ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
43215
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

କୃଷି କ୍ଷେତ୍ରରେ ପ୍ରତିଭାକୁ ପ୍ରୋତ୍ସାହିତ କରିବା ପାଇଁ ଏଫଏମସି ଇଣ୍ଡିଆ ଜିବି ପନ୍ତ ୟୁନିଭର୍ସିଟି ର ସହଯୋଗରେ ସାଇନ୍ସ ଲିଡର ସ୍କଲାରସିପ୍‍ ପ୍ରୋଗ୍ରାମ ଆରମ୍ଭ କରୁଛି

ଏଫଏମସି ଇଣ୍ଡିଆ, ଆଜି ଘୋଷଣା କରିଛି ଯେ ଏହା ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛି ଗୋବିନ୍ଦ ବଲ୍ଲଭ ପନ୍ତ ୟୁନିଭର୍ସିଟି ଅଫ୍‍ ଏଗ୍ରିକଲଚର୍‍ ଆଣ୍ଡ୍‍ ଟେକ୍ନୋଲୋଜି (ଜିବି ପନ୍ତ ୟୁନିଭର୍ସିଟି) ଏପ୍ରିଲ 2021 ରେ ଭାରତରେ ଆଠଟି ରାଜ୍ୟରେ ପ୍ରମୁଖ କୃଷି ବିଦ୍ୟାଳୟ ଗୁଡ଼ିକ ପାଇଁ ଏଫଏମସି ଏକ ବହୁ-ବର୍ଷୀୟ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଆରମ୍ଭ କରିଛି।

ଚୁକ୍ତିନାମା ଅନୁଯାୟୀ, ଏଫଏମସି ଜିବି ପନ୍ତ ୟୁନିଭର୍ସିଟିରେ କୃଷି ବିଜ୍ଞାନରେ ଡକ୍ଟରେଟ୍‍ ଓ ମାଷ୍ଟର ଡିଗ୍ରୀ ହାସଲ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ବର୍ଷକୁ ଚାରୋଟି ଛାତ୍ରବୃତ୍ତି ପ୍ରଦାନ କରିବ. ଏଫଏମସି ବିଶ୍ୱବିଦ୍ୟାଳୟଗୁଡ଼ିକ ସହିତ ସେମାନଙ୍କର ପ୍ରଭାବଶାଳୀ ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରିବା ପାଇଁ ଓ ବିଜ୍ଞାନ ଓ ଗବେଷଣା ପାଇଁ ସେମାନଙ୍କର ଉତ୍ସାହ ଓ ଆଗ୍ରହକୁ ପ୍ରୋତ୍ସାହିତ କରିବା ପାଇଁ ସିଧାସଳଖ କାର୍ଯ୍ୟ କରିବ. ଭାରତରେ ଅଧିକ ମହିଳାମାନଙ୍କୁ କୃଷି ବିଜ୍ଞାନ ଓ ଗବେଷଣାରେ କ୍ୟାରିଅର୍ ବନାଇବା ପାଇଁ ପ୍ରୋତ୍ସାହିତ କରିବା ପାଇଁ ମହିଳା ପ୍ରାର୍ଥୀମାନଙ୍କ ପାଇଁ ପଚାଶ ପ୍ରତିଶତ ଛାତ୍ର ବୃତ୍ତି ନିର୍ଦ୍ଧାରିତ କରାଯାଇଛି. ଏହା ସହିତ, ଏଫଏମସି ବିଶ୍ୱବିଦ୍ୟାଳୟ ସହିତ ନିଜର ସହଯୋଗୀ ଗବେଷଣା କାର୍ଯ୍ୟକୁ ବୃଦ୍ଧି କରିବ।

"ଭାରତରେ ଏହି ଦୃଷ୍ଟିକୋଣର ସ୍ଥିରତା ଅନ୍ତର୍ଗତ ସ୍ଥାନୀୟ ବୈଜ୍ଞାନିକମାନଙ୍କର ଏକ ଶକ୍ତିଶାଳୀ ମୂଳଦୁଆ ବିକାଶ କରିବା ହେଉଛି ଏଫଏମସି ର ପ୍ରତିଭା ଯୋଜନା, ଯାହାକି ଅନ୍ତର୍ରାଷ୍ଟ୍ରୀୟ ବୈଜ୍ଞାନିକମାନଙ୍କର ସମୃଦ୍ଧ ବିବିଧତା ପୂର୍ଣ୍ଣ ଅଟେ ଓ ଜିବି ପନ୍ତ ୟୁନିଭର୍ସିଟି ସହିତ ଆମର ସହଭାଗୀତା ସେହି ଆଶାକାଂକ୍ଷୀମାନଙ୍କ ପାଇଁ ସମ୍ଭାବନାର ଦ୍ୱାର ଖୋଲିଦେବ ଯେଉଁମାନେ ଶିଳ୍ପ ବିଶେଷଜ୍ଞ ତଥା ଶିକ୍ଷାବିତ୍‍ ମାନଙ୍କ ସାହାଯ୍ୟରେ ନିଜ ପାଇଁ ସଫଳତାର ମାର୍ଗ ବନାଇପାରିବେ," କହିଛନ୍ତି ରବି ଆନ୍ନାଭାରାପୁ, ଅଧ୍ୟକ୍ଷ, ଏଫଏମସି ଇଣ୍ଡିଆ. "ଭାରତରେ ଅନୁସନ୍ଧାନ ଓ ବିକାଶ ଦୃଶ୍ୟ ଏକ ମହତ୍ତ୍ଵପୂର୍ଣ୍ଣ ଦରରେ ବୃଦ୍ଧି କରୁଛି ଓ ବିଶ୍ୱସ୍ତରୀୟ ମାନ୍ୟତା ପ୍ରାପ୍ତ କରୁଛି. ଏଫଏମସି ବିଜ୍ଞାନ ମେଧାବୀ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଆଶା କରୁ ଯେ ଏହା ଛାତ୍ରଛାତ୍ରୀମାନଙ୍କୁ କିଛି ଜ୍ଞାନ ଦ୍ୱାରା ଆଖପାଖରେ ଘେରି ରହିଥିବା ଏକ ବିଶ୍ୱସ୍ତରୀୟ ସଂଗଠନରେ କାର୍ଯ୍ୟ କରି ଏହି ବିକାଶ କ୍ଷେତ୍ରରେ ଶୀର୍ଷରେ ରହିବାକୁ ସକ୍ଷମ କରିବ.”

ଏଫଏମସି, କୃଷି ଶିଳ୍ପରେ ସବୁଠାରୁ ଦୃଢ଼ ଆବିଷ୍କାର ଓ ବିକାଶ ପାଇପଲାଇନ୍ ଗୁଡ଼ିକ ମଧ୍ୟରୁ ଗୋଟିଏ ମାର୍ଗଦର୍ଶନ କରିବା ପାଇଁ 800 ରୁ ଅଧିକ ବୈଜ୍ଞାନିକ ଓ ସହଯୋଗୀ ମାନଙ୍କ ସହିତ ବିଶ୍ୱସ୍ତରୀୟ ଗବେଷଣା ଓ ବିକାଶ ଆରଏଣ୍ଡଡି ସଂଗଠନ, କୁହନ୍ତି କୃଷି ଇକୋସିଷ୍ଟମ ମଧ୍ୟରେ ବୈଜ୍ଞାନିକ ସମୁଦାୟ ଓ ଶିକ୍ଷାବିତ୍‍ ମାନଙ୍କ ମଧ୍ୟରେ ଥିବା ସହଯୋଗକୁ ଦୃଢ କରିବା ପାଇଁ ଏହା ପ୍ରତିଶ୍ରୁତିବଦ୍ଧ।

ଜିବି ପନ୍ତ ୟୁନିଭର୍ସିଟି ର କୁଳପତି, ଡଃ ତେଜ ପ୍ରତାପ, ସହଭାଗୀତା ଉପରେ କହିଛନ୍ତି: "ଏଫଏମସି ଇଣ୍ଡିଆ ସହ ସହଯୋଗ ଆମ ସଂଗଠନ ପାଇଁ ଅମୂଲ୍ୟ ଅଟେ. ଅନୁସନ୍ଧାନରେ ଉତ୍କର୍ଷତା ହାସଲ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବା ସାଧାରଣ ସ୍ୱାର୍ଥର ସମସ୍ୟାର ସମାଧାନ ପାଇଁ ଏକ ଆବଶ୍ୟକୀୟ ମାନଦଣ୍ଡ ହେବା ଉଚିତ ଯାହା ସମୁଦାୟ ଶିଳ୍ପ ପାଇଁ ସୁଦୂରପ୍ରସାରୀ ପ୍ରଭାବ ପକାଇଥାଏ. ଅନୁସନ୍ଧାନ ମାଧ୍ୟମରେ କୃଷି କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ବିକାଶ ହେବାର ଆବଶ୍ୟକତା ରହିଛି ଓ ମୁଁ ଆଶା କରୁଛି ଏଫଏମସି ଇଣ୍ଡିଆର ଏହି ପଦକ୍ଷେପ ଭାରତୀୟ କୃଷି ଶିଳ୍ପରେ ଥିବା ଅନ୍ୟ ହିତାଧିକାରୀମାନଙ୍କୁ ମଧ୍ୟ ତାହା କରିବାକୁ ଉତ୍ସାହିତ କରିବ.”

ଏଫଏମସି ର ଡ. ଆନନ୍ଦକୃଷ୍ଣନ ବାଲରମଣ ଏବଂ ପୋଷ୍ଟ ଗ୍ରାଜୁଏଟ୍ ଷ୍ଟଡିଜ୍ ର ଡିନ୍ ଡ. କିରଣ ରାଭେରକର ଙ୍କ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି ଏବଂ ଏହି ସମୟରେ ଉପସ୍ଥିତ ଥିଲେ ଜିବି ପନ୍ତ ବିଶ୍ୱବିଦ୍ୟାଳୟର ଉପ-କୁଳପତି ଡ. ତେଜ ପ୍ରତାପ, ଏଫଏମସି ର ପବ୍ଲିକ୍ ଏଣ୍ଡ ଇଣ୍ଡଷ୍ଟ୍ରି ଆଫାୟାର୍ସ ର ଡାଇରେକ୍ଟର୍ ଶ୍ରୀ ରାଜୁ କପୁର ଏବଂ ବିଶ୍ୱବିଦ୍ୟାଳୟର ଆହୁରି ଅନେକ ଡିନ୍ ଓ ବିଭାଗୀୟ ମୁଖ୍ୟ।

ଏଫଏମସି ର ମଲ୍ଟି-ଲେୟାର୍ ସ୍କଲାରଶିପ୍ ପ୍ରୋଗ୍ରାମ୍ ଜରିଆରେ ସାରା ଭାରତର ଆଠଟି ବିଶ୍ଵବିଦ୍ୟାଳୟ ର ବିଭିନ୍ନ ବିଭାଗ ଯଥା ଏଗ୍ରୋନୋମି, ଏଣ୍ଟୋମୋଲୋଜି, ପାଥୋଲୋଜି, ସଏଲ୍ ସାଇନ୍ସ ଏବଂ ହର୍ଟିକଲଚର୍ ରେ 10 ପିଏଚଡି (ଏଜି) ଏବଂ 10 ଏମ.ଏସସି. (ଏଜି) ସ୍କଲାରଶିପ୍ ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି. ଏହି ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଅନ୍ତର୍ଗତ, ପୁରସ୍କାର ପ୍ରାପ୍ତକର୍ତ୍ତାମାନଙ୍କୁ ଏହା ସହିତ କମ୍ପାନୀରେ ପୂର୍ଣ୍ଣ ସମୟ ନିଯୁକ୍ତି ସୁଯୋଗରେ ଅଗ୍ରାଧିକାର ପ୍ରାପ୍ତ କରିବା ପାଇଁ ସେମାନଙ୍କର ସମଗ୍ର ବିକାଶ ପାଇଁ ଇଣ୍ଟର୍ନଶିପ୍ ଓ ଉଦ୍ୟୋଗ ଉପଦେଷ୍ଟା ମଧ୍ୟ ପ୍ରଦାନ କରାଯିବ।