ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

ଅଷ୍ଟ୍ରାଲ୍® ତୃଣନାଶକ

ଅଷ୍ଟ୍ରାଲ୍® ତୃଣନାଶକ ଆଖୁ ଫସଲ ପାଇଁ ଏକ ପ୍ରି-ଏମର୍ଜେଣ୍ଟ, ବ୍ୟାପକ-ସ୍ପେକ୍ଟ୍ରମ୍ ବାଳୁଙ୍ଗାନାଶକ ଅଟେ. ଏହା ଦିନ 1 ରୁ ବାଳୁଙ୍ଗା ଉପରେ ଉତ୍ତମ ନିୟନ୍ତ୍ରଣ ପ୍ରଦାନ କରିଥାଏ ଏବଂ ଗୁରୁତ୍ୱପୂର୍ଣ୍ଣ ବାଳୁଙ୍ଗା ପ୍ରତିଯୋଗିତା ସମୟରେ ଫସଲକୁ ବାଳୁଙ୍ଗାମୁକ୍ତ ରଖିଥାଏ ଏବଂ ଏହିପରି ଭାବରେ ଫସଲର ସ୍ୱାସ୍ଥ୍ୟ ଓ ଶକ୍ତିରେ ଉନ୍ନତି ଆଣିଥାଏ।

ସଂକ୍ଷିପ୍ତ ସୂଚନା

  • ଅଷ୍ଟ୍ରାଲ୍® ତୃଣନାଶକ ପ୍ରଥମ ଦିନରୁ ଓସାରିଆ ପତ୍ର ଥିବା ବାଳୁଙ୍ଗା ଉପରେ ଉତ୍କୃଷ୍ଟ ନିୟନ୍ତ୍ରଣ ପ୍ରଦାନ କରିଥାଏ।
  • ଚୟନିତ, ବ୍ୟବସ୍ଥିତ, ଡୁଆଲ୍ ଏବଂ ରେସିଡୁଆଲ କାର୍ଯ୍ୟ ପଦ୍ଧତି ପ୍ରଦର୍ଶିତ କରିଥାଏ।
  • ଗୁରୁତ୍ୱପୂର୍ଣ୍ଣ ବିକାଶ ପର୍ଯ୍ୟାୟରେ ପ୍ରାରମ୍ଭିକ ବାଳୁଙ୍ଗା ପ୍ରତିଯୋଗିତାକୁ ନିୟନ୍ତ୍ରଣ କରିଥାଏ।
  • ଟିଲର୍ ରେ ବୃଦ୍ଧି ଓ ଉତ୍ତମ ବିକାଶରେ ସାହାଯ୍ୟ କରେ।
  • ଫସଲର ସମୁଦାୟ ଶକ୍ତିର ବିକାଶ କରିଥାଏ।

ସକ୍ରିୟ ଉପାଦାନ

  • କ୍ଲୋମାଜୋନ୍ 22.5% + ମେଟ୍ରିବ୍ୟୁଜିନ୍ 21% ଡବ୍ଲ୍ୟୁପି

ଲେବଲ୍ ଏବଂ ଏସ୍‌ଡିଏସ୍

3 ଲେବଲ୍ ଉପଲବ୍ଧ

supporting documents

ଉତ୍ପାଦର ସଂକ୍ଷିପ୍ତ ବିବରଣୀ

ଅଷ୍ଟ୍ରାଲ୍® ତୃଣନାଶକରେ ଦୁଇଟି ସକ୍ରିୟ ଉପାଦାନ ରହିଛି ଯାହାକି ପୃଥକ୍‍ ଭାବରେ କାର୍ଯ୍ୟ କରିଥାଏ ଏବଂ ଦୁଇଟି କାର୍ଯ୍ୟ ପଦ୍ଧତି ପ୍ରଦର୍ଶିତ କରିଥାଏ. ଅଷ୍ଟ୍ରାଲ® ମାଟିର ଉପରିଭାଗରେ ଏକ ସ୍ତର ବନାଇଥାଏ, ଯାହାକି ବାଳୁଙ୍ଗା ଗୁଡ଼ିକୁ ଅଙ୍କୁରିତ ହେବାକୁ ଦିଏ ନାହିଁ ଓ ପ୍ରଥମ ଦିନରୁ ବାଳୁଙ୍ଗା ଉପରେ ନିୟନ୍ତ୍ରଣ କରିଥାଏ. ଏହା ଓସାରିଆ ପତ୍ର ଥିବା ବାଳୁଙ୍ଗା ଉପରେ ଉତ୍କୃଷ୍ଟ ନିୟନ୍ତ୍ରଣ ପ୍ରଦାନ କରିଥାଏ, ଫସଲକୁ ମଜବୁତ ଭାବେ ବଢିବାରେ ସାହାଯ୍ୟ କରିଥାଏ ଏବଂ ଟିଲର୍ ରେ ବୃଦ୍ଧି କରିଥାଏ, ଯାହାକି ବଢିବା ପର୍ଯ୍ୟାୟରେ ଫସଲର ମୁଖ୍ୟ ପ୍ରଜନନ ଅଂଶ ଅଟେ।

ଲେବଲ୍ ଏବଂ ଏସ୍‌ଡିଏସ୍

ଫସଲ

ଫସଲଗୁଡିର ଏକ ଆନୁଷ୍ଠାନିକ ତାଲିକା, ଆବଶ୍ୟକୀୟ କୀଟନାଶକ, ବ୍ୟବହାର ପାଇଁ ନିର୍ଦ୍ଦେଶାବଳୀ, ପ୍ରତିବନ୍ଧକ ଏବଂ ସାବଧାନତା ପାଇଁ ସର୍ବଦା ଉତ୍ପାଦ ଲେବଲ୍ ଦେଖନ୍ତୁ. ଆବଶ୍ୟକୀୟ ଫଳାଫଳ ପାଇଁ, ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ଧ୍ୟାନର ସହ ପଢ଼ନ୍ତୁ ଏବଂ ଅନୁସରଣ କରନ୍ତୁ। 

ଏହି ଉତ୍ପାଦର ବ୍ୟବହାର ଆମର ନିୟନ୍ତ୍ରଣ ବାହାରେ ହୋ‍ଇଥିବାରୁ, ଆମେ ଉତ୍ପାଦର ଏକକ ଗୁଣବତ୍ତା ବ୍ୟତୀତ ଅନ୍ୟ କୌଣସି ଆଶ୍ୱାସନା ଦେଇ ନ ଥାଉ।