ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
122002
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

ଏଫଏମସି ଇଣ୍ଡିଆ ଜଳ ପରିଚାଳନା ଓ ସ୍ଥାୟୀ କୃଷିକୁ ପ୍ରୋତ୍ସାହିତ କରିଛି

ସ୍ଥାୟୀ କୃଷିକୁ ବଢାଇବା ପାଇଁ ଏହାର ପ୍ରତିବଦ୍ଧତା ଅନୁଯାୟୀ, ଏଫଏମସି ଇଣ୍ଡିଆ ମାର୍ଚ୍ଚ 22, 2021 ରେ 18 ରାଜ୍ୟରେ 400 ରୁ ଅଧିକ କୃଷକ ସଭା ଆୟୋଜିତ କରି ବିଶ୍ୱ ଜଳ ଦିବସ ପାଳନ କରିଛି ଯାହା ଜରିଆରେ ଏହା ସାରା ଦେଶର କୃଷି ସମୁଦାୟର 14,000 ରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରିଛି।

ଭାରତ ଜଳ ପୋର୍ଟାଲ ଅନୁସାରେ ଭୂପୃଷ୍ଠ ଜଳର ଶତକଡ଼ା 80 ଠାରୁ ଅଧିକ ଜଳ ଭାରତରେ କୃଷି ପାଇଁ ବ୍ୟବହାର ହେଉଛି, ବିଶ୍ୱସ୍ତରୀୟ ତାପମାତ୍ରା ବୃଦ୍ଧି ଯୋଗୁଁ ଜଳର ଅଭାବ ବଢିବାରେ ଲାଗିଛି. କୃଷିରେ ଜଳ ପରିଚାଳନାକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବା ପାଇଁ, ଏଫଏମସି ବୈଷୟିକ କ୍ଷେତ୍ର ବିଶେଷଜ୍ଞମାନେ କୃଷକମାନଙ୍କ ସହିତ କୃଷି କ୍ଷେତ୍ରରେ ସ୍ଥିରତା ବୃଦ୍ଧି କରିବା ପାଇଁ ଏବଂ ଜଳ ବ୍ୟବହାର କୁ ଉନ୍ନତ କରିବା, ଦକ୍ଷତା ବୃଦ୍ଧି କରିବା ଓ ଜଳ ସଂରକ୍ଷିତ କରିବା ପାଇଁ ବିଭିନ୍ନ ପଦ୍ଧତି ଗୁଡ଼ିକୁ ଅଂଶୀଦାର କରିବା ବିଷୟରେ କଥା ହୋଇଛନ୍ତି।

Water Stewardship

ଏଫଏମସି ଟିମ୍ ମଧ୍ୟ ଖରାପ ଜଳ ଗୁଣବତ୍ତାର ବିପଦ ସମ୍ପର୍କରେ ସାର୍ବଜନିକ ସଚେତନତା ବୃଦ୍ଧି କରିବା ପାଇଁ ସୁରକ୍ଷିତ ପାନୀୟ ଜଳର ମହତ୍ତ୍ଵ ଉପରେ ଆଲୋକପାତ କରିଛନ୍ତି. ଖରାପ ଗୁଣବତ୍ତା ଜଳର ବ୍ୟବହାର ଦେଶରେ ଗମ୍ଭୀର ଜଳ ଜନିତ ରୋଗ ସୃଷ୍ଟି କରିଛି, ଏବଂ ଏହା ଗ୍ରାମୀଣ ଅଞ୍ଚଳରେ ଅଧିକ ଗମ୍ଭୀର ଅଟେ, ଯାହା କୃଷକ ପରିବାର ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ।   

ଏଫଏମସି ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ ଥୋଟା କୁହନ୍ତି, ''ଏହି ବିଶ୍ୱ ଜଳ ଦିବସରେ ଆମର ଲକ୍ଷ୍ୟ ହେଉଛି ସ୍ଵଚ୍ଛ ଜଳ ସମ୍ବଳର ସ୍ଥାୟୀ ପ୍ରବନ୍ଧନ ର ଅଭିବୃଦ୍ଧି ପାଇଁ କୃଷକମାନଙ୍କୁ ସର୍ବୋତ୍ତମ ପଦ୍ଧତି ବାବଦରେ ପ୍ରଶିକ୍ଷିତ କରିବା. ତିନି ଦଶନ୍ଧିରୁ ଅଧିକ ସମୟ ଧରି ଆମେ ଭାରତୀୟ କୃଷକମାନଙ୍କ ସହଭାଗୀ ହୋଇ ଭାରତର ବିଭିନ୍ନ ଅଞ୍ଚଳରେ ଅନେକ ପ୍ରକାର ଫସଲର ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ପ୍ରୟାସ କରି ଆସୁଛୁ. ଆମ ନିକଟରେ ପ୍ରାୟ 4,000 ବୈଷୟିକ କ୍ଷେତ୍ର ବିଶେଷଜ୍ଞ ଅଛନ୍ତି ଯେଉଁମାନେ ବାର୍ଷିକ ଦୁଇ ମିଲିଅନ୍ ରୁ ଅଧିକ କୃଷକଙ୍କ ସହ ସମ୍ପୃକ୍ତ ରହି ଉତ୍ତମ ଭବିଷ୍ୟତ ପାଇଁ ସ୍ଥାୟୀ କୃଷି ପଦ୍ଧତିକୁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି. ଆମର ଲକ୍ଷ୍ୟ ସମର୍ଥ ଏବଂ ଉଗମ ପରିଯୋଜନା ପରି ବିଭିନ୍ନ ପଦକ୍ଷେପ ଓ ସମୁଦାୟ ପହଞ୍ଚ କାର୍ଯ୍ୟକ୍ରମ ମାଧ୍ୟମରେ କୃଷକ ସମ୍ପ୍ରଦାୟକୁ ସଶକ୍ତ କରିବା ଏବଂ ତାଙ୍କର ଜୀବନଧାରଣ ର ମାନକୁ ଉପରକୁ ନେବା ଅଟେ.”

ଏଫଏମସି ଇଣ୍ଡିଆ ଏକ ସିଗନେଚର୍ ପ୍ରୋଜେକ୍ଟ ଜାରୀ ରଖିଛି ଯାହା ଜରିଆରେ ଭାରତରେ ଆଗାମୀ ତିନି ବର୍ଷ ଭିତରେ 200,000 କୃଷକ ପରିବାରଙ୍କୁ ସୁରକ୍ଷିତ ଓ ପାନୀୟ ଜଳ ଉପଲବ୍ଧ କରେଇବା ପାଇଁ ଲକ୍ଷ୍ୟ ରଖିଛି. ଏବେ ସୁଦ୍ଧା ଉତ୍ତର ପ୍ରଦେଶ ଓ ପଞ୍ଜାବ ରାଜ୍ୟରେ ସମର୍ଥ ପରିଯୋଜନା ମାଧ୍ୟମରେ 44 ଟି ସାମୁଦାୟିକ ଜଳ ବିଶୋଧନ ପ୍ଳାଣ୍ଟ ଆରମ୍ଭ ହୋଇଛି ଯାହା ଜରିଆରେ ପ୍ରାୟ 120,000 କୃଷକ ପରିବାର ଲାଭାନ୍ଵିତ ହେଉଛନ୍ତି. କମ୍ପାନୀ ଏବେ ଏହି ବର୍ଷର ଆରମ୍ଭରୁ ଆହୁରି ପାଞ୍ଚଟି ରାଜ୍ୟକୁ ଏଥିରେ ଅନ୍ତର୍ଭୁକ୍ତ କରି ଏହି ଯୋଜନାକୁ ବିସ୍ତାରିତ କରୁଛି।

ଏଫଏମସି ଉଗମ ଏକ ତିନି ମାସିଆ ଅଭିଯାନ ଯାହା ଆରମ୍ଭ ହୋଇଛି ବିଶ୍ଵ ମୃତ୍ତିକା ଦିବସ, 2020 ମସିହା 5 ତାରିଖ ଡିସେମ୍ବର ରେ କୃଷକମାନଙ୍କୁ ଅଧିକ ସ୍ଥାୟୀ ଉପାୟରେ ନିଜର ମୃତ୍ତିକାକୁ ପରିଚାଳନା କରିବା ପାଇଁ ସଚେତନତା, ଜ୍ଞାନ ଏବଂ ଉପକରଣ ସହିତ ସଶକ୍ତ କରାଯାଇଛି. ଏହି ଅଭିଯାନ ଫେସବୁକ୍, ହ୍ୱାଟ୍ସଆପ୍ ଏବଂ ୟୁଟ୍ୟୁବ୍ ପରି ଡିଜିଟାଲ୍ ଚ୍ୟାନେଲ୍ ମାଧ୍ୟମରେ 100,000 ରୁ ଅଧିକ 40,000 କୃଷକଙ୍କ ନିକଟରେ ପହଞ୍ଚିଛି।

"ଥୋଟା ଆହୁରି ମଧ୍ୟ କହିଛନ୍ତି, "ଭବିଷ୍ୟତର ପିଢ଼ି ପାଇଁ ପରିବେଶକୁ ସୁରକ୍ଷିତ ରଖିବା ସହିତ ଏକ ସୁରକ୍ଷିତ ଓ ନିରାପଦ ଖାଦ୍ୟ ଯୋଗାଣ ବଜାୟ ରଖିବା ପାଇଁ ଏଫଏମସି ପ୍ରତିଶ୍ରୁତିବଦ୍ଧ". "ଆହୁରି ମଧ୍ୟ ଏଫଏମସି ଦେଶରେ ଜଳ ବ୍ୟବହାର କୁ ଅନୁକୂଳିତ କରିବା ସମ୍ବନ୍ଧିତ କିଛି ସମସ୍ୟା ଅର୍ଥାତ ଜଳ ଜନିତ ରୋଗ ରୁ ସୁରକ୍ଷା ଏବଂ ଭୂଜଳ ବ୍ୟବସ୍ଥା ର ସଂରକ୍ଷଣ ଗୁଡ଼ିକୁ ଚିହ୍ନଟ କରିଛି। କେହି ଭୋକରେ ନ ରହିବା ଓ ସ୍ୱଚ୍ଛ ଜଳ ଓ ସ୍ୱଚ୍ଛତାର ସ୍ଥାୟୀ ବିକାଶ ଲକ୍ଷ୍ୟଗୁଡ଼ିକୁ ସମର୍ଥନ କରିବା ଉପରେ ଆମେ ବହୁଳ ମାତ୍ରାରେ ଧ୍ୟାନ କେନ୍ଦ୍ରିତ କରିଥାଉ.”

Water Stewardship