ଐତିହାସିକ ରୂପରେ, ମହିଳାମାନେ କୌଣସି ଦେଶର ବିକାଶ ଓ ଦୀର୍ଘକାଳୀନ ବିକାଶରେ ଏକ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ଓ ଅଧିକାଂଶ ସମୟରେ ସେମାନଙ୍କୁ ବିକଶିତ ଆର୍ଥିକ ସ୍ଥିତିର ଆଧାର ଭାବରେ ବିବେଚନା କରାଯାଇଥାଏ.
ଭାରତ ମୁଖ୍ୟ ରୂପରେ ଏକ କୃଷି ପ୍ରଧାନ ଅର୍ଥବ୍ୟବସ୍ଥା ଯେଉଁଥିରେ ମହିଳାମାନଙ୍କୁ କୃଷି କ୍ଷେତ୍ରରେ ପୁରୁଷମାନଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ କାମ କରିଥିବାର ଦେଖାଯାଇଛି। ଆର୍ଥିକ ବିକାଶ ଏବଂ ନୂତନ କାର୍ଯ୍ୟ ସୃଷ୍ଟି ସହିତ ଗ୍ରାମୀଣ କ୍ଷେତ୍ରରୁ ସହର ଆଡ଼କୁ ଲୋକମାନେ ମୁହାଁଇବାରେ ଲାଗିଛନ୍ତି, ଯେଉଁ କାରଣରୁ କୃଷି, ଉଦ୍ୟୋଗ ଓ ଶ୍ରମ କ୍ଷେତ୍ରରେ ମହିଳାମାନଙ୍କର ଭୂମିକା ବୃଦ୍ଧି ହୋଇଛି ଏବଂ କୃଷି କ୍ଷେତ୍ରର ବିକାଶ ପାଇଁ ମହିଳାମାନେ ପ୍ରମୁଖ ପରିଚାଳନାକାରୀର ଭୂମିକା ନିର୍ବାହ କରୁଛନ୍ତି. ଏହି ଉଦ୍ୟୋଗରେ ଭାରତୀୟ ଜନସଂଖ୍ୟାର 60 ଶତକଡା ରୁ ଅଧିକ ଲୋକ ନିୟୋଜିତ ଅଛନ୍ତି ଏବଂ ଏହି ଉଦ୍ୟୋଗ ଦେଶର ଜିଡିପିରେ ପ୍ରାୟ 18 ଶତକଡା ଯୋଗଦାନ କରୁଛି. ବାସ୍ତବରେ ଅକ୍ସଫାମ୍ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ଭାରତରେ ଆର୍ଥିକ ରୂପରେ ସକ୍ରିୟ ଥିବା ମହିଳା ମାନଙ୍କ ମଧ୍ୟରୁ ପ୍ରାୟ 80 ଶତକଡ଼ା କୃଷି କାର୍ଯ୍ୟରେ ନିୟୋଜିତ ଅଛନ୍ତି, ଯେଉଁଥିରେ 48 ଶତକଡା ଆତ୍ମନିଯୁକ୍ତ କୃଷକ ହୋଇଥିବା ବେଳେ 33 ଶତକଡା କୃଷିକ୍ଷେତ୍ରର ଶ୍ରମିକମାନଙ୍କ ମଧ୍ୟରେ ସାମିଲ ଅଛନ୍ତି।
ଅବଶ୍ୟ, କୃଷି କ୍ଷେତ୍ର ଓ ସମ୍ବନ୍ଧିତ କ୍ଷେତ୍ର ଯଥା କୃଷି ଉପକରଣ ଓ ଯନ୍ତ୍ରପାତି, ଉର୍ବରକ, କୀଟନାଶକ, ଆର୍ଥିକ କ୍ଷେତ୍ର, ମତ୍ସ୍ୟପାଳନ ଏବଂ ଏଫଏମସିଜି କ୍ଷେତ୍ରରେ ମଧ୍ୟମ ଓ ବରିଷ୍ଠ-ସ୍ତରୀୟ ପରିଚାଳନାଗତ ପଦ ସହିତ ସମସ୍ତ ସ୍ତରରେ ମହିଳା ମାନଙ୍କର ଅଂଶ ତୁଳନାତ୍ମକ ଭାବରେ ନଗଣ୍ୟ ଅଟେ.
ସାମାଜିକ-ସାଂସ୍କୃତିକ ପ୍ରସଙ୍ଗ
କୃଷି କ୍ଷେତ୍ର ସାଧାରଣତଃ ସଂରଚନାଗତ ଆହ୍ଵାନ ଓ ପାରମ୍ପରିକ ଧାରଣା ସହିତ ସଂଘର୍ଷ କରିଥାଏ. ଏହା ବିଶେଷ ରୂପରେ ଗ୍ରାମୀଣ ଅଞ୍ଚଳ ପାଇଁ ସତ୍ୟ ଅଟେ ଯେଉଁଠାରେ ମହିଳାମାନେ ପରିବାର ପାଇଁ ଗୃହିଣୀ ଓ ଦେଖାଶୁଣା କରିବା ପରି ପାରମ୍ପରିକ ଭୂମିକାରେ ସମ୍ପୃକ୍ତ ଥାଆନ୍ତି ଏବଂ ପ୍ରାଥମିକ ରୂପରେ ଉପାର୍ଜନ କରୁଥିବା ନିଜର ପୁରୁଷ ସହଯୋଗୀଙ୍କୁ ସାହାଯ୍ୟ କରନ୍ତି। ଏହା ସହିତ ଆହୁରି ମଧ୍ୟ ସତ୍ୟ ଏହା ଯେ ପୁରୁଷ ପ୍ରାଧାନ୍ୟତା ଥିବା ସ୍ଥାନରେ ମହିଳାମାନଙ୍କୁ ଉପଯୁକ୍ତ ଭାବରେ ସ୍ଵୀକାର କରାଯାଇ ପାରେନାହିଁ, ଯାହାଫଳରେ ଏହି ଉଦ୍ୟୋଗରେ ସେମାନେ ନିଜର କ୍ଷମତା ସଠିକ ଭାବରେ ପ୍ରଦର୍ଶିତ କରିପାରନ୍ତି ନାହିଁ.
ଏହା ସହିତ, ସମ୍ବନ୍ଧିତ ଶିଳ୍ପଗୁଡ଼ିକରେ ମଧ୍ୟ, ମହିଳାମାନଙ୍କୁ ନିଜର ସଂପୂର୍ଣ୍ଣ କ୍ୟାରିଅର୍ ରେ, ଅର୍ଥାତ ଏହା ସେମାନଙ୍କର କ୍ୟାରିଅର୍ ପସନ୍ଦ ହେଉ କିମ୍ବା କମ୍ପାନୀ ପରିଚାଳନାରେ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିବା ଉଦ୍ୟମ ହେଉ, ଏହି ଭଳି ଅନେକ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିଥାଏ. ବିକ୍ରୟ, ଅନୁସନ୍ଧାନ, ଔଷଧ, ଉତ୍ପାଦନ ଏବଂ ଏହିଭଳି କାର୍ଯ୍ୟ କ୍ଷେତ୍ର ପାରମ୍ପରିକ ଭାବରେ ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ବିବେଚନା କରାଯାଏ. ଗ୍ରାମୀଣ ବଜାର ପାଇଁ ଉଦ୍ଦିଷ୍ଟ ଉଦ୍ୟୋଗଗୁଡ଼ିକ ପାଇଁ ମଧ୍ୟ ଏହିଭଳି ସ୍ଥିତି ରହିଛି ଯେଉଁଠାରେ ମହିଳାମାନଙ୍କର ଦକ୍ଷତା ଏବଂ ସୃଜନାତ୍ମକତାକୁ ସଠିକ୍ ଭାବରେ ପ୍ରୟୋଗ କରାଯାଇ ପାରୁନାହିଁ.
ଆହ୍ୱାନକୁ ସମ୍ବୋଧିତ କରି
କୃଷି ଓ ସମ୍ବନ୍ଧିତ କ୍ଷେତ୍ରରେ ଯେଉଁ ବ୍ୟକ୍ତିମାନେ ସଂପୃକ୍ତ ଅଛନ୍ତି ସେମାନଙ୍କ ପାଇଁ ସମୟର ଆବଶ୍ୟକତା ଅନୁସାରେ ସଂଗଠନଗତ ମୂଲ୍ୟବୋଧ ଓ ସଂସ୍କୃତି ଆଧାରରେ ପ୍ରତିଭା ଅନ୍ଵେଷଣ ଓ ବିକଶିତ କରିବା ପାଇଁ ରଣନୀତିକ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ରହିଛି. 'ହାର୍ଡୱେୟାର' ଏବଂ 'ସଫ୍ଟୱେୟାର' ପ୍ରୟାସର ସମ୍ମିଶ୍ରଣରେ ଏହାକୁ ହାସଲ କରାଯାଇ ପାରିବ. ଏଠାରେ, 'ହାର୍ଡୱେୟାର୍' ମହିଳା ମାନଙ୍କର ସୁରକ୍ଷା ଓ ନିରାପତ୍ତା ସମ୍ବନ୍ଧିତ ନିର୍ଦ୍ଦିଷ୍ଟ ନୀତି କୁ ସୂଚିତ କରିଥାଏ, ଏହା ଏଭଳି ଏକ କାର୍ଯ୍ୟ ସଂସ୍କୃତିକୁ ସୃଷ୍ଟି କରିଥାଏ ଯାହା ଅନୁକୂଳ, ସନ୍ତୋଷଜନକ ଓ ସହାୟକ ହୋଇଥାଏ ଏବଂ ଏହା ସହିତ ମୌଳିକ ଢାଞ୍ଚା ପ୍ରଦାନ କରିଥାଏ ଯାହା ମହିଳାମାନଙ୍କ ପାଇଁ ସମାନ କ୍ରୀଡ଼ାକ୍ଷେତ୍ର ପ୍ରସ୍ତୁତ କରିଥାଏ. ‘ସଫ୍ଟୱେୟାର' ର ଅର୍ଥ ଏଠାରେ ହେଉଛି ସମାବେଶୀତା ଉପରେ ପ୍ରଶିକ୍ଷଣ, ସଚେତ ଓ ଅଚେତ ଅବସ୍ଥାରେ ପକ୍ଷପାତକୁ ଚିହ୍ନିବା ଏବଂ ହଟାଇବା ଏବଂ ଏହି ଭଳି ଅନେକତା ମଧ୍ୟରେ ଏକତା ଆଣିବା ଓ ସମାବେଶ ସମ୍ପର୍କରେ ମାନସିକତାରେ ଏକ ସହଜ ଓ ସ୍ଥାୟୀ ପରିବର୍ତ୍ତନ ଆଣିବା. ଏହା ସଂଗଠନକୁ ପୂର୍ବରୁ ଥିବା ଲିଙ୍ଗ ଆଧାରିତ ଆଶଙ୍କା ଦୂର କରିବାରେ ସାହାଯ୍ୟ କରିବ ଯାହାକି କ୍ୟାରିଅର୍ ମାର୍ଗକୁ ମାପିବାରେ ଓ ବାସ୍ତବରେ ବିବିଧ ଓ ସମାବେଶୀ କାର୍ଯ୍ୟ ପରିବେଶ ସୃଷ୍ଟି କରିବାରେ ସାହାଯ୍ୟ କରିବ.
ଏହା ସହିତ, ସଂଗଠନ ପାଇଁ ଏକ ସମାବେଶୀ ଓ ବିବିଧ କାର୍ଯ୍ୟ ପରିବେଶକୁ ଶକ୍ତିଶାଳୀ କରିବା ଓ ପ୍ରୋତ୍ସାହିତ କରିବା ପାଇଁ ପରମ୍ପରାଗତ ଭାବରେ ପୁରୁଷ ପ୍ରଧାନ ବିଚାର କରୁଥିବା ଲୋକଙ୍କ ସହିତ ବିଭିନ୍ନ କାର୍ଯ୍ୟର ଭୂମିକାରେ ଥିବା ମହିଳା ମାନଙ୍କୁ ଉପରେ ପରିଚାଳିତ ପ୍ରଶିକ୍ଷଣ ଓ ଅଭିବୃଦ୍ଧି ମାଧ୍ୟମରେ ସଂଗଠନ ଭିତରେ ସମସ୍ତ ସ୍ତରରେ ମହିଳା ପ୍ରତିଭା ସମ୍ବଳ ନିର୍ମାଣ କରିବା ଲକ୍ଷ୍ୟ ରଖି ଏକ ବିଚାରପୂର୍ଣ୍ଣ ଓ ରଣନୀତିକ କାର୍ଯ୍ୟକ୍ରମ ରଖିବା ଆବଶ୍ୟକ ଅଟେ.
ବ୍ୟବସାୟଗୁଡିକୁ ପଦକ୍ଷେପ ଏବଂ ଦୀର୍ଘମିଆଦି ଲକ୍ଷ୍ୟ ସ୍ଥାପିତ କରିବା ଆବଶ୍ୟକ ଯାହାକି କର୍ମକ୍ଷେତ୍ରରେ ମହିଳାମାନଙ୍କ ପାଇଁ ବିକାଶ ପଥକୁ ପ୍ରୋତ୍ସାହିତ କରେ. ଏହା ସହିତ, କମ୍ପାନୀଗୁଡ଼ିକ କେନ୍ଦ୍ରିତ ଗୋଷ୍ଠୀ ଆଲୋଚନା ପରି ମୁକ୍ତ ଯୋଗାଯୋଗ ପ୍ରଣାଳୀ ସ୍ଥାପନ କରିପାରିବେ ଯେଉଁଥିରେ ମହିଳା କର୍ମଚାରୀମାନେ ସାମନା କରିଥିବା ସମସ୍ୟା କିମ୍ବା ଚ୍ୟାଲେଞ୍ଜ୍ ଗୁଡ଼ିକ ଉପରେ ମୁକ୍ତ ଭାବରେ ଆଲୋଚନା କରିପାରିବେ. ଏଫଏମସି, କୃଷି କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଭାବରେ, ଏହି ବିଷୟକୁ ସମାଧାନ କରିବା ପାଇଁ ବିଭିନ୍ନ ରଣନୀତିକ ପଦକ୍ଷେପ ନେଇଛି. ଏଫଏମସି ର ମହିଳା ପଦକ୍ଷେପ ନେଟୱର୍କ (ଡବ୍ଲ୍ୟୁଆଇଏନ୍) ଓ ବିବିଧତା ଓ ସମାବେଶ (ଡିଏଣ୍ଡଆଇ) ପରିଷଦ ଏଭଳି କିଛି ଉପାୟ ଯାହାକି କମ୍ପାନୀର ଲିଙ୍ଗଗତ ସନ୍ତୁଳନ ଓ ଜାତି ସମାନତା ପ୍ରତି ନିଜର ପ୍ରତିଶୃତି ପ୍ରଦର୍ଶିତ କରିଥାଏ. କମ୍ପାନୀ, ନିଜର ଅନେକ ଡିଏଣ୍ଡଆଇ ରଣନୀତି ମାଧ୍ୟମରେ, ସମସ୍ତ ଅଞ୍ଚଳ ଓ କାର୍ଯ୍ୟ ସ୍ତରରେ 2027 ପର୍ଯ୍ୟନ୍ତ ନିଜର ବିଶ୍ୱସ୍ତରୀୟ କାର୍ଯ୍ୟବଳ କ୍ଷେତ୍ରରେ 50:50 ଲିଙ୍ଗ ଅନୁପାତ ସ୍ଥାପିତ କରିବା ପାଇଁ କାର୍ଯ୍ୟ କରୁଛି.
ମହିଳାମାନଙ୍କ ସଶକ୍ତିକରଣ ପାଇଁ ସରକାର ମଧ୍ୟ ନିଜର ପ୍ରୟାସରେ କୌଣସି କଥା ବାକି ରଖୁନାହାଁନ୍ତି. ମୂଳ ସ୍ତରରେ, ନାରୀ ଶକ୍ତି ପୁରସ୍କାର ଓ ମହିଳା ମାନଙ୍କ ପାଇଁ ପ୍ରଶିକ୍ଷଣ ଓ ନିଯୁକ୍ତି କାର୍ଯ୍ୟକ୍ରମ (ଏସଟିଇପି) ପାଇଁ ସହାୟତା ଏବଂ ଅନ୍ୟ ଅନେକ ଶିକ୍ଷା ଯୋଜନା ଓ ପ୍ରଶିକ୍ଷଣ ଓ ଦକ୍ଷତା କାର୍ଯ୍ୟକ୍ରମ ଅଛି। ସ୍ନାତକ କାର୍ଯ୍ୟକ୍ରମ ଗୁଡ଼ିକ ବିଶେଷ କରି 2 ଓ 3 ସ୍ତରୀୟ ସହରରେ ପ୍ରଦାନ କରାଯାଉଛି, ଯାହାକି ମହିଳା ଓ କୃଷକ ସମୁଦାୟ ପାଇଁ ବିଶେଷ ଭାବରେ ସହାୟକ ଅଟେ. କର୍ପୋରେଟ୍ କାର୍ଯ୍ୟସ୍ଥଳକୁ ଲକ୍ଷ୍ୟ କରି ସରକାର ସ୍ପଷ୍ଟ ଭାବରେ ମେଟ୍ରିକ୍ସ୍ ଯଥା ଲିଙ୍ଗ ସମାନତା କିମ୍ବା କର୍ମଚାରୀ ସୂଚନାରେ ମହିଳା ମାନଙ୍କର ପ୍ରତିନିଧିତ୍ୱ ଯାହାକି ଶ୍ରମ ବଳ ରେ ମହିଳା ମାନଙ୍କର ଅଂଶଗ୍ରହଣ ସମ୍ପର୍କରେ ସଠିକ୍ ଅଙ୍କଗୁଡ଼ିକୁ ପ୍ରଦାନ କରିପାରିବ.
କୃଷି ଶିଳ୍ପରେ ଥିବା ସଂଗଠନଗୁଡ଼ିକରେ ମହିଳାମାନଙ୍କର ସଫଳତାକୁ ଚିହ୍ନଟ କରିବା ଏବଂ ଏହି ଉଦ୍ୟୋଗରେ ପ୍ରବେଶ କରିବା ପାଇଁ ବିଚାର କରୁଥିବା ଅନ୍ୟ ମହିଳାମାନଙ୍କ ପାଇଁ ସଂକେତ ଦୀପ ହେବା ପାଇଁ ପ୍ରେରିତ କରିବା ଆବଶ୍ୟକ. ଏଭଳି କାର୍ଯ୍ୟକ୍ରମ ଯେଉଁଠାରେ ମହିଳା ନେତା ଓ ପ୍ରଭାବଶାଳୀ ବ୍ୟକ୍ତିମାନେ ବାର୍ତ୍ତାଳାପ କରିପାରିବେ ଓ ବିଗତ ସଂଘର୍ଷରେ ସେମାନଙ୍କର ବିଜୟର କାହାଣୀକୁ ଅଂଶୀଦାର କରିପାରିବେ, ସେହି ଭଳି ଯୁବ ଝିଅମାନଙ୍କୁ ସେମାନଙ୍କର କ୍ୟାରିଅର୍ ପଥରେ ପ୍ରେରିତ କରିବା ପାଇଁ କିଛି ଉପାୟ ଅଛି.
ଅନ୍ୟ ଉଦାହରଣରୁ ଶିକ୍ଷା
ଏସିଆର ଅନ୍ୟ ଦେଶଗୁଡ଼ିକରେ ପରିସ୍ଥିତି ଅତ୍ୟନ୍ତ ଭିନ୍ନ ଅଟେ. ଫିଲିପାଇନ୍ସ, ଥାଇଲ୍ୟାଣ୍ଡ ଓ ଭିଏତନାମ୍ ରେ, ମହିଳାମାନଙ୍କୁ ସମାନ ଭାବରେ ଉପାର୍ଜନ କରୁଥିବା ବ୍ୟକ୍ତି ଭାବରେ ସ୍ୱୀକାର କରାଯାଏ ଓ ସମାଜରେ ସେମାନଙ୍କର ଆର୍ଥିକ ଅଂଶଗ୍ରହଣ ଅପେକ୍ଷାକୃତ ଭାବରେ ଅଧିକ ଅଟେ. ପରିଣାମସ୍ୱରୂପ, ଅଧିକାଂଶ କୃଷି ବ୍ୟବସାୟଗୁଡ଼ିକୁ ମହିଳାମାନେ ସଞ୍ଚାଳିତ କରିଥାନ୍ତି କିମ୍ବା ସେମାନେ ମୁଖ୍ୟ ନିର୍ଣ୍ଣୟ ଅଧିକାରୀ ହୋଇଥାନ୍ତି.
ବାସ୍ତବରେ, ଅଧିକାଂଶ ଏସିଆ ଦେଶରେ, ସମସ୍ତ କର୍ପୋରେଟ୍ ଭିତ୍ତିଭୂମି ଉଭୟ ପୁରୁଷ ଓ ମହିଳାମାନଙ୍କୁ ଧ୍ୟାନରେ ରଖି ନିର୍ମାଣ କରାଯାଇଛି. ମହିଳାମାନଙ୍କ ପାଇଁ ଶୌଚାଳୟ ପରି ମୌଳିକ ଅତ୍ୟାବଶ୍ୟକ ସୁବିଧା ଦୂରସ୍ଥ ସ୍ଥାନରେ ମଧ୍ୟ ଉପଲବ୍ଧ କରାଯାଇଛି ଏବଂ ଅଧିକାଂଶ ସହରରେ ପିଲାମାନଙ୍କ ପାଇଁ ଡେ-କେୟାର୍ ର ସୁବିଧା କରାଯାଇଛି. ସାର୍ବଜନିକ ପରିବହନ ବ୍ୟବହାର କରି ସହଜରେ ସହର ଭିତରେ ଓ ସହର ବାହାରକୁ ଯାତ୍ରା କରିବା ପାଇଁ ମହିଳା ସୁରକ୍ଷା ଏବଂ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ଵ ଦିଆଯାଉଛି.
ଭାରତରେ କୃଷି ଓ ସମ୍ବନ୍ଧିତ ବ୍ୟବସାୟଗୁଡ଼ିକ ଏ ସମ୍ପର୍କରେ ନିଜର ପଡୋଶୀ ଦେଶ ମାନଙ୍କଠାରୁ କେତେକ ମୁଖ୍ୟ ବିନ୍ଦୁ ବିଷୟରେ ଜ୍ଞାନ ଆହରଣ କରିପାରନ୍ତି. ଏକ ସମ୍ମିଳିତ ପରିବେଶ ଆମର ସାଂସ୍କୃତିକ ଢାଞ୍ଚା ରୁ ଉତ୍ପନ୍ନ ହୋଇଥାଏ ଏବଂ ଆମକୁ ଭବିଷ୍ୟତରେ ପ୍ରସ୍ତୁତ ହୋଇ ରହିବା ପାଇଁ ଶକ୍ତିଶାଳୀ ଓ ନମନୀୟ ଡିଏଣ୍ଡଆଇ କାର୍ଯ୍ୟ ସଂସ୍କୃତି ଆବଶ୍ୟକ।