ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
43215
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

ଏଫଏମସି କର୍ପୋରେସନ ଏବଂ ଆରାଜେନ୍ ଲାଇଫ୍ ସାଇନ୍ସ ରଣନୀତିକ ଭାଗୀଦାରୀ ଘୋଷଣା କରିଛନ୍ତି

ଆରାଜେନ୍ ଲାଇଫ୍ ସାଇନ୍ସ (ପୂର୍ବରୁ ଯାହା ଜିଭିକେ ବାୟୋ ଥିଲା) ଏବଂ ଏଫଏମସି କର୍ପୋରେସନ୍ ଏକ ରଣନୀତିକ ଭାଗୀଦାରୀରେ ସାମିଲ ହେବା ପାଇଁ ରାଜି ହୋଇଛନ୍ତି. ଏହି ସହଭାଗୀତା ମାଧ୍ୟମରେ ଆରାଜେନ୍ ରସାୟନ ବିଜ୍ଞାନରେ ଉଦ୍ଭାବନ, ଜୀବବିଜ୍ଞାନରେ ଉଦ୍ଭାବନ ଓ ରାସାୟନିକ ପ୍ରକ୍ରିୟା ବିକାଶ ସହିତ ଏଫଏମସି ର ବୈଶ୍ଵିକ ଉଦ୍ଭାବନ ଓ ବିକାଶ କ୍ଷେତ୍ରରେ ସହଯୋଗ କରିବ।

ଏହି ଭାଗୀଦାରୀ ଏଫଏମସି କର୍ପୋରେସନ ର କୃଷି-ରାସାୟନିକ ପାଇପଲାଇନ୍ କୁ ତ୍ୱରାନ୍ୱିତ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ. "ନିଜର ଦୀର୍ଘକାଳୀନ ସହଭାଗୀତା ମାଧ୍ୟମରେ ଫସଲ ବିଜ୍ଞାନରେ ସାରା ବିଶ୍ଵର ଅନ୍ୟତମ ଅଗ୍ରଣୀ ସଂସ୍ଥା ଏଫଏମସି କୁ ନିଜର ଅନୁସନ୍ଧାନ ଓ ବିକାଶ କ୍ଷେତ୍ରକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବା ଆମ ପାଇଁ ସୌଭାଗ୍ୟର କଥା. ଆରାଜେନ୍ ର ଅଧ୍ୟକ୍ଷ ମନ୍ନି କାଣ୍ଟିପୁଡି କହିଛନ୍ତି, "ଅନୁସନ୍ଧାନ ଓ ବିକାଶର ସମସ୍ତ ପକ୍ଷ ମାଧ୍ୟମରେ ଏହି ସହଯୋଗର ବିସ୍ତାର ଆରାଜେନ୍ ରେ ଏଫଏମସି ର ବିଶ୍ଵାସ ଓ ଭରସା ର ପ୍ରମାଣ ଅଟେ - ଯାହାକି ଆମେ ଆମର ଅଂଶୀଦାରଙ୍କ ପାଇଁ ଏହିଭଳି ଅନେକ ସଫଳତାର କାହାଣୀ ଆଗକୁ ବଢାଇବା ପାଇଁ ଆଶା କରୁଛୁ"।

ଏଫଏମସି କର୍ପୋରେସନରେ ଗବେଷଣା ଓ ବିକାଶର ମୁଖ୍ୟ ପ୍ରଯୁକ୍ତି ଅଧିକାରୀ କ୍ୟାଥଲନ୍ ଶେଲ୍ଟନ୍ ଭାଗୀଦାରୀ ଅନୁବନ୍ଧ ସମ୍ପର୍କରେ ଆଲୋଚନା କରି କହିଛନ୍ତି, "ଆରାଜେନ୍ ଅନେକ ବର୍ଷରୁ ଏଫଏମସି ର ଜଣେ ମୂଲ୍ୟବାନ ସହଯୋଗୀ ହୋଇ ରହିଆସିଛି।'' ସେ ଆହୁରି ମଧ୍ୟ କହିଛନ୍ତି, "ଏହି ଭାଗୀଦାରୀ ଅନୁସନ୍ଧାନ ଓ ବିକାଶର ଅନେକ କ୍ଷେତ୍ର ମଧ୍ୟକୁ ବିସ୍ତାର ଲାଭ କରିଛି ଓ କାର୍ଯ୍ୟ କ୍ଷେତ୍ରରେ ଆମେ ଆମର ଦୃଢ଼ ସଂପର୍କକୁ ପ୍ରଶଂସା କରୁଛୁ।"