ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
122002
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

ଏଫଏମସି କର୍ପୋରେସନ୍ ପ୍ରଥମ ଅକ୍ସିଜେନ୍ ପ୍ରେସର୍ ସ୍ୱିଙ୍ଗ୍ ଆବଜର୍ପସନ୍ (ଇନ୍ଦୋରରେ) ଉଦ୍‌ଘାଟନ କରିଛି, ଏହା ଭାରତରେ କୋଭିଡ୍-19 ପାଇଁ ରିଲିଫ୍ ପ୍ରଦାନ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ଅଟେ

ଏଫଏମସି ଇଣ୍ଡିଆ ଏକ ପ୍ରେସର୍ ସ୍ୱିଙ୍ଗ୍ ଆବଜର୍ପସନ୍ ଉଦ୍‌ଘାଟନ କରିଛି (ପିଏସଏ) ଅକ୍ସିଜେନ୍ ପ୍ଲାଣ୍ଟ, ଏହାକୁ ମଧ୍ୟପ୍ରଦେଶ ର ଇନ୍ଦୋରରେ ଥିବା ସ୍କିମ୍‍ ନମ୍ବର 74 ର ଅରଣ୍ୟା ହସ୍ପିଟାଲ୍‍ କୁ ଦାନ କରାଯାଇଛି।

ଅକ୍ସିଜେନ୍ ପ୍ଲାଣ୍ଟ କୁ ଉଦ୍‌ଘାଟନ କରିଛନ୍ତି ଶ୍ରୀ ରବି ଆନ୍ନାଭାରାପୁ, ଏଫଏମସି ଇଣ୍ଡିଆ ଅଧ୍ୟକ୍ଷ, ଏଜିଏସ ବ୍ୟବସାୟ ନିର୍ଦ୍ଦେଶକ ଓ ସେଠାରେ ଉପସ୍ଥିତ ଥିଲେ ଶ୍ରୀ କୈଳାଶ ବିଜୟବର୍ଗିୟା, ମାନନୀୟ ଜାତୀୟ ମହାସଚିବ, ଭାରତୀୟ ଜନତା ପାର୍ଟି ଓ ଶ୍ରୀ ରମେଶ ମେଣ୍ଡୋଲା, ସଦସ୍ୟ, ବିଧାନସଭା, ଇନ୍ଦୋର-2, ମଧ୍ୟପ୍ରଦେଶ।

ନୂଆ ଇନଷ୍ଟଲ୍ ହୋଇଥିବା ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟ 16 ବେଡ୍‍ ଓ ରୋଗୀଙ୍କୁ 10 NM3/ ଘଣ୍ଟା ଅକ୍ସିଜେନ୍ ଯୋଗାଇବା ପାଇଁ ସକ୍ଷମ ଅଟେ।

ଏହି ଅବସରରେ ଶ୍ରୀ ଆନ୍ନାଭାରାପୁ କହିଛନ୍ତି, "ମହାମାରୀ ବିପକ୍ଷରେ କରାଯାଉଥିବା ସଂଗ୍ରାମରେ ଦେଶକୁ ସମର୍ଥନ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ଅଟୁ. ଏହି ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟ ଛୋଟ ହୋଇପାରେ କିନ୍ତୁ ବିଶେଷ ଭାବରେ ଗ୍ରାମୀଣ ଅଞ୍ଚଳରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବାର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏହା ଏକ ମହତ୍ତ୍ଵପୂର୍ଣ୍ଣ ପଦକ୍ଷେପ ଅଟେ. ଆମେ ଦୃଢ଼ ଭାବରେ ବିଶ୍ୱାସ କରୁ ଯେ ରୋଗୀମାନଙ୍କର ବର୍ତ୍ତମାନର ତଥା ଆଗାମୀ ସମୟର ଆବଶ୍ୟକତା ପୂରଣ କରିବା ପାଇଁ ଏହି ପ୍ରୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ.”

ଏହି ଅବସରରେ ଉଦ୍‌ବୋଧନ ପ୍ରଦାନ କରି ଶ୍ରୀ କୈଳାଶ ବିଜୟବର୍ଗୀୟ ସ୍ଥାନୀୟ ଜନସମୁଦାୟକୁ ସେବା ପ୍ରଦାନ କ୍ଷେତ୍ରରେ ଏଫଏମସି ର ପ୍ରୟାସକୁ ଖୁବ୍ ପ୍ରଶଂସା କରିଥିଲେ।   

ଶ୍ରୀ ରମେଶ ମେଣ୍ଡୋଲା, ବିଧାୟକ, ଇନ୍ଦୋର ଏଫଏମସି ଇଣ୍ଡିଆର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି. ସେ କହିଛନ୍ତି, "ଏଫଏମସି ଇଣ୍ଡିଆର ଏହା ଏକ ଉତ୍ତମ ପଦକ୍ଷେପ ଓ ଇନ୍ଦୋରରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ମଜବୁତ କରିବାରେ ଏହା ସାହାଯ୍ୟ କରିବ. ଆମେ ତରଳ ଅମ୍ଳଜାନ ସହିତ ମହତ୍ତ୍ୱପୂର୍ଣ୍ଣ ସମ୍ବଳର ପର୍ଯ୍ୟାପ୍ତ ଯୋଗାଣ ନିଶ୍ଚିତ କରି ତୃତୀୟ ଲହରୀ କ୍ଷେତ୍ରରେ ଭଲ ଭାବରେ ପ୍ରସ୍ତୁତ ହେବା ପାଇଁ ପଦକ୍ଷେପ ନେଉଛୁ. ଏହି ସୁଚିନ୍ତିତ ଯୋଗଦାନ ପାଇଁ ଆମେ ଏଫଏମସି କର୍ପୋରେସନ୍‍ କୁ ଧନ୍ୟବାଦ ଦେଉଛୁ.”

“ଏଫଏମସି ଦଳ ଗ୍ରାମୀଣ ସମୁଦାୟକୁ ମହାମାରୀ ବିଷୟରେ ଅବଗତ କରାଉଛନ୍ତି ଓ ନିଜର କୋଭିଡ୍‍-ସୁରକ୍ଷିତ ଗ୍ରାମ ଅଭିଯାନ ମାଧ୍ୟମରେ ଗ୍ରାମୀଣ ସ୍ତରରେ ଏହି ସମୟରେ ଜୀବନଧାରଣ ପାଇଁ ସର୍ବୋତ୍ତମ ଅଭ୍ୟାସ ବିଷୟରେ ଜଣାଉଛନ୍ତି", ଏହି ଅବସରରେ ଏଫଏମସିରେ ଭାରତ 3 ଅଞ୍ଚଳର ଆଞ୍ଚଳିକ ନିର୍ଦ୍ଦେଶକ ଡି.କେ ପାଣ୍ଡେ କହିଛନ୍ତି।

ଏଫଏମସି ଇଣ୍ଡିଆ ଦିଲ୍ଲୀ ଏନସିଆର, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର ଏବଂ ଗୁଜରାଟ ରେ ଆଠଟି ପ୍ରେସର୍ ସୁଇଙ୍ଗ ଆବଜର୍ପସନ୍ (ପିଏସଏ) ଅକ୍ସିଜେନ୍ ପ୍ଲାଣ୍ଟ ଅଧିଗ୍ରହଣ ଏବଂ ଦାନ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଛି. ଏହି ଡାକ୍ତରଖାନା ଗୁଡ଼ିକରେ ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟ ଲାଗିବା ଦ୍ଵାରା ଅକ୍ସିଜେନ୍ ର ନିରନ୍ତର ଯୋଗାଣ ହୋଇପାରିବ ଏବଂ ବାହାରୁ ଅକ୍ସିଜେନ୍ ଆଣିବା ଜନିତ ସମସ୍ୟା ଆଉ ରହିବ ନାହିଁ।

ଏହା ସହିତ ଏଫଏମସି ଇଣ୍ଡିଆ ଏକ ବହୁମୁଖୀ ଅଭିଯାନ ମଧ୍ୟ ଆରମ୍ଭ କରିଛି ଯାହାର ଲକ୍ଷ୍ୟ ହେଉଛି କୋଭିଡ୍-19 ରୁ ନିଜକୁ ସୁରକ୍ଷିତ ଏବଂ ସୁସ୍ଥ ରଖିବା ପାଇଁ ସ୍ଥାନୀୟ କୃଷକ ଓ ଶସ୍ୟ ଉତ୍ପାଦନକାରୀଙ୍କୁ ସଚେତନ କରିବା. ଏହି ସଚେତନତା ଅଭିଯାନ ଭାରତର ଅଗ୍ରଣୀ କୃଷି ଭିତ୍ତିକ ରାଜ୍ୟ ଗୁଡ଼ିକର ପ୍ରାୟ 1.3Mn କୃଷକଙ୍କ ନିକଟରେ ପହଞ୍ଚିପାରିଛି।