ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
22083
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

ଏଫଏମସି ହେଉଛି ବିଶ୍ୱସ୍ତରରେ ଅଗ୍ରଣୀ ସମାଧାନ ପ୍ରଦାନକାରୀଙ୍କ ମଧ୍ୟରୁ ଅନ୍ୟତମ ଯାହା କୃଷକମାନଙ୍କୁ ସହାୟତା ଦେବା ସହିତ ସେମାନଙ୍କୁ ଫସଲରେ ହେଉଥିବା କ୍ଷତି କମ୍‍ କରିବାରେ ଓ ସେମାନଙ୍କର ଅମଳ ଓ ଲାଭ ବଢାଇବାରେ ସାହାଯ୍ୟ କରିଥାଏ।

ଏଫଏମସିରେ ପରିଚାଳନା ସମ୍ବନ୍ଧିତ ନିୟମ, ଅନୁସନ୍ଧାନ ଓ ବିକାଶ, ଉତ୍ପାଦ ପୋର୍ଟଫୋଲିଓ, ଓ ମାର୍କେଟିଙ୍ଗ କୌଶଳ ସହିତ ପ୍ରସ୍ତୁତ କରାଯାଏ। ଆମେ ଉତ୍ପାଦର ସଠିକ୍‍ ପରିଚାଳନା ପାଇଁ ପ୍ରତିଶ୍ରୁତିବଦ୍ଧ ଓ ଉତ୍ପାଦର ସମ୍ପୂର୍ଣ୍ଣ ଅବଧି ସହିତ, ନିଜର ଉତ୍ପାଦକୁ ସୁରକ୍ଷିତ, ଦୀର୍ଘସ୍ଥାୟୀ ଓ ସଠିକ୍‍ ଉପଯୋଗକୁ ପ୍ରୋତ୍ସାହନ ଦେଇଥାଉ. ଆମର ଉଦ୍ଦେଶ୍ୟ ହେଉଛି ଉତ୍ପାଦ ବ୍ୟବହାରର ପ୍ରତି ସୋପାନରେ ସକ୍ରିୟ ଭାବରେ ପରିଚାଳନା ସହିତ ସମ୍ବନ୍ଧିତ ସହାୟତା ପ୍ରଦାନ କରି ବ୍ୟବସାୟର ସ୍ଥିରତାକୁ ବୃଦ୍ଧି କରିବା।

ଉତ୍ପାଦ ପରିଚାଳନା ସମୟରେ, ଗ୍ରାହକଙ୍କ ଦ୍ୱାରା ଉତ୍ପାଦ ଚୟନ, ବ୍ୟବହାର ଓ ମ‍ଇଳା ବା ଖାଲି ଡବାଗୁଡିକର ଅନ୍ତିମ ନିକ୍ଷେପଣ ପର୍ଯ୍ୟନ୍ତ, ପ୍ରତି ସୋପାନ ପାଇଁ ସହାୟତା ପ୍ରଦାନ କରାଯାଏ। ଆମେ ସୁନିଶ୍ଚିତ କରୁ ଯେ ଆମର ପ୍ରସ୍ତୁତି ସାମାଜିକ ଓ ପରିବେଶଗତ ଭାବରେ ଅନୁକୂଳ ହୋ‍ଇଥାଏ, ଆମ ଦ୍ୱାରା ତିଆରି ଉତ୍ପାଦ ଭଲଭାବେ ଗବେଷଣା ସହ ବିକଶିତ ହୋ‍ଇଥାଏ, ପ୍ରାମାଣିକ ନିୟାମକ ଡାଟା, ପ୍ରାମାଣିକ ଉତ୍ପାଦ ପ୍ରସ୍ତାବ, ଉତ୍ତରଦାୟୀ ବିନିର୍ମାଣ/ପରିବହନ ଏବଂ ସୁରକ୍ଷିତ ଏବଂ ନିରାପଦ ବ୍ୟବହାର କରିବା ପରେ ବ୍ୟବହାରକାରୀମାନଙ୍କ ଦ୍ୱାରା ଆମର ଉତ୍ପାଦର ସୁରକ୍ଷିତ ଓ ନିରାପଦ ବ୍ୟବହାର ସହିତ ମ‍ଇଳା ଓ ଖାଲି ଡବାଗୁଡିକର ଅନ୍ତିମ ନିକ୍ଷେପଣ ଠିକ୍‍ ଭାବେ ହେବା ସୁନିଶ୍ଚିତ କରିଥାଉ।

24x7 ସହାୟତା ପାଇଁ ପଏଜନ୍ କଣ୍ଟ୍ରୋଲ୍ ସେଣ୍ଟର୍: 1800-102-6545

'କୀଟନାଶକ ବିଷ ଉପରେ ନିୟନ୍ତ୍ରଣ’ ପାଇବା ପାଇଁ ଏଫଏମସି ପାଖରେ ପେସାଦାର ଚିକିତ୍ସକଙ୍କ ଦ୍ୱାରା ସଞ୍ଚାଳିତ ଏକ କଲ୍‍ ସେଣ୍ଟର ରହିଛି, ଯାହାର ନମ୍ବର ଉପରେ ଉପଲବ୍ଧ ରହିଛି। ଏହି କଲ୍‍ ସେଣ୍ଟରର ସୁବିଧା, ବର୍ଷର 365ଦିନ, ଦିନ ଓ ରାତି, 24 ଘଣ୍ଟା ଉପଲବ୍ଧ ରହିଥାଏ। ଆପଣ ଏଠାକୁ ଫୋନ୍‍ କିମ୍ବା ମେସେଜ୍‍ କରିପାରିବେ. ଏଫଏମସି ର ଯେ କୌଣସି ଉତ୍ପାଦର ବ୍ୟବହାର ସମୟରେ, କୌଣସି ମନୁଷ୍ୟ ବା ପଶୁ ଉପରେ ହୋ‍ଇଥିବା ଏହାର ପ୍ରତିକୂଳ ପ୍ରଭାବ ସମ୍ବନ୍ଧରେ ଏଠାରେ ଅଭିଯୋଗ କରିପାରିବେ, ଏହା କୌଣସି ଆକସ୍ମିକ, ଅଜାଣତରେ କିମ୍ବା ଉପଯୋଗ/ଦୁରୁପଯୋଗ ସମୟରେ ହୋ‍ଇଥାଇପାରେ। ଆପଣ ଦିଆଯାଇଥିବା ନମ୍ବରରେ କଲ୍‍ କରି ସହାୟତା ପାଇପାରିବେ।

ପ୍ରତିକୂଳ ପ୍ରଭାବ ବାବଦରେ ଅଭିଯୋଗ କରିବା ପାଇଁ ଆପଣ କଣ କରିବା ଆବଶ୍ୟକ

ଦିଆଯାଇଥିବା ନମ୍ବର 1800-102-6545 ରେ ଏଫଏମସି କୁ କଲ୍ କରନ୍ତୁ. କୌଣସି କଲ୍ ସେଣ୍ଟରକୁ କଲ୍ କରିବା ସମୟରେ ତଳେ ଦିଆଯାଇଥିବା ସୂଚନା ପାଖରେ ରଖନ୍ତୁ:

  1. ନାମ
  2. ସ୍ଥାନ
  3. ଯୋଗାଯୋଗ ନମ୍ବର
  4. ଜିଲ୍ଲାର ନାମ (ଜରୁରୀ)
  5. ରାଜ୍ୟ (ଜରୁରୀ)
  6. ସହର / ତହସିଲ୍/ ତାଲୁକା
  7. ଜରୁରୀକାଳୀନ ଚିକିତ୍ସାର ପ୍ରକାର a7 ସାଧାରଣ ବିବରଣୀ
  8. ସମ୍ବନ୍ଧିତ ଏଫଏମସି ଉତ୍ପାଦର ନାମ

ଉତ୍ପାଦ ପରିଚାଳନା ପ୍ରଶିକ୍ଷଣ:

ଏହା ସୁନିଶ୍ଚିତ କରିବା ପାଇଁ ଯେ ଏଫଏମସି ଉତ୍ପାଦଗୁଡିକର ବ୍ୟବହାର ଉପଯୁକ୍ତ, ସୁରକ୍ଷିତ ଓ ଯଥାର୍ଥ ଭାବରେ କରାଯାଉଛି, ଏଫଏମସି, କୃଷକ, ବିକ୍ରେତା, ପେସାଦାର ଚିକିତ୍ସକ, ସ୍ପ୍ରେ-ଅପରେଟର୍‍, ବ୍ୟବହାରକାରୀ, ଓ ଏଫଏମସି ର କର୍ମଚାରୀମାନଙ୍କ ପାଇଁ ନିୟମିତ ଭାବରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିଥାଏ। ଏହି କାର୍ଯ୍ୟକ୍ରମ, ଏଫଏମସି ଦ୍ୱାରା ବା କ୍ରପଲାଇଫ୍‍ ଇଣ୍ଡିଆ ପରି ସହାୟକ କମ୍ପାନୀର ସହାୟତାରେ ବର୍ଷ ସାରା ଆୟୋଜିତ କରାଯାଇଥାଏ।

ଏପରି ପ୍ରଶିକ୍ଷଣ ଅଧିବେଶନ ସମୟରେ, ବିଶେଷ ଭାବରେ ଏଫଏମସି ଉତ୍ପାଦଗୁଡିକ ପାଇଁ, ଫସଲ ସୁରକ୍ଷା ଉତ୍ପାଦଗୁଡିକର କ୍ରୟ ଓ ବ୍ୟବହାର ସମୟରେ ଗ୍ରହଣ କରାଯାଉଥିବା ସବୁଠାରୁ ଉତ୍ତମ ଉପାୟ ବିଷୟରେ ସୂଚନା ଦିଆଯାଇଥାଏ। ଏହା ଛଡ଼ା, ପ୍ରଶିକ୍ଷଣ ସମୟରେ ଏଫଏମସି ଉତ୍ପାଦଗୁଡିକ ପାଇଁ, ବ୍ୟବହାର ହେଉଥିବା ଉପକରଣଗୁଡିକର ରକ୍ଷଣାବେକ୍ଷଣ ଓ ଉତ୍ପାଦଗୁଡିକର ଲେବେଲ୍‍ ଉପରେ ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ସଠିକ୍‍ ଭାବରେ ପଢିବା ବିଷୟରେ ସୂଚନା ଦିଆଯାଇଥାଏ।

ଏଫଏମସି କୃଷକମାନଙ୍କୁ ଏହା ସୁନିଶ୍ଚିତ କରିବା ପାଇଁ ପ୍ରୋତ୍ସାହିତ କରିଥାଏ:

  1. ସେମାନେ ଏକ ଏଫଏମସି ଉତ୍ପାଦ କିଣିବା ପରେ ଡିଲରଙ୍କ ଠାରୁ ଆବଶ୍ୟକ ଇନଭଏସ୍ ପାଇଛନ୍ତି।
  2. ସେମାନେ ସଠିକ୍ ସମୟରେ ସଠିକ୍ କୀଟ ପାଇଁ ସଠିକ୍ ଉତ୍ପାଦ ବ୍ୟବହାର କରୁଛନ୍ତି।
  3. ସେମାନେ ସ୍ପ୍ରେ କରିବା ପାଇଁ ଉତ୍ପାଦର ସଠିକ୍ ମାତ୍ରାରେ ବ୍ୟବହାର କରୁଛନ୍ତି।
  4. ସେମାନେ କୀଟନାଶକ ପକାଇବା/ସ୍ପ୍ରେ କରିବା ପାଇଁ ସଠିକ୍ ଓ ସୁବ୍ୟବସ୍ଥିତ ଉପକରଣ ବ୍ୟବହାର କରୁଛନ୍ତି
  5. ସେମାନେ ଉତ୍ପାଦ ମିଶାଇବା ଓ ବ୍ୟବହାର କରିବା ପାଇଁ ସଠିକ୍ ପର୍ସନାଲ୍‍ ପ୍ରୋଟେକ୍ଟିଭ୍‍ ଇକ୍ୱିପମେଣ୍ଟ (ପିପିଇ) କିଟ୍ ପରିଧାନ କରିଛନ୍ତି।
  6. ସେମାନେ ଲେବେଲ୍‍ ଉପରେ ଦିଆଯାଇଥିବା ନିର୍ଦ୍ଦେଶାବଳିଗୁଡିକୁ ଭଲ ଭାବରେ ପଢିଛନ୍ତି ଓ ପାଳନ କରିଛନ୍ତି।
  7. ସେମାନେ ପବନର ବିପରୀତ ଦିଗରେ ସ୍ପ୍ରେ କରୁନାହାଁନ୍ତି।
  8. ସ୍ପ୍ରେ କରିବା ପରେ ସେମାନେ ଭଲ ଭାବରେ ସ୍ନାନ କରୁଛନ୍ତି।
  9. ସେମାନେ କୀଟନାଶକ ଡବା କୁ ସୁରକ୍ଷିତ ଭାବରେ ବନ୍ଦ କରି ଶୀତଳ ଓ ଶୁଖିଲା ସ୍ଥାନରେ ରଖିଛନ୍ତି, ଯେଉଁଠାରେ ପିଲାମାନେ ପହଞ୍ଚିପାରିବେ ନାହିଁ।
  10. ଲେବଲ୍ ଅନୁଯାୟୀ ଖାଲି ଡବାଗୁଡିକୁ ନଷ୍ଟ କରିବା ପୂର୍ବରୁ ସେମାନେ ତିନି ଥର ଧୋ‍ଇଛନ୍ତି।