ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

ଏଫଏମସି ଭାରତରେ କୃଷକମାନଙ୍କ ପାଇଁ ଡ୍ରୋନ୍ ସ୍ପ୍ରେ ସେବା ଆରମ୍ଭ କରିଛି

09 ଫେବୃୟାରୀ, ମୁମ୍ବାଇ

ଏଫଏମସି କର୍ପୋରେସନ୍, ଏକ କୃଷି ବିଜ୍ଞାନ କମ୍ପାନୀ, ଆଜି ଘୋଷଣା କରିଛି ଯେ ଏହା ଭାରତରେ କୃଷକମାନଙ୍କ ପାଇଁ ଡ୍ରୋନ୍ ସ୍ପ୍ରେ ସେବା ଆରମ୍ଭ କରିଛି।

ଭାରତରେ ବିମାନ ପରିବହନ ସେବା ନିୟନ୍ତ୍ରଣ ପାଇଁ ଦାୟୀ ସରକାରୀ ସଂସ୍ଥା ଡାଇରେକ୍ଟରେଟ୍‍ ଅଫ୍‍ ସିଭିଲ ଆଭିଏସନ (ଡିଜିସିଏ) ଦ୍ୱାରା ଅନୁମୋଦିତ ଥିବା ଡ୍ରୋନ୍ ସେବାରେ ଶାରୀରିକ ଶ୍ରମର ଆବଶ୍ୟକତା କୁ କମ କରିବା ସହ କୃଷି ଉତ୍ପାଦନ କ୍ଷେତ୍ରରେ ସୁଧାର କରିବାକୁ ଆଶା କରାଯାଉଛି. ଏଫଏମସି ର ଡ୍ରୋନ୍ ସ୍ପ୍ରେ ସେବାକୁ ଏଫଏମସି ଇଣ୍ଡିଆ କୃଷକ ଆପ୍ ମାଧ୍ୟମରେ ଆକ୍ସେସ୍ କରାଯାଇ ପାରିବ, ଯାହାକି ସାତଟି ଆଞ୍ଚଳିକ ଭାରତୀୟ ଭାଷାରେ ଉପଲବ୍ଧ ରହିଛି. ଏହି ସେବା ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ଉପଲବ୍ଧ ଅଛି ଏବଂ ଏହା ମାସ ଶେଷ ମଧ୍ୟରେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ରାଜ୍ୟରେ ଉପଲବ୍ଧ ହେବ।

drone 1

ଏଫଏମସି ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀଯୁକ୍ତ ରବି ଆନ୍ନାଭରାପୁ କହିଛନ୍ତି, "କୃଷି କ୍ଷେତ୍ରରେ ବିଭିନ୍ନ ପ୍ରଯୁକ୍ତି ବିକଶିତ ହେଉଥିବାରୁ ଡ୍ରୋନ୍ 2030 ବର୍ଷ ଶେଷ ସୁଦ୍ଧା ଦେଶରେ ସମୁଦାୟ କୃଷି ଯନ୍ତ୍ରପାତି ଉପରେ ହେଉଥିବା ଖର୍ଚ୍ଚର 2 ଶତକଡା ଡ୍ରୋନ୍‍ ଉପରେ ଖର୍ଚ୍ଚ ହେବାର ଆଶା କରାଯାଉଛି. ଏହି ପାଇଲଟ୍ ପର୍ଯ୍ୟାୟରେ, ଏଫଏମସି ଭାରତୀୟ କୃଷି ସମୁଦାୟର ଲାଭ ପାଇଁ ଡ୍ରୋନ୍ ଆପ୍ଲିକେସନ୍ ରେ ଆମର ଗଭୀର ବିଶ୍ୱସ୍ତରୀୟ ଜ୍ଞାନ ଓ ବିଶେଷଜ୍ଞତାର ଲାଭ ଉଠାଇବ. ଆମେ ପ୍ରଥମ ତିନି ମାସରେ ଚୟନିତ ରାଜ୍ୟରେ ଥିବା ଭାରତୀୟ କୃଷକମାନଙ୍କ ପାଖରେ ଆମର ପହଞ୍ଚକୁ ବୃଦ୍ଧି କରିବାର ଯୋଜନା କରୁଛୁ, ଏବଂ ଏହାପରେ ପରବର୍ତ୍ତୀ ଖରିଫ ଋତୁ ଆରମ୍ଭ ହେବା ପୂର୍ବରୁ ସାରା ଦେଶରେ କୃଷକମାନଙ୍କୁ ସେବା ପ୍ରଦାନ କରିବୁ

କୃଷିଭିତ୍ତିକ ମାନବବିହୀନ ବାୟୁ ଯାନ (ୟୁଏଭି) ସ୍ପ୍ରେ ୟୁନିଫର୍ମିଟି ଏବଂ କଭରେଜ୍ ଉପରେ ଅଧିକ ନିୟନ୍ତ୍ରଣ କରିବା ସହିତ ଏଫଏମସି ର ପ୍ରିମିୟମ ଏବଂ କୃଷକ-ବିଶ୍ୱାସଯୋଗ୍ୟ ବ୍ରାଣ୍ଡ କୋରାଜେନ୍® କୀଟନାଶକ ଏବଂ ବେନେଭିଆ® କୀଟନାଶକ ପରି ଫସଲ ସୁରକ୍ଷା ଉତ୍ପାଦଗୁଡ଼ିକର ସଠିକ୍ ସୁଧାର କରିବାର ଅନୁମତି ଦେଇଥାଏ. ପ୍ରତ୍ୟେକ ସ୍ପ୍ରେ ଡ୍ରୋନ୍ 15-20 ମିନିଟ୍ ମଧ୍ୟରେ 3-4 ଏକର ଚିକିତ୍ସା କରିବାରେ ସକ୍ଷମ ହୋଇଥାଏ, ଯାହାକି ସ୍ପ୍ରେ କରିବା କାର୍ଯ୍ୟକୁ ଅଧିକ ସହଜ ଓ ଦ୍ରୁତ କରିଥାଏ. ୟୁଏଭି ବ୍ୟବହାର କରି କୃଷକମାନଙ୍କୁ ହିଟ୍‍ ଷ୍ଟ୍ରୋକ୍‍ ପରି ପରିବେଶଗତ ବିପଦରୁ ସୁରକ୍ଷା ପ୍ରଦାନ କରିବ।

drone2

ଶ୍ରୀଯୁକ୍ତ ଆନ୍ନାଭରାପୁ ଆହୁରି ମଧ୍ୟ କହିଛନ୍ତି, "ଆମର ପ୍ରୟାସ ସର୍ବଦା କୃଷକମାନଙ୍କୁ ଅଭିନବ ସମାଧାନ ପ୍ରଦାନ କରିବା ଯାହାଫଳରେ ସେମାନେ ସ୍ଥାୟୀ ଭାବରେ ଫସଲ ଅମଳରେ ବୃଦ୍ଧି କରିପାରିବେ. ଗ୍ରାମୀଣ ଉଦ୍ୟୋଗୀତା କୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଡ୍ରୋନ୍ ଟେକ୍ନୋଲୋଜି, ପ୍ରଶିକ୍ଷଣ ଓ ଆର୍ଥିକ ସହାୟତା ଯୋଗାଇବୁ. ଏହା ସହିତ, ସରକାର ଡ୍ରୋନ୍ ପରିଚାଳନା ପରି ଆବଶ୍ୟକ ଦକ୍ଷତା ବିକଶିତ କରିବା ସହିତ ପ୍ରଯୁକ୍ତି ସହିତ କୃଷିକୁ ଆଧୁନିକୀକରଣ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରୁଛନ୍ତି ଯାହା ସଠିକ୍ କୃଷି କୁ ବ୍ୟାପକ ପ୍ରସାର କରିବାକୁ ସୁନିଶ୍ଚିତ କରିବ. ଭାରତୀୟ କୃଷି ପରିବର୍ତ୍ତନର ଶିଖରରେ ଅଛି, ଏବଂ ଆମେ ବିଶ୍ୱାସ କରୁଛୁ ଯେ କୃଷି ପଦ୍ଧତିକୁ ପରିବର୍ତ୍ତନ କରିବାରେ ଡ୍ରୋନ୍ ସେବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ. ଆମେ ଭାରତୀୟ କୃଷକ ସମୁଦାୟ ନିମନ୍ତେ ଏହି ସେବାରେ ଅଗ୍ରଣୀ ହେବା ପାଇଁ ଗର୍ବ କରୁଛୁ.”

ଏଫଏମସି ଫାର୍ମର୍‍ ଆପ୍ ଉଭୟ ଆଇଓଏସ୍ ଆପ୍ ଷ୍ଟୋର୍ ଏବଂ ଆଣ୍ଡ୍ରୋଇଡ୍ ପ୍ଲେ ଷ୍ଟୋର୍ ରୁ ଡାଉନଲୋଡ୍ କରାଯାଇପାରିବ।

ଏଫଏମସି ବିଷୟରେ

ଏଫଏମସି କର୍ପୋରେସନ୍ ହେଉଛି ଏକ ବିଶ୍ୱସ୍ତରୀୟ କୃଷି ବିଜ୍ଞାନ କମ୍ପାନୀ ଯାହାକି କୃଷକମାନଙ୍କୁ ପରିବର୍ତ୍ତନଶୀଳ ପରିବେଶ ସହିତ ଖାପ ଖୁଆଇ ବିଶ୍ୱରେ ଥିବା ଲୋକମାନଙ୍କ ପାଇଁ ଭୋଜନ, ଖାଦ୍ୟ, ଫାଇବର ଏବଂ ଇନ୍ଧନ ଉତ୍ପାଦନରେ ସାହାଯ୍ୟ କରେ. ଏଫଏମସି ର ଅଭିନବ ଫସଲ ସୁରକ୍ଷା ସମାଧାନ - ଜୈବିକ, ଶସ୍ୟ ପାଇଁ ପୋଷଣ, ଡିଜିଟାଲ୍ ଏବଂ ସଠିକ୍ ଚାଷକୁ ଅନ୍ତର୍ଭୁକ୍ତ କରି କୃଷକ, ଫସଲ ପରାମର୍ଶଦାତା ଏବଂ ଟର୍ଫ ଏବଂ କୀଟନାଶକ ପରିଚାଳନା କରୁଥିବା ପେଶାଦାରମାନଙ୍କୁ ପରିବେଶକୁ ସୁରକ୍ଷା ଦେବା ସହିତ ସେମାନଙ୍କର କଠିନ ଆର୍ଥିକ ଆହ୍ୱାନର ସମ୍ମୁଖୀନ ହେବାରେ ସାହାଯ୍ୟ କରିଥାଏ. ବିଶ୍ୱବ୍ୟାପୀ 100 ରୁ ଅଧିକ ସ୍ଥାନରେ ପ୍ରାୟ 6,400 କର୍ମଚାରୀଙ୍କ ସହିତ, ଏଫଏମସି ନୂଆ ତୃଣନାଶକ, କୀଟନାଶକ ଏବଂ କବକନାଶକ ସକ୍ରିୟ ଉପାଦାନ ପ୍ରସ୍ତୁତି, ଉତ୍ପାଦ ନିର୍ମାଣ ଏବଂ ଅଗ୍ରଣୀ ଜ୍ଞାନକୌଶଳର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ, ଯାହା କ୍ରମାଗତ ଭାବରେ ବିଶ୍ୱର ଉନ୍ନତି କରିବାରେ ସହାୟକ ହେବ. ଅଧିକ ଜାଣିବା ପାଇଁ fmc.com ଓ ag.fmc.com/in/en କୁ ଯାଆନ୍ତୁ ଓ ଫେସବୁକ୍® ଏବଂ ୟୁଟ୍ୟୁବ୍® ରେ ଏଫଏମସି ଇଣ୍ଡିଆକୁ ଫଲୋ କରନ୍ତୁ।