ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

ଏଫଏମସି ଇଣ୍ଡିଆ ସତେନ୍ଦର କେ ସିଘାଡିଆଙ୍କୁ ମାନବ ସମ୍ବଳ ବିଭାଗର ନୂତନ ମୁଖ୍ୟ ଭାବରେ ନିଯୁକ୍ତ କରିଛି

ଏଫଏମସି ଇଣ୍ଡିଆ ଆଜି ଏପ୍ରିଲ 01, 2022 ରୁ ସତେନ୍ଦର କେ ସିଘାଡିଆଙ୍କୁ ଏଫଏମସି ଇଣ୍ଡିଆ ମାନବ ସମ୍ବଳ ର ମୁଖ୍ୟ ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଛି। ସେ ସିଙ୍ଗାପୁର ଭିତ୍ତିକ ଦଳରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସଞ୍ଜୟ ଗୋପୀନାଥଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ। ସତେନ୍ଦର ଏଫଏମସି ଏପିଏସି ଏଚଆର ନିର୍ଦ୍ଦେଶକଙ୍କୁ ରିପୋର୍ଟ କରିବେ। 

ସତେନ୍ଦରଙ୍କର ଏହି ଉଦ୍ୟୋଗରେ କାର୍ଯ୍ୟ କରିବାର 21 ବର୍ଷର ବ୍ୟାପକ ଅଭିଜ୍ଞତା ରହିଛି ତଥା ସେ ଗତ ନଅ ବର୍ଷ ହେବ ଏଫଏମସି ସହିତ ଜଡ଼ିତ ଅଛନ୍ତି। ତାଙ୍କ ନିକଟରେ ଭାରତୀୟ ସେନାରେ ଲୋକମାନଙ୍କର ନେତୃତ୍ଵ ନେବାରେ 5 ବର୍ଷରୁ ଅଧିକ ସମୟର ଅନୁଭବ ରହିଛି ଏବଂ ଏହା ସହିତ ଆଇଟି/ଆଇଟିଇଏସ୍, ସର୍ଭିସ୍, ମାନୁଫାକଚରିଙ୍ଗ ଏବଂ କୃଷି-ରାସାୟନିକ କ୍ଷେତ୍ର ସହ ସମ୍ବନ୍ଧିତ ଏଚଆର୍ ଲିଡରଶିପ୍ ରେ ତାଙ୍କର 15 ବର୍ଷର ଅଭିଜ୍ଞତା ରହିଛି. ଏଚଆର୍ ୱାର୍କ ଷ୍ଟ୍ରିମ୍ ର ପ୍ରାୟ ସମସ୍ତ କ୍ଷେତ୍ର ଯଥା ମର୍ଜର୍ ଏବଂ ଆକ୍ୟୁଜେସନ୍, ଚେଞ୍ଜ ମ୍ୟାନେଜମେଣ୍ଟ, ବିଜିନେସ୍ ଏବଂ ପିପୁଲ୍ ଷ୍ଟ୍ରାଟେଜୀ କନସେପଚୁଆଲାଇଜେସନ୍, ଇମ୍ପ୍ଲିମେଣ୍ଟେସନ୍, ଏବଂ ବିଜିନେସ୍ ପ୍ରୋସେସ୍ ଇଣ୍ଟିଗ୍ରେସନ୍ ଆଦି କ୍ଷେତ୍ରରେ ତାଙ୍କର ବିଶେଷ ଅଭିଜ୍ଞତା ରହିଛି. ଏହା ସହିତ ସେ ଉଦ୍ୟୋଗର ଅଭିବୃଦ୍ଧି ଏବଂ ପରିବର୍ତ୍ତନ ସମୟରେ ରୂପାନ୍ତରଣ ପାଇଁ ନିଆଯାଇଥିବା ବିଭିନ୍ନ ପ୍ରୟାସମୂଳକ କାର୍ଯ୍ୟର ନେତୃତ୍ଵ ମଧ୍ୟ ନେଇଛନ୍ତି।

ଏହି ଅବସରରେ ଉଦ୍‌ବୋଧନ ଦେଇ, ଏଫଏମସି ଇଣ୍ଡିଆର ଅଧ୍ୟକ୍ଷ ରବି ଆନ୍ନାଭାରାପୁ କହିଛନ୍ତି, "ମୁଁ ଆନନ୍ଦିତ ଯେ ସତେନ୍ଦର ସଂଗଠନର ମୁଁ ଖୁସି ଯେ ସତେନ୍ଦର ସଂଗଠନର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ - ଲୋକ ତଥା ସଂସ୍କୃତି ବିଭାଗର ନେତୃତ୍ୱ ନେବେ। ସତେନ୍ଦରଙ୍କ ସମୃଦ୍ଧ ଅଭିଜ୍ଞତା ଏବଂ ଉତ୍କୃଷ୍ଟ ଲୋକ ପରିଚାଳନା କୌଶଳ, ଏବଂ ତାଙ୍କର ଅନ୍ତର୍ଭୁକ୍ତି ଏଫଏମସି ଇଣ୍ଡିଆର ବରିଷ୍ଠ ନେତୃତ୍ୱ ଦଳକୁ ଆହୁରି ମଜବୁତ କରିବ। ସତେନ୍ଦରଙ୍କ ପାରଦର୍ଶିତା ନିଶ୍ଚିତ ଭାବରେ ଏଫଏମସି ଇଣ୍ଡିଆର ପରିବର୍ତ୍ତନ ଯାତ୍ରାକୁ ଏକ ଜୀବନ୍ତ, ଭବିଷ୍ୟତବାଦୀ ଓ ଉଜ୍ଜ୍ୱଳ ସଂଗଠନ ଭାବରେ ତ୍ୱରାନ୍ୱିତ କରିବ ଏବଂ କୃଷି କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ବିଜ୍ଞାନ ଭିତ୍ତିକ ସମାଧାନ ପ୍ରଦାନ କରିବ

ସତେନ୍ଦର କେ ସିଘାଡିଆ, ଏଫଏମସି ଇଣ୍ଡିଆ ର ମାନବ ସଂସାଧନ ମୁଖ୍ୟ, କହିଛନ୍ତି, "ଭାରତ ସହିତ ସମଗ୍ର ବିଶ୍ୱରେ କୃଷି କ୍ଷେତ୍ରରେ ଏକ ବିଶ୍ଵସନୀୟ ପରିବର୍ତ୍ତନ ଆଣିଥିବା ଏକ ପ୍ରମୁଖ ବିଶ୍ଵ ସ୍ତରୀୟ ସଂସ୍ଥା ଏଫଏମସି ରେ ଏହି ଦାୟିତ୍ଵ ଗ୍ରହଣ କରି ମୁଁ ଅତ୍ୟନ୍ତ ଉତ୍ସାହିତ ଏବଂ ଆନନ୍ଦିତ ଅଟେ। ଜନ-କୈନ୍ଦ୍ରିକ ଚିନ୍ତାଧାରା ଦ୍ଵାରା ମୁଁ ସର୍ବଦା ଅନୁପ୍ରାଣୀତ ଏବଂ ଏହି ପ୍ରତିବଦ୍ଧତା ଏବଂ ଆବେଗ ଦ୍ଵାରା ପରିଚାଳିତ ହୋଇ ମୁଁ ନିଯୁକ୍ତିକାରୀଙ୍କ ପାଇଁ କାର୍ଯ୍ୟ କରିଥାଏ। ଭବିଷ୍ୟତ ଉପରେ ଧ୍ୟାନ କେନ୍ଦ୍ରିତ କରିଥିବା ଏହିଭଳି ଏକ ସଂସ୍ଥାରେ ଏକ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ନିର୍ବାହ କରି ମୁଁ ଅତ୍ୟନ୍ତ ପ୍ରଫୁଲ୍ଲିତ ଅଟେ କାରଣ ଏହା ଏଭଳି ଏକ ସଂସ୍ଥା ଅଟେ ଯେଉଁଠାରେ ସର୍ବୋତ୍ତମ ପ୍ରତିଭା, ସହଯୋଗ, ବିବିଧତା ଏବଂ ସମାବେଶ ଏବଂ ବିକାଶଶୀଳ ଓ ପ୍ରଗତିଶୀଳ ସଂସ୍କୃତି ର ମୌଳିକ ନୈତିକତା ଏବଂ କଲ୍ୟାଣ ଉପରେ ସର୍ବଦା ପ୍ରାଧାନ୍ୟ ପ୍ରଦାନ କରାଯାଏ।"

ସତେନ୍ଦର ହେଉଛନ୍ତି ଏମଡିଆଇ ଗୁରୁଗ୍ରାମର ଜଣେ ପ୍ରାକ୍ତନ ଛାତ୍ର, ଜଣେ ଆଗ୍ରହୀ ଶିକ୍ଷାର୍ଥୀ ଓ ସେ ହାର୍ଭାର୍ଡ ମ୍ୟାନେଜମେଣ୍ଟର, ଥୋମାସ୍ ପର୍ସନାଲ ପ୍ରୋଫାଇଲ୍ ଆସେସମେଣ୍ଟ (ପିପିଏ), କ୍ୟାରିୟର କାଉନସେଲିଂ ଏବଂ ଆସେସମେଣ୍ଟ ଡେଭଲପମେଣ୍ଟ ସେଣ୍ଟର (ଏଡିସି) ସହିତ ଅନେକ କାର୍ଯ୍ୟକ୍ରମରେ ସାର୍ଟିଫିକେଟ୍ ପ୍ରାପ୍ତ ଅଟନ୍ତି।