ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
23917
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

ସିଲପାଇରକ୍ସ® କବକନାଶକ

ସିଲପାଇରକ୍ସ® କବକନାଶକ ହେଉଛି ଏକ କାର୍ବୋକ୍ସିନିଲାଇଡ୍ ସମୁହର ଏକ ପ୍ରଣାଳୀଗତ କବକନାଶକ। ଏହା ରୋଗ ହେବାକୁ ଅଟକାଇଥାଏ ଏବଂ ଆଗକୁ ବୃଦ୍ଧି / ବିସ୍ତାର ର ଯାଞ୍ଚ କରିଥାଏ। କାର୍ବୋକ୍ସିନିଲାଇଡ୍ ଗ୍ରୁପ୍-ଆଧାରିତ ସିଲପାଇରକ୍ସ® କବକନାଶକ ମାଇଟୋକଣ୍ଡ୍ରିଆ ରେ ଥିବା ସକ୍ସିନେଟ୍ ଡିହାଇଡ୍ରୋଜେନେଜ୍ କୁ ପ୍ରତିରୋଧ କରିଥାଏ, ଯାହା କବକ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ। ଏହା ମୂଳ ଏବଂ ପତ୍ର ଦ୍ୱାରା ଶୀଘ୍ର ଅବଶୋଷିତ ହୁଏ ଏବଂ ଚାରା ମଧ୍ୟରେ ଜାଇଲମ୍ ଏବଂ ଆପୋପ୍ଲାଷ୍ଟକୁ ସ୍ଥାନାନ୍ତରିତ ହୁଏ। ସର୍ବୋତ୍କୃଷ୍ଟ ପ୍ରଭାବ ପାଇଁ ସଂକ୍ରମଣ ପୂର୍ବରୁ ସିଲପାଇରକ୍ସ® କବକନାଶକ ବ୍ୟବହାର କରାଯିବା ଆବଶ୍ୟକ । ଧାନରେ ଶିଥ୍‍ ବ୍ଲାଇଟ୍ ଏବଂ ଆଳୁରେ ବ୍ଲାକ୍‍ ସ୍କ୍ରର୍ଫ ରୋଗ ପାଇଁ ଏହାର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥାଏ।

ସଂକ୍ଷିପ୍ତ ସୂଚନା

  • ଏହା ଏକ ଏସଡିଏଚଆଇ ଅଣୁ ଯାହା ଧାନ ର ଶିଥ୍‍ ବ୍ଲାଇଟ୍‍ ଏବଂ ଆଳୁରେ ବ୍ଲାକ୍‍ ସ୍କ୍ରର୍ଫ ରୋଗ ଉପରେ ଅତ୍ୟନ୍ତ ପ୍ରଭାବଶାଳୀ ହୋ‍ଇଥାଏ
  • ଏହା ପ୍ରଣାଳୀଗତ ହୋ‍ଇଥାଏ ଏବଂ ଚେର ଦ୍ୱାରା ଅବଶୋଷିତ ହୋଇ ଚାରାର ଅନ୍ୟାନ୍ୟ ଅଂଶକୁ ସ୍ଥାନାନ୍ତରିତ ହୋଇଥାଏ
  • ସିଲପାଇରକ୍ସ® କବକନାଶକ ରୋଗ ହେବାକୁ ରୋକିଥାଏ
  • ଏହାର ପ୍ରତିରକ୍ଷା ଗୁଣ ଅଛି
  • ରୋଗ ଆଗକୁ ବଢିବାର ଯାଞ୍ଚ କରିଥାଏ

ସକ୍ରିୟ ଉପାଦାନ

  • ଥିଫ୍ଲୁଜାମାଇଡ୍ 24% ଏସସି

ଲେବଲ୍ ଏବଂ ଏସ୍‌ଡିଏସ୍

4 ଲେବଲ୍ ଉପଲବ୍ଧ

ସହାୟକ ଡକୁମେଣ୍ଟ

ଉତ୍ପାଦର ସଂକ୍ଷିପ୍ତ ବିବରଣୀ

ଧାନ ଚାଷୀଙ୍କ ପାଇଁ କବକଜନିତ ରୋଗ ହେଉଛି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଗୁଡିକ ମଧ୍ୟରୁ ଗୋଟିଏ। ଲକ୍ଷଣ କୋଷ ରୁ ଆରମ୍ଭ ହୁଏ, ଏହାପରେ ପତ୍ରରେ ବିସ୍ତାର ହୁଏ, ଏବଂ ଅନୁକୂଳ ଜଳବାୟୁ ସ୍ଥିତିରେ, ଏହା ଗୁରୁତର ଅବସ୍ଥା ସୃଷ୍ଟି କରିପାରେ ଯାହା ଫସଲ ଅମଳ ହ୍ରାସ କରିଥାଏ | ଶିଥ୍‍ ବ୍ଲାଇଟ୍‍ ରୁ ଭଲ ସୁରକ୍ଷା ମିଳିବା ଫଳରେ ଏହା ଚାରା ଉପରେ ପ୍ରଭାବ ପକାଇବାର ସମ୍ଭାବନାକୁ ହ୍ରାସ କରିଥାଏ, ଯାହାଦ୍ୱାରା ପତ୍ର କୁ କମ୍ କ୍ଷତି ହେବା ସହିତ ଆଲୋକଶ୍ଲେଷଣ ପାଇଁ ଅଧିକ ପତ୍ର କ୍ଷେତ୍ର ଯୋଗାଇଥାଏ। ଶିଥ୍‍ ବ୍ଲାଇଟ୍‍ ବିପକ୍ଷରେ ଏକ ପ୍ରଭାବଶାଳୀ ଅଣୁ ଭାବରେ ସିଲପାଇରକ୍ସ କବକନାଶକ କୁ ସୁପାରିଶ କରାଯାଇଛି। ସିଲପାଇରକ୍ସ କବକନାଶକ ର ଠିକ୍ ସମୟରେ ବ୍ୟବହାର ଚାରା କୁ କବକ ଆକ୍ରମଣରୁ ରକ୍ଷା କରିଥାଏ ଏବଂ କବକ ବୃଦ୍ଧିକୁ ନିୟନ୍ତ୍ରଣ କରିଥାଏ । ଆଳୁରେ ବିହନ ଚିକିତ୍ସା ପାଇଁ ସିଲପାଇରକ୍ସ କବକନାଶକ ମଧ୍ୟ ସୁପାରିଶ କରାଯାଏ, ଯାହା ବ୍ଲାକ୍‍ ସ୍କ୍ରର୍ଫ ରୋଗରୁ ସୁରକ୍ଷା ଯୋଗାଇଥାଏ।

ଫସଲ

ଫସଲଗୁଡିର ଏକ ଆନୁଷ୍ଠାନିକ ତାଲିକା, ଆବଶ୍ୟକୀୟ କୀଟନାଶକ, ବ୍ୟବହାର ପାଇଁ ନିର୍ଦ୍ଦେଶାବଳୀ, ପ୍ରତିବନ୍ଧକ ଏବଂ ସାବଧାନତା ପାଇଁ ସର୍ବଦା ଉତ୍ପାଦ ଲେବଲ୍ ଦେଖନ୍ତୁ. ଆବଶ୍ୟକୀୟ ଫଳାଫଳ ପାଇଁ, ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ଧ୍ୟାନର ସହ ପଢ଼ନ୍ତୁ ଏବଂ ଅନୁସରଣ କରନ୍ତୁ।

ଏହି ଉତ୍ପାଦର ବ୍ୟବହାର ଆମର ନିୟନ୍ତ୍ରଣ ବାହାରେ ହୋ‍ଇଥିବାରୁ, ଆମେ ଉତ୍ପାଦର ଏକକ ଗୁଣବତ୍ତା ବ୍ୟତୀତ ଅନ୍ୟ କୌଣସି ଆଶ୍ୱାସନା ଦେଇ ନ ଥାଉ।

ସଂପୂର୍ଣ୍ଣ ଫସଲ ତାଲିକା

  • ଧାନ
  • ଆଳୁ