ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

ଏଫଏମସି କର୍ପୋରେସନ୍ ଦ୍ଵିତୀୟ ଅକ୍ସିଜେନ୍ ପ୍ରେସର୍ ସ୍ୱିଙ୍ଗ୍ ଆବଜର୍ପସନ୍ (ନାସିକ୍ ରେ) ଉଦ୍‌ଘାଟନ କରିଛି, ଏହା ଭାରତରେ କୋଭିଡ୍-19 ପାଇଁ ରିଲିଫ୍ ପ୍ରଦାନ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ଅଟେ

ଏଫଏମସି ଇଣ୍ଡିଆ ଏକ ପ୍ରେସର୍ ସ୍ୱିଙ୍ଗ୍ ଆବଜର୍ପସନ୍ ଉଦ୍‌ଘାଟନ କରିଛି (ପିଏସଏ) ଅକ୍ସିଜେନ୍ ପ୍ଲାଣ୍ଟ, ଏହାକୁ ଭାରତର ନାସିକ୍ ର ଚନ୍ଦୋରୀ ଜିଲ୍ଲାର ପିଏଚସି କେନ୍ଦ୍ରକୁ ଦାନ କରାଯାଇଛି।

ଅକ୍ସିଜେନ୍ ପ୍ଲାଣ୍ଟ କୁ ଉଦ୍‌ଘାଟନ କରିଛନ୍ତି ଭାରତର କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଭାରତୀ ପାୱାର ଏବଂ ସେଠାରେ ଉପସ୍ଥିତ ଥିଲେ ଶ୍ରୀ. ସୌମିତ୍ର ପୁରକାୟସ୍ଥ, ମୁଖ୍ୟ ବାଣିଜ୍ୟିକ ଅଧିକାରୀ, ଏଫଏମସି ଇଣ୍ଡିଆ, ଶ୍ରୀ. ଡିକେ ପାଣ୍ଡେ, ବ୍ୟବସାୟିକ ନିର୍ଦ୍ଦେଶକ, ଏଫଏମସି ଇଣ୍ଡିଆ ଏବଂ ଶ୍ରୀ ଯୋଗେନ୍ଦ୍ର ଜାଦୋନ୍, ବିକ୍ରୟ ନିର୍ଦ୍ଦେଶକ, ଏଫଏମସି ଇଣ୍ଡିଆ। ନୂଆ ଇନଷ୍ଟଲ୍ ହୋଇଥିବା ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟ ଡାକ୍ତରଖାନାରେ ଥିବା ରୋଗୀମାନଙ୍କୁ ପ୍ରତି ଘଣ୍ଟାରେ 200 ଲିଟର ମେଡିକାଲ୍ ଅକ୍ସିଜେନ୍ ଯୋଗାଇବା ପାଇଁ ସକ୍ଷମ ଅଟେ।

ଏହି ଅବସରରେ ଶ୍ରୀ ସୌମିତ୍ର ପୁରକାୟସ୍ଥ କହିଛନ୍ତି, "ମହାମାରୀ ବିପକ୍ଷରେ କରାଯାଉଥିବା ସଂଗ୍ରାମରେ ଦେଶକୁ ସମର୍ଥନ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ଅଟୁ. ଏହି ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟ ଛୋଟ ହୋଇପାରେ କିନ୍ତୁ ବିଶେଷ ଭାବରେ ଗ୍ରାମୀଣ ଅଞ୍ଚଳରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବାର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏହା ଏକ ମହତ୍ତ୍ଵପୂର୍ଣ୍ଣ ପଦକ୍ଷେପ ଅଟେ. ଆମେ ଦୃଢ଼ ଭାବରେ ବିଶ୍ୱାସ କରୁ ଯେ ରୋଗୀମାନଙ୍କର ବର୍ତ୍ତମାନର ତଥା ଆଗାମୀ ସମୟର ଆବଶ୍ୟକତା ପୂରଣ କରିବା ପାଇଁ ଏହି ପ୍ରୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ." ଶ୍ରୀ ପୁରକାୟସ୍ଥ ଆହୁରି ମଧ୍ୟ ବର୍ଣ୍ଣନା କରିଥିଲେ ଯେ ଏଫଏମସି କିପରି ଭାବରେ ଗ୍ରାମୀଣ ସମ୍ପ୍ରଦାୟର ସଶକ୍ତିକରଣ ଦିଗରେ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ କରିଛି ଯାହା ହେଉଛି ଗ୍ରାମୀଣ ସଂପୃକ୍ତି ଏବଂ ଦୀର୍ଘସ୍ଥାୟୀ ଯୋଜନା ସମର୍ଥ ପରିଯୋଜନାର ଏକ ପ୍ରମୁଖ କାର୍ଯ୍ୟ।

ଏହି ଅବସରରେ ଉଦ୍‌ବୋଧନ ପ୍ରଦାନ କରି ଶ୍ରୀମତୀ ଭାରତୀ ପାୱାର ସ୍ଥାନୀୟ ଜନସମୁଦାୟକୁ ସେବା ପ୍ରଦାନ କ୍ଷେତ୍ରରେ ଏଫଏମସି ର ପ୍ରୟାସକୁ ଖୁବ୍ ପ୍ରଶଂସା କରିଥିଲେ. ସେ କହିଥିଲେ, "କୋଭିଡ୍-19 ମହାମାରୀ ବିପକ୍ଷରେ ସଂଗ୍ରାମ ପାଇଁ ଚନ୍ଦୋରୀ ଜିଲ୍ଲାରେ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନା କରିବାରେ ଆମକୁ ସହାୟତା ପ୍ରଦାନ କରିଥିବା କାରଣରୁ ଆମେ ଏଫଏମସି ଇଣ୍ଡିଆକୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ. ବର୍ଷ ବର୍ଷ ଧରି ଏଫଏମସି ଇଣ୍ଡିଆ ଜଳ ବିଶୁଦ୍ଧିକରଣ ପ୍ରଣାଳୀରେ ସହାୟତା ପ୍ରଦାନ କରିଆସିଛି ଯାହା କେବଳ ନାସିକ୍ ନୁହେଁ ବରଂ ସାରା ଦେଶର କୃଷକମାନଙ୍କୁ ଲାଭାନ୍ୱିତ କରିଛି. ଯେହେତୁ ମହାମାରୀ ବିରୋଧରେ ଆମେ ସମସ୍ତେ ଏକାଠି ହୋଇ ଲଢ଼େଇ କରୁଛୁ, ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆଗାମୀ ପର୍ବପର୍ବାଣୀ ଗୁଡ଼ିକୁ ପାଳନ କରିବା ଅବସରରେ ଯଥେଷ୍ଟ ସତର୍କତା ଅବଲମ୍ବନ କରି ସୁରକ୍ଷିତ ରୁହନ୍ତୁ.”

ଏଫଏମସି ଇଣ୍ଡିଆ ଦିଲ୍ଲୀ ଏନସିଆର, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର ଏବଂ ଗୁଜରାଟ ରେ ଆଠଟି ପ୍ରେସର୍ ସୁଇଙ୍ଗ ଆବଜର୍ପସନ୍ (ପିଏସଏ) ଅକ୍ସିଜେନ୍ ପ୍ଲାଣ୍ଟ ଅଧିଗ୍ରହଣ ଏବଂ ଦାନ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଛି. ଏହି ଡାକ୍ତରଖାନା ଗୁଡ଼ିକରେ ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟ ଲାଗିବା ଦ୍ଵାରା ଅକ୍ସିଜେନ୍ ର ନିରନ୍ତର ଯୋଗାଣ ହୋଇପାରିବ ଏବଂ ବାହାରୁ ଅକ୍ସିଜେନ୍ ଆଣିବା ଜନିତ ସମସ୍ୟା ଆଉ ରହିବ ନାହିଁ।

ଏହା ସହିତ ଏଫଏମସି ଇଣ୍ଡିଆ ଏକ ବହୁମୁଖୀ ଅଭିଯାନ ମଧ୍ୟ ଆରମ୍ଭ କରିଛି ଯାହାର ଲକ୍ଷ୍ୟ ହେଉଛି କୋଭିଡ୍-19 ରୁ ନିଜକୁ ସୁରକ୍ଷିତ ଏବଂ ସୁସ୍ଥ ରଖିବା ପାଇଁ ସ୍ଥାନୀୟ କୃଷକ ଓ ଶସ୍ୟ ଉତ୍ପାଦନକାରୀଙ୍କୁ ସଚେତନ କରିବା. ଏହି ସଚେତନତା ଅଭିଯାନ ଭାରତର ଅଗ୍ରଣୀ କୃଷି ଭିତ୍ତିକ ରାଜ୍ୟ ଗୁଡ଼ିକର ପ୍ରାୟ 1.3Mn କୃଷକଙ୍କ ନିକଟରେ ପହଞ୍ଚିପାରିଛି।