ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
87031
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

ଫରଟେରା® କୀଟନାଶକ

ଫରଟେରା® କୀଟନାଶକ - ରିନେକ୍ସିପିଅର® ର ସକ୍ରିୟ ଉପାଦାନ ସହିତ କଣିକା ରୂପରେ ଏକ ଆନ୍ଥ୍ରେନିଲିକ୍ ଡାଇମାଇଡ୍ କୀଟନାଶକ ଅଟେ, ଯାହାକି ଧାନ ଓ ଆଖୁ ଫସଲରେ ଛେଦକ ପୋକ (ବୋରର୍) ଉପରେ ନିୟନ୍ତ୍ରଣ ପ୍ରଦାନ କରିଥାଏ। ଫରଟେରା® ଅନନ୍ୟ ଉପାୟରେ କାମ କରି ଅନ୍ୟ କୀଟନାଶକ ପାଇଁ ପ୍ରତିରୋଧି କୀଟ ଉପରେ ମଧ୍ୟ ବହୁତ ଭଲ ନିୟନ୍ତ୍ରଣ ପ୍ରଦାନ କରିଥାଏ। ଏହା ମଧ୍ୟ ଏହି ଲକ୍ଷ୍ୟ ନ କରାଯାଉଥିବା ମେରୁଦଣ୍ଡ ନ ଥିବା କୀଟ (ଆର୍ଥରୋପଡ୍) ପାଇଁ ଚୟନୀତ ଓ ସୁରକ୍ଷିତ ଅଟେ ଏବଂ ଏହା ପ୍ରାକୃତିକ ପରଜୀବୀ, ଶିକାରୀ ଓ ପରାଗରେଣୁ ଗୁଡ଼ିକୁ ସୁରକ୍ଷା ପ୍ରଦାନ କରିଥାଏ। ଏହି ବିଶେଷତାଗୁଡ଼ିକ ଫରଟେରା® କୀଟନାଶକ କୁ ଏକୀକୃତ କୀଟ ପରିଚାଳନା (ଆଇପିଏମ) ପାଇଁ ଏକ ଉତ୍ତମ ସମାଧାନ ବନାଇଥାଏ ଓ ଉତ୍ପାଦନକାରୀ ମାନଙ୍କୁ କୃଷି କାର୍ଯ୍ୟ ପାଇଁ ଅଧିକ ସୁବିଧା ପ୍ରଦାନ କରିଥାଏ। ଏହାର ଲକ୍ଷ୍ୟ ହେଉଛି ଉଚ୍ଚ ମାନର ଉତ୍ପାଦ ପ୍ରଦାନ କରିବା ଯାହା ଖାଦ୍ୟ ବିକ୍ରେତା, ରପ୍ତାନୀକାରୀ ଓ ବ୍ୟବହାରକାରୀ ଙ୍କ ଆବଶ୍ୟକତାକୁ ପୂରଣ କରିଥାଏ।

ସଂକ୍ଷିପ୍ତ ସୂଚନା

  • ଫରଟେରା® କୀଟନାଶକ ଉଚ୍ଚ କୀଟନାଶକ କ୍ଷମତା ପ୍ରଦର୍ଶିତ କରିଥାଏ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ନିୟନ୍ତ୍ରଣ ପ୍ରଦାନ କରିଥାଏ
  • କଣିକା ପରି ଔଷଧକୁ ପ୍ରୟୋଗ କରିବା କୃଷକମାନଙ୍କ ପାଇଁ ସୁବିଧାଜନକ ଅଟେ
  • ଧାନ ରେ ଥିବା କାଣ୍ଡ ବିନ୍ଧା ପୋକ (ଷ୍ଟେମ୍ ବୋରର୍) ର ଉତ୍କୃଷ୍ଟ ନିୟନ୍ତ୍ରଣ ଯୋଗୁଁ, ଏହା ଅଧିକ ଫସଲ ସ୍ୱାସ୍ଥ୍ୟ ଓ ଅଧିକ ଫସଲ ଉତ୍ପାଦନ କ୍ଷମତାକୁ ନିଶ୍ଚିତ କରିଥାଏ
  • ଆଖୁ ଚାଷରେ ପ୍ରାରମ୍ଭିକ କାଣ୍ଡ ବିନ୍ଧା ପୋକ (ଶୁଟ୍ ବୋରର୍) ଏବଂ ଟପ୍ ବୋରର୍ ବିପକ୍ଷରେ ଉତ୍କୃଷ୍ଟ ନିୟନ୍ତ୍ରଣ କମ୍ ଫସଲ ଯୋଗାଣ କାରଣରୁ ଉତ୍ପାଦକ ମାନଙ୍କୁ ବଞ୍ଚେଇଥାଏ ଏବଂ ଏହା ଦ୍ୱାରା ଉତ୍ପାଦନ ମଧ୍ୟ ବଢିଥାଏ

ସକ୍ରିୟ ଉପାଦାନ

  • ରିନେକ୍ସିପିଅର® ଆକ୍ଟିଭ୍ ଦ୍ଵାରା ସଞ୍ଚାଳିତ - କ୍ଲୋରାଣ୍ଟ୍ରାନିଲିପ୍ରୋଲ୍ 0.4% ଜିଆର୍

ଲେବଲ୍ ଏବଂ ଏସ୍‌ଡିଏସ୍

4 ଲେବଲ୍ ଉପଲବ୍ଧ

ସହାୟକ ଡକୁମେଣ୍ଟ

ଉତ୍ପାଦର ସଂକ୍ଷିପ୍ତ ବିବରଣୀ

ଏଫଏମସି ଦ୍ୱାରା ପ୍ରସ୍ତୁତ ଫରଟେରା®କୀଟନାଶକ ହେଉଛି ଏପରି କୀଟନାଶକ ଉତ୍ପାଦ ଯାହା ଧାନ କୃଷକଙ୍କ ମଧ୍ୟରେ ବେଶ୍‍ ଭଲଭାବରେ ଜଣାଶୁଣା। ଫରଟେରା® କୀଟନାଶକ ରିନେକ୍ସିପିଅର®ଆକ୍ଟିଭ୍ ର ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପ୍ରସ୍ତୁତ ଏକ କଣିକା ଯୁକ୍ତ କୀଟନାଶକ ଯାହା ଧାନ ଓ ଆଖୁ ଫସଲ କ୍ଷେତ୍ରରେ ବେଶ୍‍ ପ୍ରଭାବୀ ଫସଲ ସୁରକ୍ଷା ପ୍ରଦାନ କରିଥାଏ। ବ୍ୟବହାର କରିବା ପାଇଁ ସହଜ କଣିକା ଯୁକ୍ତ ଔଷଧ, ଫରଟେରା® କୀଟନାଶକ ବିନ୍ଧା ପୋକ (ବୋରର୍) ଗୁଡ଼ିକ ଉପରେ ଉତ୍ତମ ନିୟନ୍ତ୍ରଣ ପ୍ରଦର୍ଶନ କରିଥାଏ ଯାହାଫଳରେ ଅଧିକ ଫସଲ ଉତ୍ପାଦନ ହୋଇଥାଏ। ଲକ୍ଷ ଲକ୍ଷ ଉତ୍ପାଦନକାରୀ ମାନେ ସେମାନଙ୍କର ଜମିରେ ଫରଟେରା® କୀଟନାଶକର ବ୍ୟବହାର ଯୋଗୁଁ ଅନେକ ଲାଭ ପାଇପାରିଛନ୍ତି ଓ ସେମାନଙ୍କର ଯାତ୍ରା ଜାରୀ ରହିଛି।

ଫସଲ

ଫସଲଗୁଡିର ଏକ ଆନୁଷ୍ଠାନିକ ତାଲିକା, ଆବଶ୍ୟକୀୟ କୀଟନାଶକ, ବ୍ୟବହାର ପାଇଁ ନିର୍ଦ୍ଦେଶାବଳୀ, ପ୍ରତିବନ୍ଧକ ଏବଂ ସାବଧାନତା ପାଇଁ ସର୍ବଦା ଉତ୍ପାଦ ଲେବଲ୍ ଦେଖନ୍ତୁ. ଆବଶ୍ୟକୀୟ ଫଳାଫଳ ପାଇଁ, ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ଧ୍ୟାନର ସହ ପଢ଼ନ୍ତୁ ଏବଂ ଅନୁସରଣ କରନ୍ତୁ।

ଏହି ଉତ୍ପାଦର ବ୍ୟବହାର ଆମର ନିୟନ୍ତ୍ରଣ ବାହାରେ ହୋ‍ଇଥିବାରୁ, ଆମେ ଉତ୍ପାଦର ଏକକ ଗୁଣବତ୍ତା ବ୍ୟତୀତ ଅନ୍ୟ କୌଣସି ଆଶ୍ୱାସନା ଦେଇ ନ ଥାଉ।

ସଂପୂର୍ଣ୍ଣ ଫସଲ ତାଲିକା

  • ଧାନ
  • ଆଖୁ