ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

ଏଫଏମସି ଇଣ୍ଡିଆ ପିଜେଟିଏସ୍ କୃଷି ବିଶ୍ୱବିଦ୍ୟାଳୟର ସହଯୋଗରେ ବିଜ୍ଞାନ ନେତୃତ୍ୱ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଅଧୀନରେ କୃଷି କ୍ଷେତ୍ରରେ ଭବିଷ୍ୟତର ଅଗ୍ରଣୀ ବ୍ୟକ୍ତିମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରୁଛି

ଏଫଏମସି ଇଣ୍ଡିଆ, ଏକ ଅଗ୍ରଣୀ କୃଷି ବିଜ୍ଞାନ କମ୍ପାନୀ ଏହାର ବହୁ-ବର୍ଷୀୟ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଅଧୀନରେ ଭାରତର ଆଠଟି ରାଜ୍ୟର ପ୍ରମୁଖ କୃଷି ବିଦ୍ୟାଳୟଗୁଡ଼ିକ ପାଇଁ ଆଜି ହାଇଦ୍ରାବାଦରେ ପ୍ରଫେସର ଜୟଶଙ୍କର ତେଲେଙ୍ଗାନା ଷ୍ଟେଟ୍ ଏଗ୍ରିକଲଚରାଲ୍ ୟୁନିଭର୍ସିଟି (ପିଜେଟିଏସଏୟୁ) ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛି. ଏହି ଏମଓୟୁ ରେ ସ୍ଵାକ୍ଷର କରିଛନ୍ତି ଏଫଏମସି ଇଣ୍ଡିଆର ପ୍ରେସିଡେଣ୍ଟ ଡ. ରବି ଆନ୍ନାଭରପୁ ଏବଂ ପିଜେଟିଏସଏୟୁ ର ଭାଇସ୍ ଚାନ୍ସେଲର୍ ଡ. ଭି. ପ୍ରବୀଣ ରାଓ।

ଚୁକ୍ତିନାମା ଅନୁଯାୟୀ, ଏଫଏମସି କୃଷି ବିଜ୍ଞାନରେ ଡକ୍ଟରେଟ୍‍ ଓ ମାଷ୍ଟର ଡିଗ୍ରୀ ହାସଲ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ବର୍ଷକୁ ଦୁଇଟି ଛାତ୍ରବୃତ୍ତି ପ୍ରଦାନ କରିବ. ଏଫଏମସି ବିଶ୍ୱବିଦ୍ୟାଳୟଗୁଡ଼ିକ ସହିତ ସେମାନଙ୍କର ପ୍ରଭାବଶାଳୀ ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରିବା ପାଇଁ ଓ ବିଜ୍ଞାନ ଓ ଗବେଷଣା ପାଇଁ ସେମାନଙ୍କର ଆଗ୍ରହକୁ ପ୍ରୋତ୍ସାହିତ କରିବା ପାଇଁ ସିଧାସଳଖ କାର୍ଯ୍ୟ କରିବ. ଭାରତରେ ଅଧିକ ମହିଳାମାନଙ୍କୁ କୃଷି ବିଜ୍ଞାନ ଓ ଗବେଷଣାରେ କ୍ୟାରିଅର୍ ବନାଇବା ପାଇଁ ପ୍ରୋତ୍ସାହିତ କରିବା ପାଇଁ ମହିଳା ପ୍ରାର୍ଥୀମାନଙ୍କ ପାଇଁ ପଚାଶ ପ୍ରତିଶତ ଛାତ୍ର ବୃତ୍ତି ନିର୍ଦ୍ଧାରିତ କରାଯାଇଛି. ଛାତ୍ରବୃତ୍ତି ସହିତ, ଏଫଏମସି ବିଶ୍ୱବିଦ୍ୟାଳୟ ସହିତ ନିଜର ସହଯୋଗୀ ଗବେଷଣା କାର୍ଯ୍ୟକୁ ବୃଦ୍ଧି କରିବ।

"କୃଷି ଗବେଷଣା କ୍ଷେତ୍ରରେ ଭବିଷ୍ୟତର ନେତୃବୃନ୍ଦ ଭାବରେ ଯୁବ ପ୍ରତିଭାକୁ ଆକାର ଦେବା ପାଇଁ ଏଫଏମସି କାର୍ଯ୍ୟରତ ଅଛି. ଭାରତରେ ସ୍ଥାନୀୟ ବୈଜ୍ଞାନିକମାନଙ୍କର ଏକ ଶକ୍ତିଶାଳୀ ମୂଳଦୁଆ ବିକାଶ କରିବା ହେଉଛି ଏଫଏମସି ର ପ୍ରତିଭା ଯୋଜନାର ଏକ ଅଂଶ, ଏଫଏମସିରେ ଅନ୍ତର୍ରାଷ୍ଟ୍ରୀୟ ବୈଜ୍ଞାନିକମାନଙ୍କର ସମୃଦ୍ଧ ବିବିଧତା ରହିଛି, ଯେଉଁମାନେ ଭାରତରେ, ଭାରତ ଓ ବିଶ୍ୱ ପାଇଁ ଟେକ୍ନୋଲୋଜି କ୍ଷେତ୍ରରେ ଅଭିନବତା ଆଣିଦେବେ. ୟୁନିଭର୍ସିଟି ସହିତ ଆମର ସହଭାଗୀତା ସେହି ଆଶାକାଂକ୍ଷୀମାନଙ୍କ ପାଇଁ ସମ୍ଭାବନାର ଦ୍ୱାର ଖୋଲିଦେବ ଯେଉଁମାନେ ଶିଳ୍ପ ବିଶେଷଜ୍ଞ ତଥା ଶିକ୍ଷାବିତ୍‍ ମାନଙ୍କ ସାହାଯ୍ୟରେ ନିଜ ପାଇଁ ସଫଳତାର ମାର୍ଗ ବନାଇପାରିବେ," କହିଛନ୍ତି ରବି ଆନ୍ନାଭାରାପୁ, ଅଧ୍ୟକ୍ଷ, ଏଫଏମସି ଇଣ୍ଡିଆ. "ଭାରତରେ ଅନୁସନ୍ଧାନ ଓ ବିକାଶ ଦୃଶ୍ୟ ମହତ୍ତ୍ଵପୂର୍ଣ୍ଣ ଭାବରେ ବୃଦ୍ଧି କରୁଛି ଓ ବିଶ୍ୱସ୍ତରୀୟ ମାନ୍ୟତା ପ୍ରାପ୍ତ କରୁଛି. ଏଫଏମସି ବିଜ୍ଞାନ ମେଧାବୀ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ମାଧ୍ୟମରେ, ଏହି ଅଭିବୃଦ୍ଧିର ଶୀର୍ଷରେ ରହିବା ପାଇଁ ଯୁବ ପ୍ରତିଭାଙ୍କୁ ସଶକ୍ତ କରିବା ହେଉଛି ଆମର ଆଭିମୁଖ୍ୟ.”

ଭାଗୀଦାରୀ ବିଷୟରେ କହିଥିଲେ, ଡ. ଭି. ପ୍ରବୀଣ ରାଓ, କୁଳପତି, ପିଜେଟିଏସଏୟୁ କହିଛନ୍ତି: "ବିଶ୍ୱସ୍ତରୀୟ ଓ ଜାତୀୟ ସ୍ତରରେ କୃଷି କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକର ସମାଧାନ ପାଇଁ ସ୍ଥାୟୀ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏଫଏମସି ଦ୍ୱାରା ନିଆଯାଇଥିବା ଅଭିନବ ପଦକ୍ଷେପକୁ ଆମେ ପ୍ରଶଂସା କରୁଛୁ. ଗ୍ରାମୀଣ ଭାରତରେ ପ୍ରକଳ୍ପ ସଫଲ ଓ ସୁରକ୍ଷିତ ଜଳ ପାଇଁ ପ୍ରକଳ୍ପ ସମର୍ଥ, ଉତ୍ତମ ସ୍ୱାସ୍ଥ୍ୟ, ଜିଏପି, କୃଷି କ୍ଷେତ୍ରରେ ମହିଳାମାନଙ୍କୁ ସଶକ୍ତ କରିବା ଓ ଯୁବକମାନଙ୍କୁ ବିଜ୍ଞାନ କ୍ଷେତ୍ରରେ ପ୍ରୋତ୍ସାହିତ କରିବା ଭଳି ଅନେକ ପଦକ୍ଷେପ ମାଧ୍ୟମରେ କରାଯାଇଥିବା ବିସ୍ତୃତ କାର୍ଯ୍ୟକଳାପ ଏଫଏମସି ଦ୍ୱାରା ନିଆଯାଇଥିବା ଉଲ୍ଲେଖନୀୟ ପ୍ରୟାସ ଅଟେ." ବିଜ୍ଞାନ ନେତୃବୃନ୍ଦଙ୍କ ଛାତ୍ରବୃତ୍ତି କାର୍ଯ୍ୟକ୍ରମକୁ ପ୍ରଶଂସା କରି, ଡ. ରାଓ ଆହୁରି ମଧ୍ୟ କହିଛନ୍ତି, "ଏଫଏମସି ସହିତ ଆମର ଭାଗୀଦାରୀ ଯୁବ ଭାରତୀୟ ପ୍ରତିଭାଙ୍କୁ ଏକ ଆବଶ୍ୟକ ରହିଥିବା ପ୍ରୋତ୍ସାହନ ଯୋଗାଇବାରେ ସାହାଯ୍ୟ କରିବ ଯାହାକି କୃଷି କ୍ଷେତ୍ରରେ ମୂଲ୍ୟବୋଧ ଯୋଡିବାକୁ ଇଛା ରଖିଛି ଓ ବର୍ତ୍ତମାନର ଓ ଭବିଷ୍ୟତର ପ୍ରତିଭାମାନଙ୍କର ଆବଶ୍ୟକତା ପାଇଁ ଏକ ସମ୍ଭାବ୍ୟ ପ୍ରତିଭା ପାଇପଲାଇନ୍ ତିଆରି କରିବ. ତେଲେଙ୍ଗାନା ରାଜ୍ୟରେ ପିଜେଟିଏସଏୟୁ ପୋଷ୍ୟ ଭାବେ ଗ୍ରହଣ କରିଥିବା ଗ୍ରାମରେ ପ୍ରିସିଜନ୍‍ ଏଗ୍ରିକଲଚର୍‍, ଏଗ୍ରିଟେକ୍‍ ଭେଞ୍ଚର କ୍ୟାପିଟାଲ୍‍, ସଷ୍ଟେନେବଲ୍‍ ପେଷ୍ଟ ମ୍ୟାନେଜମେଣ୍ଟ ସଲ୍ୟୁସନ ଓ ଫାର୍ମ କନେକ୍ଟ ପ୍ରୋଗ୍ରାମ ଭଳି ସମାନ ଆଭିମୁଖ୍ୟ ଉପରେ ଏଫଏମସି ସହିତ ପିଜେଟିଏସଏୟୁ ମିଳିତ ଭାବରେ କାମ କରିବାକୁ ଆଶା ରଖିଛି.”

ଏଫଏମସି, କୃଷି ଶିଳ୍ପରେ ସବୁଠାରୁ ଦୃଢ଼ ଆବିଷ୍କାର ଓ ବିକାଶ ପାଇପଲାଇନ୍ ଗୁଡ଼ିକ ମଧ୍ୟରୁ ଗୋଟିଏ ମାର୍ଗଦର୍ଶନ କରିବା ପାଇଁ 800 ରୁ ଅଧିକ ବୈଜ୍ଞାନିକ ଓ ସହଯୋଗୀ ମାନଙ୍କ ସହିତ ବିଶ୍ୱସ୍ତରୀୟ ଗବେଷଣା ଓ ବିକାଶ ଆରଏଣ୍ଡଡି ସଂଗଠନ, କୁହନ୍ତି କୃଷି ଇକୋସିଷ୍ଟମ ମଧ୍ୟରେ ବୈଜ୍ଞାନିକ ସମୁଦାୟ ଓ ଶିକ୍ଷାବିତ୍‍ ମାନଙ୍କ ମଧ୍ୟରେ ଥିବା ସହଯୋଗକୁ ଦୃଢ କରିବା ପାଇଁ ଏହା ପ୍ରତିଶ୍ରୁତିବଦ୍ଧ. ଏଫଏମସି ସମ୍ପ୍ରତି ଉତ୍ତରାଖଣ୍ଡ ର ପନ୍ତନଗରରେ ଥିବା ଜିବି ପନ୍ତ ୟୁନିଭର୍ସିଟି ଅଫ୍‍ ଏଗ୍ରିକଲଚର ଆଣ୍ଡ୍‍ ଟେକ୍ନୋଲୋଜି ଓ ଗୁଣ୍ଟୁରରେ ଥିବା ଆଚାର୍ଯ୍ୟ ଏନ.ଜି.ରଙ୍ଗା ଏଗ୍ରିକଲଚର୍‍ ୟୁନିଭର୍ସିଟି ସହିତ ସମାନ ପ୍ରକାରର ଏମଓୟୁ ସ୍ୱାକ୍ଷରିତ କରିଛନ୍ତି।

ଏଫଏମସି ର ମଲ୍ଟି-ଲେୟାର୍ ସ୍କଲାରଶିପ୍ ପ୍ରୋଗ୍ରାମ୍ ଜରିଆରେ ସାରା ଭାରତର ଆଠଟି ବିଶ୍ଵବିଦ୍ୟାଳୟ ର ବିଭିନ୍ନ ବିଭାଗ ଯଥା ଏଗ୍ରୋନୋମି, ଏଣ୍ଟୋମୋଲୋଜି, ପାଥୋଲୋଜି, ସଏଲ୍ ସାଇନ୍ସ ଏବଂ ହର୍ଟିକଲଚର୍ ରେ 10 ପିଏଚଡି (ଏଜି) ଏବଂ 10 ଏମ.ଏସସି. (ଏଜି) ସ୍କଲାରଶିପ୍ ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି. ଏହି ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଅନ୍ତର୍ଗତ, ପୁରସ୍କାର ପ୍ରାପ୍ତକର୍ତ୍ତାମାନଙ୍କୁ ଏହା ସହିତ କମ୍ପାନୀରେ ପୂର୍ଣ୍ଣ ସମୟ ନିଯୁକ୍ତି ସୁଯୋଗରେ ଅଗ୍ରାଧିକାର ପ୍ରାପ୍ତ କରିବା ପାଇଁ ସେମାନଙ୍କର ସମଗ୍ର ବିକାଶ ପାଇଁ ଇଣ୍ଟର୍ନଶିପ୍ ଓ ଉଦ୍ୟୋଗ ଉପଦେଷ୍ଟା ମଧ୍ୟ ପ୍ରଦାନ କରାଯିବ।

FMC India collaborates with PJTS Agricultural University to foster future leaders in agriculture under the Science Leaders Scholarship programFMC India collaborates with PJTS Agricultural University to foster future leaders in agriculture under the Science Leaders Scholarship program