ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ
News & Insights

ଉଗମ

ଡିସେମ୍ବର 5, 2020 ରେ 1ବିଶ୍ୱ ମୃତ୍ତିକା ଦିବସ ପାଳନ ଅବସରରେ ଏଫଏମସି ଇଣ୍ଡିଆ ଆରମ୍ଭ କରିଛି ଅଭିଯାନ ଉଗମ (ହିନ୍ଦୀରେ ଏହାର ଅର୍ଥ ଉପରକୁ ଉଠିବା) ଯାହାର ଲକ୍ଷ୍ୟ ହେଉଛି ସାରା ଦେଶରେ ଉତ୍ତମ ମୃତ୍ତିକା ସ୍ୱାସ୍ଥ୍ୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ଏହାର ଟ୍ୟାଗ୍‌ଲାଇନ୍ ହେଉଛି ଅଚ୍ଛି ସମଝ, ଅଚ୍ଛି ଉପଜ (ଭଲ ଭାବରେ ବୁଝିବା, ଭଲ ଉତ୍ପାଦନ କରିବା)।

2ମୃତ୍ତିକା ସ୍ୱାସ୍ଥ୍ୟ ଦିବସ 2020 ର ଥିମ୍ - ମୃତ୍ତିକା କୁ ଜୀବିତ ରଖନ୍ତୁ , ଜୈବ ବିବିଧତାକୁ ରକ୍ଷା କରନ୍ତୁ, ଏହା ଅନୁସାରେ ଅଭିଯାନର ଲକ୍ଷ୍ୟ କୃଷକମାନଙ୍କ ଭିତରେ ସଚେତନତା, ଜ୍ଞାନ ଏବଂ ସଠିକ ସାଧନ ଉପକରଣ ସହିତ ସଶକ୍ତ କରିବା ଯାହା ପାଇଁ ସେମାନେ ନିଜର ମୃତ୍ତିକାର ସ୍ୱାସ୍ଥ୍ୟକୁ ଅଧିକ ସ୍ଥାୟୀ ଭାବରେ ପରିଚାଳନା କରିପାରିବେ. ଉଗମ ଅଭିଯାନ ଅଧୀନରେ, ଆଧୁନିକ ମୃତ୍ତିକା ପରୀକ୍ଷଣ ଉପକରଣ ସହିତ ସୁସଜ୍ଜିତ ଏଫଏମସି ବ୍ରାଣ୍ଡେଡ୍ ମୃତ୍ତିକା ସ୍ୱାସ୍ଥ୍ୟ ଭ୍ୟାନ୍ ଗୁଜରାଟ ରାଜ୍ୟରୁ ନିଜର ଯାତ୍ରା ଆରମ୍ଭ କରିଥିଲା।

3ଏକ ଯୋଗ୍ୟ କୃଷି ବୈଜ୍ଞାନିକ ଙ୍କ ଦ୍ୱାରା ପରିଚାଳିତ ମୃତ୍ତିକା ସ୍ୱାସ୍ଥ୍ୟ ଭ୍ୟାନ୍ ଗୁଜରାଟ ଗ୍ରାମରେ ଦୈନିକ କୃଷକ ବୈଠକ ସଞ୍ଚାଳନ କରୁଛି ଓ ଏହା ସହିତ ଦେୟମୁକ୍ତ ଭାବରେ ମୃତ୍ତିକାର ସ୍ୱାସ୍ଥ୍ୟ ରିପୋର୍ଟ ପ୍ରଦାନ କରୁଛି. ଏହି ଭ୍ୟାନ୍ ବିଭିନ୍ନ ପରସ୍ପର ସହିତ ଯୋଗାଯୋଗ ଉପକରଣ, ଭିଆର୍ ସାମଗ୍ରୀ ଏବଂ ଗେମିଙ୍ଗ୍ ଏନଗେଜମେଣ୍ଟ ସହିତ ଭରି ରହିଥାଏ ଯାହାକି କୃଷକମାନଙ୍କ ପାଇଁ କୌଣସି ବିଷୟ ଉପରେ ଅଧିକ ଜାଣିବା ପାଇଁ ବ୍ୟବହାର ହୋ‍ଇଥାଏ।

4ଏବେକାର ନିୟମାବଳୀ ଓ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ, ଭ୍ୟାନ୍ ମଧ୍ୟରେ ସାମାଜିକ ଦୂରତା, ସମର୍ପିତ ସ୍ୱଚ୍ଛତା ପ୍ରକ୍ରିୟା ଓ ଅନ୍ୟାନ୍ୟ ଆବଶ୍ୟକ ପଦକ୍ଷେପ ଉପରେ ଉପଯୁକ୍ତ ଧ୍ୟାନ ଦେବା ସହିତ ଧାର୍ଯ୍ୟ ବ୍ୟାଚ୍ ରେ ଆଲୋଚନା କରାଯାଉଛି।

5ଏଫଏମସି ଇଣ୍ଡିଆ ର ଅଧ୍ୟକ୍ଷ, ଶ୍ରୀଯୁକ୍ତ ପ୍ରମୋଦ ଥୋଟା ମୃତ୍ତିକା ସ୍ୱାସ୍ଥ୍ୟ ଭ୍ୟାନ୍ କୁ ଡିଜିଟାଲ୍ ମାଧ୍ୟମରେ ପତାକା ଦେଖାଇ ସ୍ଵୀକୃତି ଦେଇଛନ୍ତି. ଏହି ଅବସରରେ ସେ କହିଛନ୍ତି, “କୃଷିଗତ ଉତ୍ପାଦକତା ପରିଚାଳନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରକ ହେଉଛି ମୃତ୍ତିକା ସ୍ୱାସ୍ଥ୍ୟ. ଦୁନିଆରେ ଶୀଘ୍ର ବଢୁଥିବା ଜନସଂଖ୍ୟାକୁ ଆହାର ଦେବା ପାଇଁ ଆଧୁନିକ କୃଷି ଆଭିମୁଖ୍ୟ କୁ ସମର୍ଥନ କରିବା ପାଇଁ ମୃତ୍ତିକା ର ଜୈବ ବିବିଧତାକୁ ରକ୍ଷା କରିବା ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ଅଟେ. ଭାରତର କୃଷକମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଏପରି ଏକ ଅନନ୍ୟ ଉଦ୍ୟୋଗ-ଅଗ୍ରଣୀ ରାଷ୍ଟ୍ରୀୟ ମୃତ୍ତିକା ସ୍ୱାସ୍ଥ୍ୟ ସଚେତନତା ଅଭିଯାନ ବିଷୟରେ କଳ୍ପନା କରିବା, ବିକଶିତ କରିବା ଓ କାର୍ଯ୍ୟକାରୀ କରିବା ନେଇ ମୁଁ ଭାରତୀୟ ଦଳ ଉପରେ ଗର୍ବ ଅନୁଭବ କରୁଛି"।

6ଏହାର ଆରମ୍ଭ ହେବା ପରେ, ଉଗମ୍ ଅଭିଯାନ 70+ ଗ୍ରାମରେ 30,000 ରୁ ଅଧିକ କୃଷକଙ୍କ ନିକଟରେ ପହଞ୍ଚିଛି, ଏହା ସହିତ ଫେସବୁକ୍, ହ୍ୱାଟ୍ସଆପ୍ ଏବଂ ୟୁଟ୍ୟୁବ୍ ପରି ଡିଜିଟାଲ୍ ଚ୍ୟାନେଲ୍ ମାଧ୍ୟମରେ ମଧ୍ୟ ଅନେକ ସ୍ଥାନରେ ପହଞ୍ଚିଛି. ଆରମ୍ଭ ହେବା ମାସ ରେ ହିଁ 4500+ ଏକର କୃଷି ଜମି ରୁ ପ୍ରାପ୍ତ ନମୁନା ଉପରେ 1400 ରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟ ରିପୋର୍ଟ ପ୍ରସ୍ତୁତ କରାଯାଇଛି. ଏହି ପ୍ରଚେଷ୍ଟା ସ୍ଥାୟୀ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବା ପାଇଁ ଏଫଏମସି ଇଣ୍ଡିଆର ଆଉ ଏକ ପଦକ୍ଷେପ ଅଟେ।