ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

ଡ୍ରୋନ୍ ମାଧ୍ୟମରେ କୃଷି କ୍ଷେତ୍ରରେ ଲାଭ ପାଇବା ପାଇଁ ଭାରତ ପ୍ରସ୍ତୁତ ଅଛି

ବିଶ୍ଵରେ ଭାରତ ନିକଟରେ ସବୁଠାରୁ ଅଧିକ 155 ମିଲିୟନ୍ ହେକ୍ଟର୍ ଚାଷ ଯୋଗ୍ୟ ଜମି ଅଛି (ଆମେରିକା, ଚାଇନା ଓ ବ୍ରାଜିଲ୍ ସହିତ) ଏବଂ ଏହା ବିଶ୍ୱର ମୁଖ୍ୟ କୃଷି ଉତ୍ପାଦନକାରୀ ମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ. 2019 ରେ, କୃଷି କ୍ଷେତ୍ର ପ୍ରାୟ ₹19 ଲକ୍ଷ କୋଟି (265 ବିଲିଅନ୍ ଆମେରିକୀୟ ଡଲାର୍) ବ୍ୟବସାୟ କରିଛି ଯାହାକି ଭାରତର ସମୁଦାୟ ଘରୋଇ ଉତ୍ପାଦ (ଜିଡିପି) ର 18% ଅଟେ ଓ ଭାରତର ଅଧାରୁ ଅଧିକ ଜନସଂଖ୍ୟା କୁ ରୋଜଗାର ଦେଇଛି. ତଥାପି, କମ୍ ଉତ୍ପାଦକତା (~3 ଟନ୍/ହେକ୍ଟର୍), ଲାଭ ହେଉନଥିବା ଜମି ଆକାର (<2 ଏକର), ଉପ-ଅନୁକୂଳ ନିବେଶ ବ୍ୟବହାର ଦକ୍ଷତା, ଉଚ୍ଚ ଜୈବ କ୍ଷତି ଓ ନିମ୍ନ ସ୍ତରୀୟ ମେସିନ ବ୍ୟବହାର ସହିତ ଏହି କ୍ଷେତ୍ରକୁ ହଳ କରି ଚାଷ କରିବାରେ କିଛି ସଂରଚନାତ୍ମକ ଆହ୍ଵାନ ରହିଛି।

ଭାରତ ବିଶ୍ୱର ଏକ ଶୀର୍ଷ କୃଷି ଉତ୍ପାଦକ ହେବା ପାଇଁ ନିଜର ରାଷ୍ଟ୍ରୀୟ ଆଶା ହାସଲ କରିବା ପାଇଁ ପ୍ରକ୍ରିୟାରେ କୃଷକଙ୍କର ଆୟକୁ ଦୁଇଗୁଣ କରିବା ସହିତ, କୃଷି କ୍ଷେତ୍ରରେ କୃଷକ ଉତ୍ପାଦକତାକୁ ଉନ୍ନତ କରିବା ଏବଂ ସମସ୍ତ କୃଷକଙ୍କ ପାଇଁ ବଜାର ସୂଚନା ପର୍ଯ୍ୟନ୍ତ ପହଞ୍ଚକୁ ନିଶ୍ଚିତ କରିବା ପାଇଁ ଅତ୍ୟାଧୁନିକ ଡିଜିଟାଲ୍ ଓ ସଠିକ କୃଷି ପ୍ରଯୁକ୍ତିକୁ ଆପଣାଇବାର ତୁରନ୍ତ ଆବଶ୍ୟକତା ରହିଛି।

ଡ୍ରୋନ୍ ହେଉଛି ଏପରି ଏକ ଟେକ୍ନୋଲୋଜି ଯାହାର ଫସଲ ନିବେଶ ଆବଶ୍ୟକତା ଅନୁସାରେ ସଠିକ ଏବଂ କେନ୍ଦ୍ରିତ ପ୍ରୟୋଗ ମାଧ୍ୟମରେ କୃଷି ଶିଳ୍ପରେ ବିପ୍ଲବ ଆଣିବାର ସାମର୍ଥ୍ୟ ଅଛି ଯାହାକି କୃଷି ପାଇଁ ସମଗ୍ର ଖର୍ଚ୍ଚକୁ କମ କରି ସିଧାସଳଖ ନିବେଶ ବ୍ୟବହାର ଦକ୍ଷତା ଓ କୃଷକ ସୁରକ୍ଷାକୁ ବୃଦ୍ଧି କରିବ।

ଚାଇନା, ଜାପାନ, ଏସିଆ, ସଂଯୁକ୍ତ ରାଜ୍ୟ ଆମେରିକା ଓ ବ୍ରାଜିଲ୍ ଭଳି ଅନେକ କୃଷି ଦେଶ କୃଷି କ୍ଷେତ୍ରରେ ବ୍ୟବହାର ପାଇଁ ଡ୍ରୋନ୍ କୁ ଆପଣାଇବାରେ ଦ୍ରୁତ ଗତିରେ ପ୍ରଗତି କରୁଛନ୍ତି ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦ୍ୱାରା ସଞ୍ଚାଳିତ ଏହି ଡ୍ରୋନ୍ କୁ ଆପଣାଇବା ପାଇଁ ନିୟାମକ ଓ ସଂରଚନାଗତ ବିକାଶ ଉଭୟକୁ ପ୍ରାଥମିକତା ଦିଆଯାଉଛି. ଉଦାହରଣ ସ୍ୱରୂପ, ଚୀନରେ କୃଷି କ୍ଷେତ୍ରରେ ହେଉଥିବା କ୍ରାନ୍ତି ଡ୍ରୋନ୍ ଜରିଆରେ ଅଗ୍ରଗତି କରିଚାଲିଛି. ଏକ୍ସଏଜି ଗବେଷଣା ଅନୁଯାୟୀ "ଫସଲ ପରିଚାଳନା ପାଇଁ ଡ୍ରୋନ୍ ବ୍ୟବହାର ପରେ ଚୀନରେ ଚାଷ ଅମଳରେ 17-20 ଶତକଡା ବୃଦ୍ଧି ପାଇଛି”. ଏହାର ଡ୍ରୋନ୍ ବଜାର ଯୋଗୁଁ ସିଏଜିଆର (ଯୌଗିକ ବାର୍ଷିକ ବିକାଶ ହାର) ରେ 13.8 ଶତକଡା ବୃଦ୍ଧି ହେଉଛି. ଏହିପରି ଚୀନର ଚାଷ ଜମି ରେ, 42,000 ଡ୍ରୋନ୍ ପ୍ରତିଦିନ 1.2 ମିଲିଅନ୍ ରୁ ଅଧିକ ଥର ଉଡ଼ି କାମ କରୁଛି।

ଡ୍ରୋନ୍ ଏବଂ ଉପଯୁକ୍ତ କୃଷି

କୃଷକ ମାନଙ୍କ ପାଇଁ ସାମଗ୍ରିକ ଉତ୍ପାଦନ, ଗୁଣବତ୍ତା ଏବଂ ଫସଲ ଅମଳରେ ଉନ୍ନତି ପାଇଁ ଜଳ, ସାର ଏବଂ କୀଟନାଶକ ଗୁଡ଼ିକର ଦକ୍ଷତାକୁ ଅଧିକତମ କରିବା ପାଇଁ ସଠିକ୍ କୃଷି ଏକ ଉପାୟ ଅଟେ. ଏଭଳି କିଛି ସମସ୍ୟା ରହିଛି ଯାହାକୁ ସାଧାରଣ ଭାବରେ ସମାଧାନ କରାଯାଇପାରେ ନାହିଁ, ତାହା ଡ୍ରୋନ୍ ବ୍ୟବହାର କରି ସମାଧାନ କରାଯାଇପାରେ।

ଏଭଳି ଅନେକ ଉପାୟ ଅଛି ଯେଉଁଥିରେ ଡ୍ରୋନ୍ କୃଷକମାନଙ୍କୁ କୃଷି କ୍ଷେତ୍ର ଜନିତ ଆହ୍ଵାନରେ ରେ ସାହାଯ୍ୟ କରିଥାଏ:

  • ମୃତ୍ତିକା ଓ କ୍ଷେତ୍ର ଯୋଜନା: ଡ୍ରୋନ୍ ର ବ୍ୟବହାର ଜଳସେଚନ, ଉର୍ବରକ ଏବଂ ରୋପଣ କାର୍ଯ୍ୟ ପାଇଁ ମୃତ୍ତିକା ଓ କ୍ଷେତ୍ର ବିଶ୍ଳେଷଣ ପାଇଁ ବ୍ୟବହାର କରାଯାଇ ପାରିବ, ଯେଉଁଥିରେ ପୋଷକ ତତ୍ତ୍ଵର ସ୍ତର ଯାଞ୍ଚ, ଆର୍ଦ୍ରତା ସ୍ତର ଏବଂ ମୃତ୍ତିକା କ୍ଷୟ ଇତ୍ୟାଦି ସହିତ ଅନେକ କିଛି ସାମିଲ ଅଟେ।
  • ଫସଲ ନିରୀକ୍ଷଣ: ଡ୍ରୋନ୍ ନିରନ୍ତର ଓ ସ୍ଥାୟୀ ଫସଲ ନିରୀକ୍ଷଣ କରିପାରିବ, ଯାହାକି ଫସଲ ଉପରେ ବିଭିନ୍ନ ଜୈବିକ ଓ ଅଜୈବିକ ଚାପ ଗୁଡ଼ିକର ପ୍ରଭାବକୁ କମ କରିବା ପାଇଁ କାର୍ଯ୍ୟ କରିପାରିବ. ଏପରି ନିରୀକ୍ଷଣ ମାଧ୍ୟମରେ ସୃଷ୍ଟି ହୋଇଥିବା ଡାଟା ନିବେଶ ର ବ୍ୟବହାର କୁ ଅନୁକୂଳିତ କରିବା ପାଇଁ ଓ ସ୍ଥାୟୀ କୃଷିକୁ ପ୍ରୋତ୍ସାହିତ କରିବାରେ କ୍ଷେତ୍ର ସମ୍ବନ୍ଧିତ କୃଷି ବିଜ୍ଞାନକୁ ସାହାଯ୍ୟ କରିପାରିବ।
  • ବାଳୁଙ୍ଗା, କୀଟ ଏବଂ ରୋଗ ରୁ ଫସଲ ସୁରକ୍ଷା: ଡ୍ରୋନ୍ କୀଟ, ବାଳୁଙ୍ଗା ଓ ରୋଗ ନିୟନ୍ତ୍ରଣ ଉତ୍ପାଦ ଗୁଡ଼ିକୁ ସଠିକ ପରିମାଣର ଏଭଳି ଉପାୟରେ ଛିଞ୍ଚିବା ପାଇଁ ସକ୍ଷମ ଅଟେ ଯାହାକି ସଠିକ୍ ମାତ୍ରା ସୁନିଶ୍ଚିତ କରିପାରିବ, ପ୍ରୟୋଗକାରୀମାନଙ୍କ ପାଇଁ ଆକସ୍ମିକ ସଂସ୍ପର୍ଶକୁ କମ କରିପାରିବ ଏବଂ ସେଥିପାଇଁ ଉତ୍ପାଦର ସମଗ୍ର ପ୍ରଭାବଶୀଳତା କୁ ଉନ୍ନତ କରିପାରିବ ଏବଂ କୃଷକମାନଙ୍କର ଫସଲ ଉତ୍ପାଦନର ପରିମାଣକୁ ବୃଦ୍ଧି କରାଇପାରିବ।
  • ଉତ୍ପାଦକତା: ପ୍ରତିଦିନ ଫସଲ କଭରେଜ୍ କ୍ଷେତ୍ରକୁ ବୃଦ୍ଧି କରିବା ସହିତ ଡ୍ରୋନ୍ କୀଟନାଶକ କିମ୍ବା ସାର ପ୍ରୟୋଗ କରିବା ପରି କୃଷି କାର୍ଯ୍ୟ ଉପରେ ମହତ୍ତ୍ଵପୂର୍ଣ୍ଣ ପରିଶ୍ରମର ଚାପକୁ କମ କରିପାରିବ. ଏହା କୃଷକମାନଙ୍କ ପାଇଁ କୃଷି କ୍ଷେତ୍ରରେ ମହତ୍ତ୍ଵପୂର୍ଣ୍ଣ ସଜହତା ପ୍ରଦାନ କରିବ, ଯେଉଁଠି ଜୈବିକ ଚ୍ୟାଲେଞ୍ଜ୍ ଶୀଘ୍ର ପ୍ରତିକ୍ରିୟା କରୁଥିବାବେଳେ ସଞ୍ଚୟ ହୋଇଥିବା ସମୟ କୁ ଅନ୍ୟ କାର୍ଯ୍ୟ କରିବା ପାଇଁ ବ୍ୟବହାର କରିପାରିବେ।
  • ନୂଆ ସର୍ଭିସ୍ ମଡେଲ୍: ଡାଟା ସଂଗ୍ରହ ଏବଂ କୃଷି କ୍ଷେତ୍ରରେ ନିବେଶର ଅନୁପ୍ରୟୋଗ ପାଇଁ ଡ୍ରୋନ୍ ଗୁଡ଼ିକୁ ଆପଣେଇବା ଦ୍ଵାରା ନୂଆ ସେବା ମଡେଲ୍ ଆରମ୍ଭ ହେବାର ସମ୍ଭାବନା ଅଛି ଯେଉଁଥିରେ ଫସଲ ନିବେଶ କମ୍ପାନୀଗୁଡ଼ିକ ସେବା ରୂପରେ ଫସଲ ସୁରକ୍ଷା/ପୋଷଣ ପ୍ରଦାନ କରିବା ପାଇଁ ଡ୍ରୋନ୍ ଅପରେଟର ଏବଂ ଅନ୍ୟାନ୍ୟ ମୂଲ୍ୟ ବର୍ଦ୍ଧିତ ଚେନ୍ ହିତଧାରକ ସାମିଲ ହୋଇପାରିବେ।      

ଡ୍ରୋନ୍ ମାଧ୍ୟମରେ ରୋଜଗାରର ନୂତନ ଦ୍ଵାର ଉନ୍ମୁକ୍ତ

ପ୍ରଶିକ୍ଷଣ ମାଧ୍ୟମରେ ଗ୍ରାମୀଣ ଅଞ୍ଚଳରେ ରୋଜଗାର ସୃଷ୍ଟି କରିବାର ଅତ୍ୟଧିକ ସାମର୍ଥ୍ୟ ରହିଛି କାରଣ ଡ୍ରୋନ୍ ପରିଚାଳନା ଏକ ବିଶେଷ କାର୍ଯ୍ୟ ଦକ୍ଷତା ଅଟେ. ଏହା ଅନୁମାନ କରାଯାଇଛି ଯେ ଏହି ନୂଆ ଯୁଗର ଟେକ୍ନୋଲୋଜି ଗ୍ରାମୀଣ ଅଞ୍ଚଳରେ 2.1 ମିଲିଅନ୍ ଚାକିରି ସୃଷ୍ଟି କରିବ।

ଡ୍ରୋନ୍ କୁ ପ୍ରଭାବୀ ଭାବରେ ଆପଣେଇବା ଦିଗରେ ବିଦ୍ୟମାନ ସମସ୍ୟାଗୁଡ଼ିକର ସମାଧାନ

ଅନେକ ଚ୍ୟାଲେଞ୍ଜ୍ ଅଛି ଯାହାକୁ ପ୍ରଭାବୀ ରୂପରେ ଆପଣେଇବା ପାଇଁ ସମ୍ବୋଧିତ କରିବା ଆବଶ୍ୟକ।

  • ରେଗୁଲେଟୋରୀ ଫ୍ରେମୱାର୍କ: ଡ୍ରୋନ୍ ଅପରେସନ୍ କୁ ନିରୀକ୍ଷଣ କରିବା ପାଇଁ ରେଗୁଲେଟୋରୀ ଫ୍ରେମୱାର୍କ ବର୍ତ୍ତମାନ ପ୍ରସ୍ତୁତ କରାଯାଉଅଛି. ଅନୁମୋଦିତ କୀଟନାଶକ (ଯାହାକୁ ଡ୍ରୋନ୍ ମାଧ୍ୟମରେ ପ୍ରୟୋଗ କରାଯାଇପାରେ) ଉପରେ ଅନୁମୋଦିତ ଲେବଲ୍ କ୍ଲେମ୍ ର ବିସ୍ତାର ପାଇଁ ନିର୍ଦ୍ଦେଶାବଳୀର ଶୀଘ୍ର ନିର୍ଦ୍ଧାରଣ କୃଷକ ମାନଙ୍କୁ କୃଷି କ୍ଷେତ୍ରରେ କୀଟନାଶକ ପହଞ୍ଚାଇବା ପାଇଁ ଡ୍ରୋନ୍ କୁ ଶୀଘ୍ର ଆପଣାଇବାରେ ସାହାଯ୍ୟ କରିବ।
  • ସୀମିତ ଉଡିବା ସମୟ ଏବଂ ସୀମା: କୃଷିଭିତ୍ତିକ ଉଦ୍ଦେଶ୍ୟ ପାଇଁ ଡ୍ରୋନ୍ ବ୍ୟବହାର ପାଇଁ ଲାଭ ସହିତ କିଛି ସୀମା ମଧ୍ୟ ରହିଛି. ଡ୍ରୋନ୍ ର ଫ୍ଲାଇଟ୍ ସାଧାରଣତଃ ଅଧିକ ପେଲୋଡ୍ କାରଣରୁ 20-60 ମିନିଟ୍ ପର୍ଯ୍ୟନ୍ତ ହୋଇଥାଏ. ଏହା ପ୍ରତି ଥର ଚାର୍ଜ କରିବାରେ ସୀମିତ କ୍ଷେତ୍ର କଭରେଜ୍ କରେ ଏବଂ ଡ୍ରୋନ୍ ର ପରିଚାଳନା ଖର୍ଚ୍ଚ ବୃଦ୍ଧି କରିଥାଏ. ସବୁଠାରୁ କମ ଓଜନ ସହିତ ଉଚ୍ଚ ଶ୍ରେଣୀର ବ୍ୟାଟେରୀ ବିକଶିତ କରିବା ପାଇଁ ଚାଲୁଥିବା ଗବେଷଣା କୃଷିଗତ କାର୍ଯ୍ୟକଳାପରେ ବ୍ୟବହୃତ ଡ୍ରୋନ୍ ଗୁଡ଼ିକୁ ଅଧିକ ନମନୀୟତା ପ୍ରଦାନ କରିବା ପାଇଁ ସରକାରୀ ସହାୟତା ସହିତ ତ୍ୱରାନ୍ୱିତ କରିବା ଆବଶ୍ୟକ।
  • ବ୍ୟବହାର୍ଯ୍ୟ ବ୍ୟବସାୟିକ ମଡେଲ୍: ଡ୍ରୋନ୍ ପ୍ରାପ୍ତ କରିବା, କନେକ୍ଟିଭିଟି ସୁନିଶ୍ଚିତ କରିବା ଏବଂ ପରିଚାଳନାଗତ ଖର୍ଚ୍ଚ ଓ କ୍ଷୁଦ୍ର କୃଷି ଜମିର କାରକ ଗୁଡ଼ିକୁ ଧ୍ୟାନରେ ରଖି ସରକାରୀ ପ୍ରୋତ୍ସାହନ ଦ୍ୱାରା ସମର୍ଥିତ ଏକ ବ୍ୟବହାର୍ଯ୍ୟ ମଡେଲ୍ ବିକଶିତ କରାଯିବା ଆବଶ୍ୟକ ଯାହାକି ପ୍ରଶିକ୍ଷଣ ପାଇଲଟ୍ ଇତ୍ୟାଦି ଛଡ଼ା ହାର୍ଡୱେୟାର୍ ଓ ସଫ୍ଟୱେୟାର୍ ଭିତ୍ତିଭୂମିରେ ନିବେଶକୁ ମଧ୍ୟ ଆକର୍ଷିତ କରିବ.

ଗ୍ରାମୀଣ ଭାରତ ପାଇଁ ଆଗକୁ ବଢିବାର ଉପାୟ କଣ?

କୃଷକମାନଙ୍କୁ ସେମାନଙ୍କର ଜମି ଓ ସମ୍ବଳ ଗୁଡ଼ିକୁ ଉତ୍ତମ ଓ ଅଧିକ ସ୍ଥାୟୀ ଉପାୟରେ ପରିଚାଳନା କରିବାରେ ସାହାଯ୍ୟ କରି ଡ୍ରୋନ୍ ଗୁଡ଼ିକର ଭାରତୀୟ କୃଷି କୁ ପରିବର୍ତ୍ତନ କରିବାରେ ଅତ୍ୟନ୍ତ ସାମର୍ଥ୍ୟ ରହିଛି. କୃଷି କ୍ଷେତ୍ରରେ ଡ୍ରୋନ୍ ର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ, ଡ୍ରୋନ୍ ନିର୍ମାତା ମାନଙ୍କୁ କୃଷି ନିବେଶ ଶିଳ୍ପ ସହିତ ସଞ୍ଚାଳନ, ପ୍ରଶିକ୍ଷଣ କେନ୍ଦ୍ର ଓ ପରିଚାଳନାଗତ ସହବନ୍ଧନ ପାଇଁ ପ୍ରୋତ୍ସାହନ ଆରମ୍ଭ କରିବା ଆବଶ୍ୟକ, ଯାହା ପାଇଁ ଅନୁପାଳନ ର ଖର୍ଚ୍ଚ କମ ହୋଇ ରହିବ. ଡ୍ରୋନ୍ ଏବଂ ସମ୍ବନ୍ଧିତ ସେବା କିଣିବା ପାଇଁ ସବସିଡି ଗୁଡ଼ିକୁ ସିଧାସଳଖ ଭାବରେ ଉତ୍ପାଦନକାରୀ ମାନଙ୍କୁ ପ୍ରଦାନ କରାଯାଇପାରିବ।

ଜୀବନକୁ ସୁରକ୍ଷିତ ଓ ସହଜ ବନାଇବା ପାଇଁ ପଞ୍ଜିକରଣ ଠାରୁ ଆରମ୍ଭ କରି ଅଧିଗ୍ରହଣ ପର୍ଯ୍ୟନ୍ତ ଏବଂ ସଞ୍ଚାଳନ ଠାରୁ ଆରମ୍ଭ କରି ଡ୍ରୋନ୍ ପାଇଁ ଉତ୍ପାଦ ପରିଚାଳନା ପର୍ଯ୍ୟନ୍ତ ଅନେକ ବିଷୟକୁ ପରିଚାଳନା କରିବାର ଆବଶ୍ୟକତା ରହିଛି।

ତଥାପି ଏକ ନୂତନ ପର୍ଯ୍ୟାୟରେ, ସଠିକ୍ ସୁଧାର ସହିତ, ପରବର୍ତ୍ତୀ କୃଷି ବିପ୍ଲବ କୁ ଆଣିବା ପାଇଁ ଡ୍ରୋନ୍ ଦ୍ଵାରା ପ୍ରଦାନ କରାଯାଉଥିବା ଲାଭଗୁଡ଼ିକୁ ପ୍ରାପ୍ତ କରିବା ପାଇଁ ଭାରତ ପ୍ରସ୍ତୁତ ଅଛି।