ୟୁଏନଏଫସିସି ରେ କନଫରେନ୍ସ ଅଫ୍ ପାର୍ଟିଜ୍ (ସିଓପି 26) ର 26 ତମ ଅଧିବେଶନରେ ଜଳବାୟୁ ପରିବର୍ତ୍ତନ ଓ ଏହାର କୁପ୍ରଭାବ କୁ କିପରି ହ୍ରାସ କରାଯାଇପାରିବ ସେ ସମ୍ବନ୍ଧରେ ଅନେକ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଛି. ଜଳବାୟୁ ପରିବର୍ତ୍ତନ ଯୋଗୁଁ ଯେଉଁ ଦେଶଗୁଡ଼ିକ ଉପରେ ଏହାର ଅଧିକ କୁପ୍ରଭାବ ପଡ଼ିବ ସେ ସମ୍ବନ୍ଧରେ କମ୍ ବିକଶିତ ଦେଶଗୁଡ଼ିକର ଦୃଷ୍ଟିକୋଣ ସମ୍ବଳିତ ଏକ ଲେଖା ଏହି ବର୍ଷର ପ୍ରାରମ୍ଭରେ ପ୍ରକାଶିତ ହୋଇଛି ଜଳବାୟୁ ପରିବର୍ତ୍ତନ, ଓ କୁହାଯାଏ ଯେ ସିଓପି 26 ସବୁଠାରୁ ଅସୁରକ୍ଷିତ ବ୍ୟକ୍ତିଙ୍କ ପାଇଁ ବିତରଣ ନକରି ସଫଳ ହୋଇପାରିବ ନାହିଁ।
ଜଳବାୟୁ ଓ ପାଣିପାଗ ଉପରେ ଅଧିକ ନିର୍ଭରଶୀଳତା କାରଣରୁ କୃଷି ହେଉଛି ସବୁଠାରୁ ଅସୁରକ୍ଷିତ କ୍ଷେତ୍ର ମଧ୍ୟରୁ ଗୋଟିଏ. ଭାରତ ବିଶ୍ୱର ବୃହତ୍ତମ ଖାଦ୍ୟ ଉତ୍ପାଦନକାରୀମାନଙ୍କ ମଧ୍ୟରୁ ଅନ୍ୟତମ, ଏହାର 1.3 ବିଲିୟନ ଜନସଂଖ୍ୟାର ପ୍ରାୟ 68% ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କୃଷି କାର୍ଯ୍ୟରେ ନିୟୋଜିତ ଅଟନ୍ତି. ଯଦିଓ ଜିଡିପିରେ କୃଷିର ଯୋଗଦାନ 51%ରେ ଥିବା 1950 ରୁ ପ୍ରାୟ 16% କୁ ହ୍ରାସ ପାଇଛି, ତଥାପି କୃଷି ଉପରେ ନିର୍ଭରଶୀଳ ପରିବାରଙ୍କ ସଂଖ୍ୟା 1951 ରେ 70 ମିଲିୟନରୁ 2020 ରେ 120 ମିଲିୟନକୁ ବୃଦ୍ଧି ପାଇଛି. କୃଷି ଉପରେ ଏହି ବ୍ୟାପକ ନିର୍ଭରଶୀଳତା ଭାରତକୁ ଜଳବାୟୁ ପରିବର୍ତ୍ତନ ପ୍ରତି ଅଧିକ ସମ୍ବେଦନଶୀଳ କରିଥାଏ. 2017 ର ଆର୍ଥିକ ସର୍ଭେକ୍ଷଣ ଅନୁସାରେ - ପାଣିପାଗର ଚରମ ସ୍ଥିତି କାରଣରୁ ବାର୍ଷିକ ଦେଶରେ 9-10ବିଲିୟନ ଡ଼ଲାର କ୍ଷତି ହୋଇଥାଏ. ଏହା ଦେଶର ଖାଦ୍ୟ ନିରାପତ୍ତା ଓ ଗ୍ରାମାଞ୍ଚଳରେ ଜୀବିକା ପାଇଁ ଏକ ପ୍ରମୁଖ ଆହ୍ୱାନ ଅଟେ।
ଜଳବାୟୁ ପରିବର୍ତ୍ତନ ଉପରେ ପ୍ରଭାବ ପକାଉଥିବା ମୁଖ୍ୟ ଆହ୍ୱାନ
ଯଦିଓ କୃଷି ଉପରେ ନିର୍ଭରଶୀଳତା ବଢିଯାଇଛି, କୃଷି ହୋଇପାରୁଥିବା ଭୂମିର ଆକାର ସହିତ ଗୁଣବତ୍ତାରେ ମଧ୍ୟ ହ୍ରାସ ପାଉଛି, ହାରାହାରି ଜମିର ଆକାର 1.08 ହେକ୍ଟରକୁ ହ୍ରାସ ପାଇଛି. କୃଷି ଯୋଗ୍ୟ ଭୂମିକୁ ଛୋଟ ଛୋଟ ଭାଗରେ ବିଭକ୍ତ କରିବା ସହିତ ମୃତ୍ତିକା ପରିଚାଳନା ଉପରେ ବିଶେଷ ଧ୍ୟାନ ନ ଦେବା ଦ୍ୱାରା ଜମିର ଗୁଣବତ୍ତା ହାର କମ୍ ହେବା ବୃଦ୍ଧି ପାଉଛି. ଅଧିକ ହୋଇଚାଲିଛି, ସିଏସଇ ଅନୁସାରେ, ଭାରତର 30% ସ୍ଥଳଭାଗ ସଂପ୍ରତି ମରୁଭୂମି ହୋଇ ରହିଛି।
2019 ମସିହାରେ ଇଣ୍ଟରଗର୍ଭନମେଣ୍ଟାଲ୍ ପ୍ୟାନେଲ୍ ଅନ୍ କ୍ଲାଇମେଟ୍ ଚେଞ୍ଜ (ଆଇପିସିସି) ଜଣାଇଛନ୍ତି ଯେ "ମୃତ୍ତିକା କ୍ଷୟ ଜଳବାୟୁ ପରିବର୍ତ୍ତନର ଏକ ପ୍ରମୁଖ କାରକ ଅଟେ ଯାହା ଫଳରେ ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗତ ହୋଇଥାଏ ଏବଂ କାର୍ବନ୍ ଗ୍ରହଣର ହାର ହ୍ରାସ ପାଇଥାଏ". ଏହା ହେଉଛି ଏକ ଭୟାବହ ଚକ୍ର ଜଳବାୟୁ ପରିବର୍ତ୍ତନର ସାମାଜିକ ଅର୍ଥନୈତିକ ପ୍ରଭାବ ମୃତ୍ତିକା କ୍ଷୟକୁ ତ୍ୱରାନ୍ୱିତ କରିଥାଏ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ପାଣିପାଗରେ ଅଚାନକ ପରିବର୍ତ୍ତନ ଦେଖାଦେଉଛି ତଥା ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ସୃଷ୍ଟି ହେଉଛି - ଯେପରିକି ମରୁଡ଼ି, ମହାମାରୀ, ଘୁର୍ଣ୍ଣିବାତ୍ୟା, ଅତ୍ୟଧିକ ବୃଷ୍ଟିପାତ, କିମ୍ବା ବନ୍ୟା। ଜଳବାୟୁ ପରିବର୍ତ୍ତନର କୁପ୍ରଭାବ କାରଣରୁ ଆର୍ଦ୍ରତା ଏବଂ ତାପମାତ୍ରାରେ ଅତ୍ୟଧିକ ବୃଦ୍ଧି ତଥା ଅନିୟମିତ ବୃଷ୍ଟିପାତ ଯୋଗୁଁ ପାରମ୍ପାରିକ କୃଷି ବାଧାପ୍ରାପ୍ତ ହେଉଛି
ଜଳସେଚନ ରେ ଜଳ ବ୍ୟବହାର ବୃଦ୍ଧି ହେତୁ ଭାରତର ମୁଣ୍ଡପିଛା ଜଳ ଉପଲବ୍ଧତା ହ୍ରାସ ପାଇଛି - ଗତ 50 ବର୍ଷ ମଧ୍ୟରେ ଏହା 60% ହ୍ରାସ ପାଇଛି,, ମୃତ୍ତିକା କ୍ଷୟ ବୃଦ୍ଧି। ଆହୁରି ମଧ୍ୟ ଧାନ ଓ ଆଖୁ ଭଳି ଜଳୀୟ ଫସଲର ଆମେ ବିଶ୍ଵର ଅଗ୍ରଣୀ ରପ୍ତାନୀକାରୀ ଦେଶ ହୋଇଥିବା କାରଣରୁ ଆମେ କୃଷିଭିତ୍ତିକ ଦ୍ରବ୍ୟ ରପ୍ତାନୀ ସହିତ ଜଳ (ଭର୍ଚୁଆଲ୍ ଜଳ) ରପ୍ତାନୀ କରିବାରେ ସମସ୍ୟାରେ ସମ୍ମୁଖୀନ ହେଉଛୁ। ଜଳବାୟୁ ପରିବର୍ତ୍ତନର ପରିଣାମସ୍ୱରୂପ ଫସଲ ବୃଦ୍ଧି ଚକ୍ରରେ ସମସ୍ୟା ଦେଖା ଦେଉଛି ତେଣୁ ଉତ୍ପାଦକତା ହ୍ରାସ ପାଉଛି।
ଆକଳନ ଅନୁସାରେ, ଜଳବାୟୁ ପରିବର୍ତ୍ତନ କୃଷିଜନିତ ଉତ୍ପାଦନ ଉପରେ ପ୍ରତିବର୍ଷ ପ୍ରାୟ 4-9% ର ପ୍ରତିକୂଳ ପ୍ରଭାବ ପକାଇଥାଏ, ଯାହା ବାର୍ଷିକ ଜିଡିପିରେ ପ୍ରାୟ 1.5% କ୍ଷତି କରିଥାଏ. କୃଷି ଉତ୍ପାଦନରେ ଭାରତ ଅଧିକାଂଶ ଦେଶର ପଛରେ ରହିଛି. ଉଦାହରଣ ସ୍ୱରୁପ, ମକା, ଚାଉଳ, ଚିନାବାଦାମ ଓ ଡାଲିର ଉତ୍ପାଦକତା ବିଶ୍ୱସ୍ତରୀୟ ହାରାହାରି ଅପେକ୍ଷା 54%, 40%, 31%, ଓ 33% କମ୍ ଅଟେ. ଏହି ସମସ୍ତ କାରଣ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା କ୍ଷେତ୍ରରେ ଆହ୍ୱାନ ସୃଷ୍ଟି କରିଛି - ବିଶ୍ୱର ସର୍ବମୋଟ ଜମି କ୍ଷେତ୍ରର ମାତ୍ର 2.4% ସହିତ ଭାରତକୁ ବିଶ୍ୱର ପ୍ରାୟ 18% ଲୋକଙ୍କର ସହାୟତା କରିବାକୁ ହେବ. କୃଷି ଓ 145 ମିଲିଅନ୍ ପରିବାର ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରିବା ଆକାରରେ ଆମକୁ ଏକ କଠିନ କାର୍ଯ୍ୟର ସମ୍ମୁଖୀନ ହେବାକୁ ପଡୁଛି।
ସୁଯୋଗ କ୍ଷେତ୍ର: ପ୍ରଯୁକ୍ତିବିଦ୍ୟା, ସ୍ଥିରତା ଓ ନିୟମାବଳିରେ ସହାୟତା
2030 ସୁଦ୍ଧା ଭାରତର ଅତିକମରେ 30 ମିଲିଅନ୍ ହେକ୍ଟର ଅନୁର୍ବର ଜମିକୁ ନବୀକରଣ କରାଯିବାର ଆବଶ୍ୟକତା ରହିଛି. ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରିବା ଓ କୃଷି ଉତ୍ପାଦନରେ ଉନ୍ନତି ଆଣିବା ପାଇଁ କୃଷି କ୍ଷେତ୍ରର ଅଗ୍ରଣୀ ଟେକ୍ନୋଲୋଜି ଆଧାରିତ ବ୍ୟବସ୍ଥା ସହିତ ସ୍ଥିରତା ଓ ନିୟମାବଳିରେ ସହଯୋଗକୁ ସକ୍ଷମ କରିବାର ତୁରନ୍ତ ଆବଶ୍ୟକତା ରହିଛି
ଷ୍ଟେଟ୍-ଅଫ୍-ଦି-ଆର୍ଟ ଟେକ୍ନୋଲୋଜିଜ୍ ଏଆଇ, ଆଇଓଟି, ମେସିନ୍ ଲର୍ଣ୍ଣିଙ୍ଗ୍, ବ୍ଲକଚେନ୍, ପ୍ରିସିଜନ୍ ଏଗ୍ରିକଲଚର୍, ଡ୍ରୋନ୍, ସ୍ମାର୍ଟ ଟ୍ରାକ୍ଟର/ଏଗ୍ରି-ବଟ୍, ସ୍ମାର୍ଟ ୱେୟାରହାଉସିଙ୍ଗ୍ ଏବଂ ଟ୍ରାନ୍ସପୋର୍ଟ ଅପ୍ଟିମାଇଜେସନ୍, ଶସ୍ୟ ଉତ୍ପାଦନର ବାସ୍ତବିକ ସମୟ ଆକଳନ ଏବଂ ମୂଲ୍ୟ ବାବଦରେ ସୂଚନା ସହିତ ନୂତନ ଫସଲ ସୁରକ୍ଷା ପ୍ରଯୁକ୍ତି ଏହି କ୍ଷେତ୍ରକୁ ପରିବର୍ତ୍ତନ କରିବ, ରିଅଲ୍-ଟାଇମ୍ ଭିଜିବିଲିଟି ସମ୍ଭବ ହେବ, ଉଚ୍ଚ ଉତ୍ପାଦକତା ଏବଂ ଉଚ୍ଚ ଗୁଣବତ୍ତା ପ୍ରଦାନ କରିବା ସହିତ କାର୍ବନ୍ ଫୁଟପ୍ରିଣ୍ଟ କୁ ହ୍ରାସ କରିବ ଏବଂ ଲାଭ ବୃଦ୍ଧି କରିବ। ପ୍ରିସିଜନ୍ ଏଗ୍ରିକଲଚର୍ ଫସଲର ସମଗ୍ର ଉତ୍ପାଦକତା, ଗୁଣବତ୍ତା ଏବଂ ଉତ୍ପାଦନ ବୃଦ୍ଧି କରିବା ପାଇଁ ଜଳ, ସାର ଏବଂ କୀଟନାଶକର ସର୍ବୋତ୍ତମ ଉପଯୋଗ କରିବା ପାଇଁ ଡାଟା ବିଶ୍ଳେଷଣର ସହାୟତା ନେଇଥାଏ। ଡ୍ରୋନ୍ କୃଷକମାନଙ୍କୁ ମୃତ୍ତିକା ଓ ଖେତ ଯୋଜନା, ଫସଲ ନିରୀକ୍ଷଣ, ବାଳୁଙ୍ଗା ରୁ ଫସଲ ସୁରକ୍ଷା, କୀଟ ଓ ରୋଗରୁ ଫସଲ ସୁରକ୍ଷା, ଶ୍ରମ ଚାପ ଦୂର କରିବା ଓ ଉତ୍ପାଦକତା ବୃଦ୍ଧି କରିବାରେ ସାହାଯ୍ୟ କରିବ। ଏଫଏମସି ପରି ଅଗ୍ରଣୀ କୃଷିଭିତ୍ତିକ ବିଜ୍ଞାନ କମ୍ପାନୀ, କେବଳ ଏକ ଇନପୁଟ୍ ଯୋଗାଣକାରୀ ପରିବର୍ତ୍ତେ ସମାଧାନ ପ୍ରଦାନକାରୀ ହେବା ପାଇଁ ଏହିପରି ପ୍ରଯୁକ୍ତିବିଦ୍ୟା ଗ୍ରହଣ କରୁଛନ୍ତି. ସେହିଭଳି, କ୍ଷୀର ଦେଉଥିବା ପଶୁମାନଙ୍କର ଉତ୍ପାଦକତା ବୃଦ୍ଧି ଓ ଦୁଗ୍ଧ କ୍ଷେତ୍ରରୁ ନିର୍ଗତ ହେଉଥିବା ମିଥେନ ର ସମାଧାନ କରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।
ସ୍ଥାୟୀ ଅଭ୍ୟାସ ଫସଲ ଚକ୍ର, ଡାଲି ଜାତୀୟ କୃଷି ଜରିଆରେ ମିଶ୍ରିତ ଫସଲ ଚାଷ, ଜୈବ ଉର୍ବରକ ର ଉପଯୋଗ, କୀଟନାଶକ କିମ୍ବା ସାର ର ବିଚାରପୂର୍ଣ୍ଣ ବ୍ୟବହାର ଏବଂ ସମନ୍ୱିତ କୀଟ ପରିଚାଳନା - ଏଗୁଡ଼ିକୁ ପ୍ରୋତ୍ସାହନ ପ୍ରଦାନ କରିବା ଆବଶ୍ୟକ ଯାହା ଫଳରେ କୃଷି କାର୍ଯ୍ୟ ଦ୍ଵାରା ସୃଷ୍ଟ ପରିବେଶଗତ ସମସ୍ୟାଗୁଡ଼ିକର ସମାଧାନ କରାଯାଇପାରିବ. ପ୍ରାକୃତିକ ସମ୍ବଳର ସଂରକ୍ଷଣ ପାଇଁ ବୁନ୍ଦା ଜଳସେଚନ ଏବଂ କୃଷି କ୍ଷେତ୍ରରେ ସୌର ଶକ୍ତିର ଉପଯୋଗ ବୃଦ୍ଧି କରାଯାଇ ପାରିବ. ଜଳବାୟୁ ନିରୋଧୀ ଫସଲର ବିକାଶ ଓ ବିତରଣ ପାଇଁ ନିବେଶର ଆବଶ୍ୟକତା ରହିଛି ଯାହା ଦ୍ଵାରା ଫସଲଗୁଡ଼ିକ ତାପମାତ୍ରା ଓ ବୃଷ୍ଟିପାତ ପରିବର୍ତ୍ତନକୁ ସହ୍ୟ କରିପାରିବ. ଧାରଣଯୋଗ୍ୟ କୃଷି ପଦ୍ଧତି ଅନୁସାରେ କୃଷକ ଏବଂ କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଜ୍ଞାନ ବିନିମୟ ଓ କ୍ଷମତା ନିର୍ମାଣ ଉପରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ରହିଛି। ଏଫଏମସି ଇଣ୍ଡିଆ ସହିତ ଅଗ୍ରଣୀ କୃଷି କମ୍ପାନୀଗୁଡିକ ଉତ୍ପାଦନ ପ୍ରକ୍ରିୟାରେ ମୃତ୍ତିକା, ଜଳ ଓ ଇନପୁଟ୍ ପରିଚାଳନା କରାଇବା ପାଇଁ କୃଷକ ସମ୍ପ୍ରଦାୟ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛନ୍ତି।
ଅଧିକନ୍ତୁ,କୃଷକମାନଙ୍କୁ ବିଭିନ୍ନ ସ୍ତରରେ ସାହାଯ୍ୟ କରିବା ପାଇଁ ସରକାରୀ ସହାୟତାକୁ ପୁନଃନିର୍ଦ୍ଦେଶିତ କରିବାର ଆବଶ୍ୟକତା ଏଠାରେ ଦିଆଯାଇଛି। ସରକାର କେବଳ ଉତ୍ପାଦନ ନୁହେଁ ବରଂ ସମୁଦାୟ କୃଷି ଉତ୍ପାଦକତା ବୃଦ୍ଧି କରିବା ସହିତ ସମ୍ବଳ ସଂରକ୍ଷଣକୁ ମଧ୍ୟ ପ୍ରୋତ୍ସାହିତ କରିବା ଆବଶ୍ୟକ। ସମୟର ଆବଶ୍ୟକତା ହେଉଛି ଜଳସେଚନ ପାଇଁ ପାଣି ଯୋଗାଇବା କ୍ଷେତ୍ରରେ ବିଜୁଳି ଉପରେ ସବସିଡି ପ୍ରଦାନ କରିବା, ଡ୍ରିପ୍ ଜଳସେଚନ ବିକଶିତ କରିବା ଏବଂ ସୋଲାର୍ ପ୍ୟାନେଲ୍ ସ୍ଥାପନ କରିବା। ଜଳୀୟ ଏବଂ ପୋଷକ ତତ୍ତ୍ଵରେ ଭରପୁର ଫସଲ (ଶସ୍ୟ ଓ ଡାଲି ଜାତୀୟ ଫସଲ) ର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଉଚିତ ଯାହା ମାଟିକୁ ପୁଣି ଥରେ ଉର୍ବର କରିବ ଏବଂ କମ୍ ପାଣି ବ୍ୟବହାର ହେବ ତେଣୁ ଏହା କୃଷକମାନଙ୍କ ପାଇଁ ଆକର୍ଷଣୀୟ ଏମଏସପି ପ୍ରଦାନ କରିବ ତଥା ଏଥିରେ ସବସିଡି ମିଳିବା କାରଣରୁ ଏହା ସେମାନଙ୍କ ବିକାଶ ପାଇଁ ଏକ ଉପଯୁକ୍ତ ପଦକ୍ଷେପ ସାବ୍ୟସ୍ତ ହେବ। ପ୍ରାକୃତିକ ସମ୍ବଳ ଉପଲବ୍ଧତା ଉପରେ ପ୍ରତିକୂଳ ପ୍ରଭାବ ଯୋଗୁଁ ଫସଲ (ଆଖୁ ଓ ଧାନ) ପାଇଁ ସବସିଡି ପ୍ରଦାନ କରିବା ଉପରେ ପୁନଃବିଚାର କରିବା ଗୁରୁତ୍ୱପୂର୍ଣ୍ଣ ଅଟେ। ଏଫପିଓ ଗୁଡ଼ିକର ଏକତ୍ରୀକରଣ କ୍ଷମତା ନିର୍ମାଣ ଯୋଗୁଁ କୃଷି ଓ କୃଷକମାନଙ୍କର ସ୍ଥିରତା ସୁନିଶ୍ଚିତ ହେବ ଏବଂ ସେମାନଙ୍କୁ ଲାଭାନ୍ଵିତ କରିବ।
ଉପସଂହାର
ନୀତି ବିକାଶ ଆଭିମୁଖ୍ୟ ସହିତ ଖାଦ୍ୟ ନିରାପତ୍ତାକୁ ପ୍ରାଥମିକତା ଦେବା ଓ ସବୁଜ ବିପ୍ଳବ ସହିତ 1970 ରେ ଖାଦ୍ୟ ଶସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା କ୍ଷେତ୍ରରେ ପ୍ରଥମେ ବିକାଶଶୀଳ ହୋଇଥିବା ଦେଶମାନଙ୍କ ମଧ୍ୟରୁ ଭାରତ ଅନ୍ୟତମ ଅଟେ. Tଟେକ୍ନୋଲୋଜି ଓ ଅଭିନବକରଣ ନିରନ୍ତର ଖାଦ୍ୟ ଉତ୍ପାଦନ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରିବା ପାଇଁ କୃଷିରେ ପରିବର୍ତ୍ତନର ପରବର୍ତ୍ତୀ ଲହର ଆଣିଦେବ. କୃଷକମାନଙ୍କ ପାଇଁ ସ୍ଥାୟୀ ଅଭ୍ୟାସଗୁଡିକୁ ଗ୍ରହଣ କରିବା ପାଇଁ ଉପଯୁକ୍ତ କୃଷି-ସଂସ୍କାର ଓ ପ୍ରୋତ୍ସାହନ ପ୍ରଣାଳୀ ସୃଷ୍ଟି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ, ସ୍ଥାୟୀ ସମାଧାନ ମାଧ୍ୟମରେ ପ୍ରଭାବ ସୃଷ୍ଟି କରୁଥିବା ସଂଗଠନକୁ ପ୍ରୋତ୍ସାହିତ କରିବା, ଉପଭୋକ୍ତା ଓ କୃଷକମାନଙ୍କୁ ଶିକ୍ଷିତ କରିବା ଓ କୃଷି କ୍ଷେତ୍ରକୁ ଚାହିଦା ଅନୁଯାୟୀ ସ୍ଥାୟୀ ଚାଷ ପାଇଁ କୃଷି କ୍ଷେତ୍ରକୁ ପରିବର୍ତ୍ତନ କରିବା ଆବଶ୍ୟକ ହୋଇଥାଏ।