ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

ଏଫଏମସି କର୍ପୋରେସନ୍ ର ଅଧ୍ୟକ୍ଷ ଓ ସିଇଓ ମାର୍କ ଡଗଲାସ୍ ଭାରତ - ୟୁ.ଏସ୍. ଇନୋଭେସନ୍ ହ୍ୟାଣ୍ଡଶେକ୍ ରାଉଣ୍ଡଟେବୁଲରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଓ ୟୁ.ଏସ୍. ର ରାଷ୍ଟ୍ରପତି ବାଇଡେନଙ୍କ ସହ ଯୋଗ ଦେଲେ

ଜାତୀୟ, ଜୁନ୍ 26, 2023:: ଏଫଏମସି କର୍ପୋରେସନ୍ ର ଅଧ୍ୟକ୍ଷ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍କ ଡଗଲାସ୍‍ ପ୍ରଧାନମନ୍ତ୍ରୀଙ୍କ ୟୁ.ଏସକୁ ଚାରିଦିନିଆ ଯାତ୍ରା ଅବସରର ଅଂଶ ଭାବେ ୱାଶିଂଟନ୍ ଡି.ସି.ରେ ଥିବା ହ୍ୱାଇଟ ହାଉସରେ ଶୁକ୍ରବାର ଦିନ ଆୟୋଜିତ ହୋ‍ଇଥିବା ଟେକ୍ନୋଲୋଜି ରାଉଣ୍ଡଟେବୁଲ୍ ଭାରତ - ୟୁ.ଏସ୍. ଇନୋଭେସନ୍ ହ୍ୟାଣ୍ଡଶେକରେ ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ କରିଥିଲେ. ଏହି କାର୍ଯ୍ୟକ୍ରମ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ହିତ ଓ ସହଯୋଗର ପ୍ରଯୁକ୍ତି କ୍ଷେତ୍ର ଉପରେ ଆଲୋଚନା କରିବା ପାଇଁ ଆୟୋଜିତ କରାଯାଇଥିଲା ଓ ରାଉଣ୍ଡଟେବୁଲ ଅତିଥିମାନଙ୍କ ମଧ୍ୟରେ ଅଗ୍ରଣୀ ୟୁ.ଏସ୍. ଓ ଇଣ୍ଡିଆ କମ୍ପାନୀଗୁଡ଼ିକର ସିଇଓମାନେ ଅନ୍ତର୍ଭୁକ୍ତ ଥିଲେ. ଏଫଏମସି ପ୍ରଧାନମନ୍ତ୍ରୀ ମୋଦୀ ଓ ଅଧ୍ୟକ୍ଷ ବାଇଡେନ୍ ଙ୍କ ସହ ରାଉଣ୍ଡ ଟେବୁଲରେ ଅଂଶଗ୍ରହଣ କରିଥିବା ଏକମାତ୍ର କୃଷି-କେନ୍ଦ୍ରିତ କମ୍ପାନୀ ଥିଲା. ଏହି କାର୍ଯ୍ୟକ୍ରମ ସମୟରେ, ଅଂଶଗ୍ରହଣକାରୀମାନେ ବିଭିନ୍ନ କ୍ଷେତ୍ରରେ ଏକ ସହଭାଗୀ ପ୍ରଯୁକ୍ତି ଇକୋସିଷ୍ଟମରେ ଅଭିନବତା ସୁଯୋଗ ଉପରେ ଆଲୋଚନା କରିଥିଲେ. ଶ୍ରୀଯୁକ୍ତ ଡଗଲାସ୍ ଫସଲ ସୁରକ୍ଷା ଉଦ୍ୟୋଗ ତରଫରୁ ଦୃଷ୍ଟିକୋଣ ଶେୟାର କରିଥିଲେ ଓ ଡିଜିଟାଲ ଏବଂ ସଠିକ୍ କୃଷି ଉପକରଣରୁ ଆରମ୍ଭ କରି ଡ୍ରୋନ୍ ଏବଂ ନୂଆ ଅଣୁ ଆବିଷ୍କାର ପର୍ଯ୍ୟନ୍ତ ଏହି କ୍ଷେତ୍ରରେ ଅଭିନବତା ଉପରେ ଟିପ୍ପଣୀ ଦେଇଥିଲେ. ଏଗୁଡ଼ିକ ଫସଲକୁ ସୁରକ୍ଷା ଦେବା ଏବଂ ଖାଦ୍ୟ ଉତ୍ପାଦନ ବୃଦ୍ଧି କରିବା ପାଇଁ ଅଧିକ ପ୍ରଭାବୀ, ଦକ୍ଷ ଏବଂ ସ୍ଥାୟୀ ପଦ୍ଧତି ସୃଷ୍ଟି କରିଛି. ସେ ମଧ୍ୟ ଅଧିକ ଦକ୍ଷ ନିୟାମକ ଓ ପଞ୍ଜିକରଣ ପ୍ରଣାଳୀର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ, ଯାହାଦ୍ୱାରା ଭାରତ, ୟୁ.ଏସ. ଓ ସାରା ବିଶ୍ୱରେ ଥିବା କୃଷକମାନେ ସବୁଠାରୁ ଉନ୍ନତ ଫସଲ ସୁରକ୍ଷା ପ୍ରଯୁକ୍ତି ଗୁଡ଼ିକର ଦ୍ରୁତ ବ୍ୟବହାରକୁ ସୁନିଶ୍ଚିତ କରିପାରିବେ।

Mark with Modi



“କୃଷି ଅନ୍ୟାନ୍ୟ ଶିଳ୍ପଗୁଡିକରେ ହେଉଥିବା ପ୍ରଯୁକ୍ତିଗତ ଉନ୍ନତି ଫଳରେ ଲାଭାନ୍ୱିତ ହୋଇଆସିଛି ଓ ହେବା ଜାରି ରହିଛି. ପ୍ରଯୁକ୍ତି ଏକୀକରଣର ଭାରତ ଓ ସାରା ବିଶ୍ୱରେ ଥିବା କୃଷକମାନଙ୍କ ପାଇଁ ସମ୍ମୁଖରେ ସ୍ଥିରତା ଓ ସୁରକ୍ଷା ସହିତ କୃଷିକୁ ଆଗକୁ ବଢ଼ାଇବା କ୍ଷେତ୍ରରେ ମୁଖ୍ୟ ଭୂମିକା ରହିଛି. ଶ୍ରୀଯୁକ୍ତ ଡଗଲାସ୍‍ କହିଛନ୍ତି ଯେ ଏହି ରାଉଣ୍ଡ ଟେବୁଲ ଆମକୁ ଜ୍ଞାନର ସହଯୋଗ ଓ ଆଦାନପ୍ରଦାନ ମାଧ୍ୟମରେ ସରକାର ଓ କମ୍ପାନୀଗୁଡ଼ିକୁ ଏକାଠି ଆଣିବା ପାଇଁ ଏକ ମଞ୍ଚ ପ୍ରଦାନ କରିଛି. “ଏଫଏମସି ପାଇଁ ବିଶ୍ୱସ୍ତରରେ ସର୍ବୋତ୍ତମ ଥିବା ତିନୋଟି ମାର୍କେଟ ମଧ୍ୟରୁ ଭାରତ ହେଉଛି ଅନ୍ୟତମ. ସମଗ୍ର ବିଶ୍ୱରେ ଏଗ୍ରିଟେକ୍ ଇଣ୍ଡଷ୍ଟ୍ରିର ଦ୍ରୁତ ବିକାଶ ସହିତ, ଭାରତୀୟ କୃଷି ଇକୋସିଷ୍ଟମକୁ ଅଧିକ ଅନୁକୂଳ କରିବା ଏବଂ ନୀତି ନିର୍ଣ୍ଣୟକାରୀଙ୍କ ପାଇଁ ଏଗ୍ରୋ କେମିକାଲ୍ସର ନିୟାମକ ଏବଂ ପଞ୍ଜୀକରଣ ପ୍ରଣାଳୀର ଦକ୍ଷତାକୁ କିପରି ବୃଦ୍ଧି କରିହେବ, ତାହା ବିଚାର କରିବା ପ୍ରଯୁଜ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହାଫଳରେ ଏଫଏମସି ପରି କୃଷି କମ୍ପାନୀଗୁଡ଼ିକୁ ଭାରତୀୟ କୃଷକମାନଙ୍କୁ ମାଇକ୍ରୋବାୟାଲ୍ ଏବଂ ସ୍ପ୍ରେବଲ୍ ଫେରୋମୋନ ଭଳି ଅତ୍ୟାଧୁନିକ, ଅଧିକ ସ୍ଥାୟୀ ଟେକ୍ନୋଲୋଜିକୁ ଶୀଘ୍ର ବଜାରକୁ ଆଣିବା ପାଇଁ ସାହାଯ୍ୟ ମିଳିବ, ଯାହାର ପରିଣାମସ୍ୱରୂପ ଆଜି ଏବଂ ଆସନ୍ତାକାଲି ପାଇଁ ଅଧିକ ସ୍ଥାୟୀ ଖାଦ୍ୟ ବ୍ୟବସ୍ଥା ଏବଂ ଖାଦ୍ୟ ସୁରକ୍ଷା ପ୍ରାପ୍ତ କରିହେବ.”



ଏଫଏମସି ସବୁବେଳେ କୃଷକମାନଙ୍କ ପାଇଁ ସିନ୍ଥେଟିକ୍ ଓ ଜୈବିକ ଫସଲ ସୁରକ୍ଷା ଓ ପୋଷଣ ଉତ୍ପାଦ, ଅନନ୍ୟ ପ୍ରୟୋଗ ବ୍ୟବସ୍ଥା ପର୍ଯ୍ୟନ୍ତ ଅଭିନବ ସମାଧାନ ଆରମ୍ଭ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିଛି. ଶ୍ରୀଯୁକ୍ତ ଡଗଲାସ୍‍ ନିକଟରେ ମଧ୍ୟପ୍ରଦେଶରେ ଥିବା କୃଷକମାନଙ୍କ ପାଇଁ ଏକ ଡ୍ରୋନ୍ ସ୍ପ୍ରେ ସେବା ଆରମ୍ଭ କରିବା ପାଇଁ ଭାରତରେ ଥିଲେ. କୃଷି ଦକ୍ଷତା ଓ ଅମଳ କୁ ଉନ୍ନତ କରିବାରେ ଡ୍ରୋନ୍ ଓ ଅନ୍ୟାନ୍ୟ ଉନ୍ନତ ଆପ୍ଲିକେସନ୍ ସିଷ୍ଟମ୍ ଗୁଡ଼ିକର ଉପଯୋଗିତା ମହତ୍ତ୍ଵପୂର୍ଣ୍ଣ ଅଟେ. ଡ୍ରୋନ୍ ଏକ କ୍ଷେତର ଉପଚାର କରିବା ପାଇଁ ଆବଶ୍ୟକ ହେଉଥିବା ସମୟକୁ ବହୁତ କମ୍ କରୁଥିବାରୁ ତାହା ଭାରତୀୟ କୃଷକମାନଙ୍କୁ ଜଳବାୟୁ ସମ୍ବନ୍ଧିତ ବିପଦରୁ ସୁରକ୍ଷାକୁ ସୁନିଶ୍ଚିତ କରିଥାଏ ଯାହା ଡିହାଇଡ୍ରେସନ୍ ଓ ହିଟ୍ ଷ୍ଟ୍ରୋକ୍ ର କାରଣ ହୋଇପାରେ।



ଭାରତ ସରକାର କୃଷି ଉଦ୍ୟୋଗର ଆଧୁନିକୀକରଣ କରିବା ଦିଗରେ ଅଗ୍ରସର ହେବା ସହିତ ଏଫଏମସି ଦେଶ ଏବଂ ଏହାର ପ୍ରଗତି ପ୍ରତି ନିଜର ନିରନ୍ତର ପ୍ରତିଶ୍ରୁତିବଦ୍ଧତାକୁ ସ୍ପଷ୍ଟ କରିଛି, ଯେପରି ଏହା ତିନି ଦଶନ୍ଧିରୁ ଅଧିକ ସମୟ ଧରି କରିଛି।



ଶ୍ରୀଯୁକ୍ତ ଡଗଲାସ୍ କହିଛନ୍ତି, "ଏହି ଐତିହାସିକ ବୈଠକରେ ଅଂଶଗ୍ରହଣ କରିବା ଏବଂ କୃଷି ଶିଳ୍ପର ଏକ ସ୍ୱର ଭାବେ କାର୍ଯ୍ୟ କରିବା ଗୌରବର ବିଷୟ ଥିଲା. ଏଫଏମସି ର ଆମନ୍ତ୍ରଣ ପାଇଁ ରାଷ୍ଟ୍ରପତି ବାଇଡେନ୍, ପ୍ରଧାନମନ୍ତ୍ରୀ ମୋଦୀ, ମନ୍ତ୍ରୀ ଜୟଶଙ୍କର, ସେକ୍ରେଟାରୀ କ୍ୱାତ୍ରା, ଜାତୀୟ ସୁରକ୍ଷା ପରାମର୍ଶଦାତା ଡୋଭାଲ୍, ସେକ୍ରେଟାରୀ ସିଂହ, ଆମ୍ବାସାଡାର ସାନ୍ଧୁ ଓ ଭାରତ ସରକାର ଓ ୟୁ.ଏସ୍. ର ସରକାରଙ୍କ ପ୍ରତି ଆମେ କୃତଜ୍ଞ ଅଟୁ.”



ଭାରତ - ୟୁ.ଏସ୍. ଇନୋଭେସନ୍ ହ୍ୟାଣ୍ଡଶେକ୍ ରାଉଣ୍ଡଟେବୁଲ୍ ୟୁ.ଏସ. ସେକ୍ରେଟାରୀ ଅଫ୍‍ କମର୍ସ ଗିନା ରାଇମୋଣ୍ଡୋଙ୍କ ଦ୍ୱାରା ପରିଚାଳିତ ହୋଇଥିଲା, ଯେଉଁଥିରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିଭାନ୍, ନେଶନାଲ ସାଇନ୍ସ ଫାଉଣ୍ଡେସନ୍ ର ନିର୍ଦ୍ଦେଶକ ସେତୁରମନ୍ ପଞ୍ଚନାଥନ୍ ଏବଂ ନେଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେଟର୍ ବିଲ୍ ନେଲସନଙ୍କ ସହ ଭାରତ ସରକାରଙ୍କ ଅଧିକାରୀମାନେ ମଧ୍ୟ ସାମିଲ୍‍ ଥିଲେ. ଦୁନିଆର ଦୁଇଟି ସବୁଠାରୁ ବଡ ଗଣତାନ୍ତ୍ରିକ ଦେଶ ମଧ୍ୟରେ ନିରନ୍ତର ଦୃଢ଼ ଭାଗୀଦାରୀରୁ ଏକ ସ୍ଥାୟୀ ଭାରତୀୟ କୃଷି ଉଦ୍ୟୋଗ ପାଇଁ ଅତ୍ୟଧିକ ସମ୍ଭାବନା ଓ ସୁଯୋଗର ଏକ ଅଂଶୀଦାରିତ ଭବିଷ୍ୟତକୁ ଅନଲକ୍ କରିବା ପାଇଁ ଆଶା କରାଯାଉଛି।



ଏଫଏମସି ବିଷୟରେ

ଏଫଏମସି କର୍ପୋରେସନ୍ ହେଉଛି ଏକ ବିଶ୍ୱସ୍ତରୀୟ କୃଷି ବିଜ୍ଞାନ କମ୍ପାନୀ ଯାହା ବଦଳୁଥିବା ପରିବେଶ ଅନୁରୂପ ଆଗକୁ ବଢି ଦୁନିଆରେ ବଢୁଥିବା ଜନସଂଖ୍ୟା ପାଇଁ ଖାଦ୍ୟ, ଚାରା, ଫାଇବର୍ ଓ ଇନ୍ଧନ ଉତ୍ପାଦନ କରିବାରେ ଉତ୍ପାଦକମାନଙ୍କ ସାହାଯ୍ୟ କରିବା ପାଇଁ ସମର୍ପିତ ଅଛି. ଏଫଏମସି ର ଅଭିନବ ଫସଲ ସୁରକ୍ଷା ସମାଧାନ - ଜୈବିକ, ଶସ୍ୟ ପାଇଁ ପୋଷଣ, ଡିଜିଟାଲ୍ ଏବଂ ସଠିକ୍ ଚାଷକୁ ଅନ୍ତର୍ଭୁକ୍ତ କରି କୃଷକ, ଫସଲ ପରାମର୍ଶଦାତା ଏବଂ ଟର୍ଫ ଏବଂ କୀଟନାଶକ ପରିଚାଳନା କରୁଥିବା ପେଶାଦାରମାନଙ୍କୁ ପରିବେଶକୁ ସୁରକ୍ଷା ଦେବା ସହିତ ସେମାନଙ୍କର କଠିନ ଆର୍ଥିକ ଆହ୍ୱାନର ସମ୍ମୁଖୀନ ହେବାରେ ସାହାଯ୍ୟ କରିଥାଏ. ବିଶ୍ୱସ୍ତରରେ ଏକ ଶହରୁ ଅଧିକ ସ୍ଥାନରେ ପ୍ରାୟ 6,600 ଜଣ କର୍ମଚାରୀଙ୍କ ସହିତ, ଏଫଏମସି ନୂଆ ତୃଣନାଶକ, କୀଟନାଶକ ଏବଂ କବକନାଶକ ସକ୍ରିୟ ଉପାଦାନ, ଉତ୍ପାଦ ପ୍ରସ୍ତୁତି ଏବଂ ଅଗ୍ରଣୀ ପ୍ରଯୁକ୍ତି ଆବିଷ୍କାର କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଟେ, ଯାହା ଏହି ଗ୍ରହ ପାଇଁ କ୍ରମାଗତ ଭାବରେ ଉତ୍ତମ ରହିଥାଏ. ଅଧିକ ଜାଣିବା ପାଇଁ fmc.com ଓ ag.fmc.com/in/en କୁ ଯାଆନ୍ତୁ ଓ ଫେସବୁକ୍® ଏବଂ ୟୁଟ୍ୟୁବ୍® ରେ ଏଫଏମସି ଇଣ୍ଡିଆକୁ ଫଲୋ କରନ୍ତୁ।