ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

ଆମାଡିସ୍® କୀଟନାଶକ

ଆମାଡିସ୍® କୀଟନାଶକ ହେଉଛି ଏକ କୀଟ ବୃଦ୍ଧି ନିୟନ୍ତ୍ରକ ଯାହାକି କପା ଓ ମୁଖ୍ୟତଃ ପନିପରିବା ଫସଲରେ ହ୍ଵାଇଟ୍ ଫ୍ଲାଏ (ଧଳା ମାଛି), ଜାସିଡ୍ ଏବଂ ଆଫିଡ୍ (ଉଦ୍ଭିଦକୁ ଆକ୍ରାନ୍ତ ଓ ନଷ୍ଟ କରୁଥିବା ପୋକ) ସଫା କରିବାରେ ସାହାଯ୍ୟ କରିଥାଏ।

ସଂକ୍ଷିପ୍ତ ସୂଚନା

  • ଆମାଡିସ୍® କୀଟନାଶକ ଏକ କୀଟ ବୃଦ୍ଧି ନିୟନ୍ତ୍ରକ ଅଟେ 
  • ଏହାର ଟ୍ରାନ୍ସଲିମିନାର କାର୍ଯ୍ୟକଳାପ ଅଛି 
  • ଫସଲ, ବ୍ୟବହାରକାରୀ, ପରିବେଶ ଏବଂ ଧଳା ମାଛି ର ପ୍ରାକୃତିକ ଶିକାରୀ ମାନଙ୍କ ପାଇଁ ଉପଯୁକ୍ତ ହୋ‍ଇଥାଏ
  • ଅଣ୍ଡା ଦେବା, କାୟାନ୍ତରଣ, ପ୍ରଜନନ କୁ ରୋକିଥାଏ ଏବଂ ଏଣୁ କୀଟ ସଂଖ୍ୟାର ଗୁଣନକୁ ନିୟନ୍ତ୍ରଣ କରିଥାଏ
  • ଚୁସୁଥିବା କୀଟ ବହୁତ ଶୀଘ୍ର ଗୁଣିତ ହୋଇଥାଏ। ତେଣୁ ପ୍ରଭାବୀ କୀଟ ସଂଖ୍ୟା ପରିଚାଳନା ଫସଲକୁ ଦୀର୍ଘ ସମୟ ପାଇଁ ସୁରକ୍ଷିତ ରଖିଥାଏ

ସକ୍ରିୟ ଉପାଦାନ

  • ପାଇରିପ୍ରୋକ୍ସିଫେନ୍ 10% ଇସି

ଲେବଲ୍ ଏବଂ ଏସ୍‌ଡିଏସ୍

4 ଲେବଲ୍ ଉପଲବ୍ଧ

ସହାୟକ ଡକୁମେଣ୍ଟ

ଉତ୍ପାଦର ସଂକ୍ଷିପ୍ତ ବିବରଣୀ

କପା ଓ ପନିପରିବାରେ ଧଳା ମାଛି ଭଳି ଚୁସୁଥିବା କୀଟ ର ଶୀଘ୍ର ବଢୁଥିବା ପିଢିର ପ୍ରବନ୍ଧନ କରିବା ଉତ୍ପାଦନକାରୀ ମାନଙ୍କ ପାଇଁ ଅନେକ ଆହ୍ୱାନ ଆଣିଦେଇଥାଏ। ଏଫଏମସି ର ଆମାଡିସ୍® କୀଟନାଶକ ହେଉଛି ଏକ ଅନନ୍ୟ ସମାଧାନ ଯାହାର ଲକ୍ଷ୍ୟ କୀଟ ଗୁଡ଼ିକୁ ସିଧାସଳଖ ଭାବରେ ମାରିବା ନୁହେଁ ବରଂ ଧଳା ମାଛି ଓ ଅନ୍ୟାନ୍ୟ ଚୁସୁଥିବା କୀଟ ଗୁଡ଼ିକର ଦୀର୍ଘକାଳୀନ ପ୍ରବନ୍ଧନ କରିବା। ଆମାଡିସ୍® କୀଟନାଶକ କୀଟ ମାନଙ୍କର କାୟାନ୍ତରଣ ରେ ବାଧା ଦେଇ କୀଟ ବହୁ ମାତ୍ରାରେ ବଢିବାକୁ ମଧ୍ୟ ବନ୍ଦ କରିଥାଏ ଓ ଫସଲ କୁ ଦୀର୍ଘକାଳୀନ କୀଟ ମୁକ୍ତ ପରିବେଶ ଯୋଗାଇଥାଏ। ଆମାଡିସ୍® କୀଟନାଶକ ହେଉଛି ଏକ କୀଟ ବୃଦ୍ଧି ନିୟନ୍ତ୍ରକ ଯାହା କେବଳ ଚୁସୁଥିବା କୀଟ ସଂଖ୍ୟା କୁ ପ୍ରଭାବୀ ରୂପରେ ପରିଚାଳନା କରେ ନାହିଁ ବରଂ ଏହା ସହିତ ଧଳା ମାଛି ଗୁଡ଼ିକର ପ୍ରାକୃତିକ ଶିକାରୀ ମାନଙ୍କର ସଂରକ୍ଷଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

ଫସଲ

ଫସଲଗୁଡିର ଏକ ଆନୁଷ୍ଠାନିକ ତାଲିକା, ଆବଶ୍ୟକୀୟ କୀଟନାଶକ, ବ୍ୟବହାର ପାଇଁ ନିର୍ଦ୍ଦେଶାବଳୀ, ପ୍ରତିବନ୍ଧକ ଏବଂ ସାବଧାନତା ପାଇଁ ସର୍ବଦା ଉତ୍ପାଦ ଲେବଲ୍ ଦେଖନ୍ତୁ. ଆବଶ୍ୟକୀୟ ଫଳାଫଳ ପାଇଁ, ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ଧ୍ୟାନର ସହ ପଢ଼ନ୍ତୁ ଏବଂ ଅନୁସରଣ କରନ୍ତୁ। 

ଏହି ଉତ୍ପାଦର ବ୍ୟବହାର ଆମର ନିୟନ୍ତ୍ରଣ ବାହାରେ ହୋ‍ଇଥିବାରୁ, ଆମେ ଉତ୍ପାଦର ଏକକ ଗୁଣବତ୍ତା ବ୍ୟତୀତ ଅନ୍ୟ କୌଣସି ଆଶ୍ୱାସନା ଦେଇ ନ ଥାଉ।

ସଂପୂର୍ଣ୍ଣ ଫସଲ ତାଲିକା

  • କପା
  • ବାଇଗଣ
  • ଭେଣ୍ଡି
  • ଲଙ୍କା