୍ ଏବଂ ଏସ୍‌ଡିଏସ୍

4 ଲେବଲ୍ ଉପଲବ୍ଧ

ସହାୟକ ଡକୁମେଣ୍ଟ

ଉତ୍ପାଦର ସଂକ୍ଷିପ୍ତ ବିବରଣୀ

କ୍ରାଇଟେଲ୍® ତୃଣନାଶକ ରେ ମେଟାମିଫପ୍ ଔଷଧ, ଇମଲ୍ସିଫାଏବଲ୍ ସାନ୍ଦ୍ରଣ ଭାବରେ ଥାଏ। ସିଧା ବୁଣାଯାଇଥିବା ଧାନ (ଡିଏସ୍‌ଆର୍) ରେ ବର୍ଷିକିଆ ଓ ଦୀର୍ଘସ୍ଥାୟୀ ଘାସ ନିୟନ୍ତ୍ରଣ ପାଇଁ ଏହି ତୃଣନାଶକ କୁ ଚୟନିତ ଭାବରେ ସମ୍ପର୍କ ବିଧି ଦ୍ଵାରା ଗଛ ବାହାରିବା ପରେ ବ୍ୟବହାର କରାଯାଇଥାଏ। କ୍ରାଇଟେଲ୍® ତୃଣନାଶକ ହେଉଛି ଏକ ଏଓପିପି ତୃଣନାଶକ - ଏରିଲ୍ ଅକ୍ସି ଫେନକ୍ସି ପ୍ରୋପିଓନିକ୍ ଏସିଡ୍ ସମୂହର ଔଷଧ ଅଟେ, ଯାହାକି ଉତ୍କୃଷ୍ଟ ଉପାୟରେ ପ୍ରତିରୋଧର ପ୍ରବନ୍ଧନ କରିଥାଏ। ଉତ୍କୃଷ୍ଟ ନିୟନ୍ତ୍ରଣ ପାଇଁ, କ୍ରାଇଟେଲ୍® ତୃଣନାଶକ ବିଏଲଡବ୍ଲ୍ୟୁ ଏବଂ ସେଜ୍ ପାଇଁ ଏକ ଟ୍ୟାଙ୍କ୍ ମିକ୍ସ୍ ପାର୍ଟନର ଆବଶ୍ୟକ କରେ। ଏହାକୁ ଘାସ ଉଠିବା ପୂର୍ବରୁ ବ୍ୟବହାର କରାଯାଇନଥାଏ ଏବଂ ମାଟିରେ ଅବଶିଷ୍ଟ ଭାଗ ରହିନଥାଏ।ଏହି ଔଷଧ ପତ୍ରରେ ଶୀଘ୍ର ଅବଶୋଷିତ ହୋଇଥାଏ ଏବଂ ସକ୍ରିୟ ରୂପରେ ବୃଦ୍ଧି ହେଉଥିବା ସ୍ଥାନ (ମେରିଷ୍ଟେମ୍) ପର୍ଯ୍ୟନ୍ତ ପହଞ୍ଚିଯାଇଥାଏ, ଯେଉଁଠାରେ ଏହା କୋଷ ବିଭାଜନକୁ ବାଧା ଦେଇଥାଏ ଏବଂ ମେରିଷ୍ଟେମାଟିକ୍ କାର୍ଯ୍ୟବିଧିକୁ ରୋକିଥାଏ। କ୍ରାଇଟେଲ୍® ତୃଣନାଶକକୁ ଲିପିଡ୍ ସିନ୍ଥେସିସ୍ ଇନହିବିଟର୍ (ଏସିଟାଇଲ୍-କୋଏନଜାଇମ୍ ଏ କାର୍ବୋକ୍ସିଲେସ୍ ର ନିଷେଧ) ଭାବରେ ବର୍ଗୀକୃତ କରାଯାଇଛି। ଇଚିନୋକ୍ଲୋଆ ଏସପିପି, ଡାକ୍ଟିଲୋକ୍ଟେନିୟମ୍ ଏଜିପ୍ଟିୟମ୍, ଡିଜିଟେରିଆ ଏସପିପି ପରି ଘାସ ବାଳୁଙ୍ଗାକୁ ମାରିବା ପାଇଁ ଏହା ଅତ୍ୟନ୍ତ ପ୍ରଭାବୀ ହୋଇଥାଏ।

ଫସଲ

ଫସଲଗୁଡିର ଏକ ଆନୁଷ୍ଠାନିକ ତାଲିକା, ଆବଶ୍ୟକୀୟ କୀଟନାଶକ, ବ୍ୟବହାର ପାଇଁ ନିର୍ଦ୍ଦେଶାବଳୀ, ପ୍ରତିବନ୍ଧକ ଏବଂ ସାବଧାନତା ପାଇଁ ସର୍ବଦା ଉତ୍ପାଦ ଲେବଲ୍ ଦେଖନ୍ତୁ. ଆବଶ୍ୟକୀୟ ଫଳାଫଳ ପାଇଁ, ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ଧ୍ୟାନର ସହ ପଢ଼ନ୍ତୁ ଏବଂ ଅନୁସରଣ କରନ୍ତୁ।

ଏହି ଉତ୍ପାଦର ବ୍ୟବହାର ଆମର ନିୟନ୍ତ୍ରଣ ବାହାରେ ହୋ‍ଇଥିବାରୁ, ଆମେ ଉତ୍ପାଦର ଏକକ ଗୁଣବତ୍ତା ବ୍ୟତୀତ ଅନ୍ୟ କୌଣସି ଆଶ୍ୱାସନା ଦେଇ ନ ଥାଉ।

ସଂପୂର୍ଣ୍ଣ ଫସଲ ତାଲିକା

  • ସିଧା ବୁଣାଯାଇଥିବା ଧାନ (ଡିଏସ୍‌ଆର୍)